Jump to content

ତଳେ

ଉଇକିଅଭିଧାନ‌ରୁ

ତଳେ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

(ତଳେ ତଳେ—ଅନ୍ୟରୂପ)

ଦେଶଜ - ଅ (ସଂସ୍କୃତ - ତଳ)[ସମ୍ପାଦନା]

୧. ନିମ୍ନଦେଶରେ —୧. In the lower parts; below.
୨. ପୃଷ୍ଠଭାଗରେ —୨. On the surface of.

(ଧୁଳିଆ ଜନ୍ଦା) ଭୁଇଁ ତଳେ ତଳେ ଯାଏଁ, କଅଁଳ ମାଉଁସ ଟିକିଏ ପାଇଲେ ଚୁଟୁକିନି ଖାଏଁ—କାହାଣୀର ଲଥା ନଈ ତଳେ ଗଲା ଓଧ, ଗୋରୀ ଶୋଇଥିଲା ଗହମ ନିଦ, ଚୋର କାଟିନେଲା ବିଦ—ଢଗ

୩. ଭିତରେ ଭିତରେ; ଗୋପନରେ; ଗୁପ୍ତଭାବରେ — ୩. Secretly; clandestinely.

[ଯଥା—ସେ ତଳେ ତଳେ ମୋ ଗୋଛି କାଟୁଛି]

୪. (କୌଣି ଶ୍ରେଣୀ ବା ଦଳର) ଅନ୍ତର୍ଭୁକ୍ତ ହୋଇ — ୪. Being included in (any party).

(ଯଥା—ଓଡ଼ମାନେ ପ୍ରଥମେ ଆସି ଖୋରଧା ରାଜାଙ୍କ ପାଇକଙ୍କ ତଳେ ଯୁଦ୍ଧ କଲେ)

୫. ପରବର୍ତ୍ତୀ ସମୟରେ; ପରେ —୫. After.

ତାଙ୍କ ତଳେ ଜନମିଲେ କେକୟୀ ନନ୍ଦନ—ମଧୁସୂଦନ. ବାଳରାମାୟଣ

୬. ଏଥିପୂର୍ବେ; ଆଗେ —୫. Before this.

ତଳେ ତ ଋଷିଙ୍କ ନିୟମ କହିଥାଇଁ ଏଣୁ କହିବାକୁ ହାଲିଆ ହେଲି ମୁହିଁ—କୃଷ୍ଣସିଂହ ମହାଭାରତ. ଅନୁଶାସନ

୭. ନିମ୍ନତମ ପ୍ରଦେଶରେ —୭. At the bottom; in the lowest regions.
୮. ଗୁପ୍ତ ସ୍ଥାନରେ —୮. In the most secret places; in places not exposed to public view
୯. ପାଖେ ପାଖେ —୯. Along; by the side of.
୧. ରୂପେ; ପରି; ଗଣନାରେ; (ଅମୁକ) ରୂପ — ୧୦. As; considered as.

ତୁମେ ମୂର୍ଖ ଅସଭ୍ୟ ତଳେ ଗଲ—ଫକୀର ମୋହନ. ଛମାଣ ଆଠଗୁଣ୍ଠ

୧୧. ଭୁପୃଷ୍ଠରେ; ଭୂଇଁରେ —୧୧. On the ground.

(ଯଥା—ଘୋଡ଼ସବାର ଘୋଡ଼ା ଉପରେ ଚଢ଼ିଛନ୍ତି, ସହିସ ତଳେ ଧାଇଁ ଚାଲୁଛି)

୧୨. ଉପକଣ୍ଠରେ —୧୨. In the outskirts of.

(ଯଥା—କଟକ ତଳେ ଚାଉଳିଆଗଞ୍ଜ ଅବସ୍ଥିତ)