ତଳ

ଉଇକିଅଭିଧାନ‌ରୁ

ତଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ତଳ୍ ଧାତୁ+କର୍ତ୍ତୃ. ଅ)[ସମ୍ପାଦନା]

୧. ଅଧୋଭାଗ; ନିମ୍ନଦେଶ —୧. Bottom; ground; floor; the underpart; base.
୨. ସ୍ୱରୂପ —୨. Likeness; identity; actual form.
୩. ଗର୍ତ୍ତ —୩. Hole.
୪. ଉପରିଭାଗ —୪. Upper part; surface.

(ଯଥା—ଭୁତଳ, ଧରାତଳ, ସମତଳ)

୫. ମଧ୍ୟଦେଶ —୫. Middle part.
୬. ଭୂପୃଷ୍ଠ; ଭୂଇଁ ଉପର — ୬. Ground; face of the earth.

ତୋଳାଇଲା ପରି ଢଳି ତଳେ ପଡ଼ିଯିବା ଭଳି—କବିସୂର୍ଯ୍ୟ. କିଶୋରୀଚମ୍ପୂ ଚ. ଗୀତ

୭. ପୃଷ୍ଠଦେଶ; ପଛଆଡ଼ —୭. Back or hind part.
୮. ଗଭୀରତା —୮. Depth.
୯. କାନନ; ବନ —୯. Forest.
୧. (ଜ୍ୟାମିତି) ସମତଳ କ୍ଷେତ୍ର — ୧୦. (geometry) A plane.
୧୧. ଖଡ଼ମୁଷ୍ଟି; ଖଣ୍ଡାର ବେଣ୍ଟ — ୧୧. Hilt or handle of a sword.
୧୨. ଅବସ୍ଥିତିର ନିମ୍ନତା — ୧୨. Lowness of position (Apte).
୧୩. ଗୃହର ସ୍ତର; ମହଲା — ୧୩. Storey of a house.
୧୪. ପାଖ; ଉପକଣ୍ଠ; ନିକଟ — ୧୪. Vicinity; neighbourhood; suburbs.
୧୫. ଚପେଟ; ଚାପୁଡ଼ା —୧୫. Slap.
୧୬. ତାଳଗଛ —୧୬. Palm tree; palmyra.
୧୭. ଆଧାର —୧୭. Receptacle.
୧୮. ସ୍ୱଭାବ —୧୮. Nature.
୧୯. ସପ୍ତପାତାଳ ମଧ୍ୟରୁ ୧ମ ପାତାଳ; (ପାତାଳ ଦେଖ) — ୧୯. The ୧st of the ୭ nether worlds according to the Hindu Purāṇas (See Pātāḻa)

ତହିଁ ଅପସରାମାନଙ୍କୁ କରି ଭୋଗ, ପୁଣି ତଳେ ପଡ଼ି ଲରନ୍ତି ଦୁଃଖଭାଗ କୃଷ୍ଣସିଂହ. ମହାଭାରତ. ଉଦ୍ଯୋଗ

୨. ମର୍ତ୍ତ୍ୟଲୋକ —୨୦. The earth.
୨୧. ପାତାଳ ଲୋକ —୨୧. The nether worlds; the lower regions.
୨୨. ସହାୟ; ଭାରା —୨୨. Support; prop.
୨୩. ଅତୀତ କାଳ —୨୩. The past; days gone be.
୨୪. କରତଳ; ନେଡ଼ୀ; ଲେଡ଼ୀ; ହାତର ତଳ — ୨୪. The palm of the hand.
୨୫. ଗୋଡ଼ର ତଳିପା — ୨୫. The sole of the foot.
୨୬. ଗୋଧି ସାପ (ହିନ୍ଦୀ - ଶବ୍ଦସାଗର) —୨୬. Iguana; Varanus Salvator.
୨୭. ନଦୀ; ପୋଖରୀ, ସମୁଦ୍ର ଆଦି ଜଳାଶୟରେ ଥିବା ଜଳର ନିମ୍ନସ୍ଥ ଭୂମି —୨୭. The land at the bottom of water in a tank, river or sea.
୨୮. ଜ୍ୟାଘାତବାରଣ; ଧନୁର ଡୋରୀର ଘର୍ଷଣରୁ ହାତକୁ ରକ୍ଷା କରିବା ପାଇଁ ବାମ ବାହୁରେ ପି୍ଧାଯିବା ଚମଡ଼ାର ପଟୀ (ହିନ୍ଦୀ - ଶବ୍ଦସାଗର) —୨୮. A strip of leather worn round the left arm to protect it from the friction of the bow-string.
୨୯. ମୂଳଦେଶ; ମୂଳର ଚତୁଃପାର୍ଶ୍ୱବର୍ତ୍ତୀ ସ୍ଥାନ; ମଧ୍ୟାହ୍ନରେ କୌଣସି ପଦାର୍ଥର ତଳେ ଯେତେଦୂର ଛାଇ ପଡ଼େ— (ଯଥା, ତରୁତଳ) —୨୯. The area on which the shadow of a thing falls at noon; the part underneath.
୩. ଶସ୍ତ୍ରାଦିର ମୁଠା; ବେଣ୍ଟ (ହିନ୍ଦୀ - ଶବ୍ଦସାଗର) — ୩୦. The handle of a weapon etc.
୩୧. ହାତର କବଜା; ହାତଗଣ୍ଠି (ହିନ୍ଦୀ - ଶବ୍ଦସାଗର) — ୩୧. Wrist.
୩୨. ଚାଖଣ୍ଡ (ହିନ୍ଦୀ - ଶବ୍ଦସାଗର) —୩୨. Span of the palm.


୩୩. ମହାଦେବ; ଶିବ (ହିନ୍ଦୀ - ଶବ୍ଦସାଗର) —୩୩. The Deity Ṡiba.
୩୪. ବାଆଁ ହାତଦ୍ୱାରା ବୀଣା ଆଦି ବଜାଇବା — ୩୪. Pressing the strings of the lute with the left hand (Apte).
୩୫. ତଲଉ; ପୋଖରୀ —୩୫. Pond (Apte).
୩୬. ନରକର ଅଂଶବିଶେଷ —୩୬. A division of hell (Apte).
୩୭. କାରଣ; ଆଦି; ପ୍ରାରମ୍ଭ —୩୭. Cause; origin (Apte).

ଦେଶଜ - ବିଶେଷଣ -[ସମ୍ପାଦନା]

୧. ନିମ୍ନସ୍ଥ; ତଳରେ ଥିବା —୧. Situated below.

(ଯଥା—ଛାତ ତଳ କଡ଼ କାଠ ଯାକ ଉଇ ଲାଗି ଗଲାଣି)

୨. ପୂର୍ବକାଳୀନ —୨. Past.

(ଯଥା—ଏହା ବର୍ଷକ ତଳ କଥା ହେବ)

୩. ପରବର୍ତ୍ତୀ; ପରେ ଜନ୍ମିଥିବା —୩. Subsequent; born subsequently.

(ଯଥା—ତାଙ୍କ ବଡ଼ ପୁଅର ତଳ ଶିଶୁଟି ନଷ୍ଟ ହୋଇଗଲା)

୪. ନିକଟବର୍ତ୍ତୀ —୪. Proximate.

(ଯଥା—ଏବେ ଗୋଡ଼ତଳ ଲୋକେ ମୁଣ୍ଡକୁ ଚଢ଼ିବାକୁ ବସିଲେଣି)

୫. ନିମ୍ନାଂଶରେ ରହୁ ଥିବା —୫. Living in the bottom or lower regions.

ତଳେ ତଳେ ଗଲା ତଳ ଗଡିଶା—ଢଗ

୬. ନଦୀର ମୁହାଣ ନିକଟସ୍ଥ ବା ସମୁଦ୍ର ଉପକୂଳସ୍ଥ ନିମ୍ନତଳ ଅଞ୍ଚଳରେ ଅବସ୍ଥିତ —୬. Situated on the lower levels through which a river flows; coastal (tract).

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ପୂର୍ବବର୍ତ୍ତୀକାଳ; ଅତୀତକାଳ —୧. The past.
୨. ନଦୀର ମୁହାଣ ନିକଟସ୍ଥ ଓ ସମୁଦ୍ର ଉପକୂଳବର୍ତ୍ତୀ ନିମ୍ନତଳ ଭୂମି —୨. Lands of low level towards the mouth of a river; low land; low coastal tracts.