Jump to content

ତଳା

ଉଇକିଅଭିଧାନ‌ରୁ

ତଳା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ତଳ+ସ୍ତ୍ରୀ. ଆ)

[ସମ୍ପାଦନା]

ଜ୍ୟାଘାତବାରଣ; ଧନୁର୍ଦ୍ଧରମାନଙ୍କର ଧନୁର ଜ୍ୟାଘର୍ଷଣ ନିବାରଣ ନିମିତ୍ତ ବାମ ହସ୍ତର କହୁଣୀଠାରୁ ହାତଗଣ୍ଠି ପର୍ଯ୍ୟନ୍ତ ପିନ୍ଧାଯିବା ଚମଡ଼ାର ପଟୀ —A leathern glove worn by archers to ward off the friction of the bow-string and prevent it from hurting the hand.

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତଳ)

[ସମ୍ପାଦନା]
୧. ତଳଭାଗ; ନିମ୍ନସ୍ଥଳ — ୧. The lowest part or depth.
୨. ଚିରା ଲୁଗାରେ ସିଲାଇ କରାଯିବା ବସ୍ତ୍ରଖଣ୍ଡ; ତାଳି — ୧. Patch of cloth stitched to a rift in a cloth.
୩. ଜୋତାର ତଳିପାର ଚମଡ଼ା — ୩. Sole-leather of shoes.
୪. ମୃଦଙ୍ଗ, ପଖଉଜ ବା ଢୋଲ ଉପରେ ଛୁଆଣି ହେବା ଚମଡ଼ା —୪. The leather-cover for drums.

ପ୍ରାଦେଶିକ - (ବାଲେଶ୍ୱର ଓ ଯାଜପୁର) ବିଶେଷ୍ୟ -

[ସମ୍ପାଦନା]

ଧାନର ତଳି — Seedlings of paddy.