ତହିଁ
ଦେଖଣା
ତହିଁ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - (ପଦ୍ୟ) ଅ. (ସଂସ୍କୃତ - ତଥାହିଁ; ତତ୍ରହି; ତସ୍ମିନ୍; ତତ୍ସ୍ଥାନେ)
[ସମ୍ପାଦନା]- ୧. ତଥି; ସେହି ସ୍ଥାନରେ; ସେଠାରେ — ୧. There; in that place.
- ୨. ସେ ବିଷୟରେ; ସେଥିରେ — ୨. In that matter.
ମୁଁ କହିଲି, ତହିଁ କେଉଁ ଦୋଷ? ରାଜା ଶୁଣି ହେଲେ ତୃଷ୍ଟ ମନ— ରାଧାନାଥ, ପାର୍ବତୀ
- ୩.ଠାରେ —୩. With; in.
ସକଳ ଶାସ୍ତ୍ର ତୁମ୍ଭ ତହିଁ, ବେଦ ପୁରାଣ ଯେତେ କହି— ଜଗନ୍ନାଥ, ଭାଗବତ
- ୪. ତନ୍ମଧ୍ୟରେ —୪. In that.
- ୫. (ଅମୁକ) ଠାରେ; ନିକଟରେ — ୫. At; near; with.
ବୈଷ୍ଣବ ପଡ଼ିଶା ଯେ ଜନ, ତା ତହିଁ ନାହିଁଟି ମୋ ପଣ— ଭୂପତି, ପ୍ରେମପଞ୍ଚାମୃତ
- ୬. (ଅମୁକ ସ୍ତ୍ରୀର) ଗର୍ଭରେ —୬. In the womb.
ଦେବକୁଲ୍ୟାର ତହିଁ ତାର, ହୋଇଲା ପ୍ରସ୍ତାବ କୁମର— ଜଗନ୍ନାଥ, ଭାଗବତ
ଦେଶଜ - ସର୍ବନାମ (ସଂସ୍କୃତ - ତତ୍)
[ସମ୍ପାଦନା]ତାହା —That.
[ ଦ୍ର—'ତହିଁ' ଶବ୍ଦ ଓଡ଼ିଆରେ ମୂଳ ସର୍ବନାମ ଶବ୍ଦ 'ତାହା' ରୂପେ ବ୍ୟବହୃତ ହୋଇ ସେଥି ସଙ୍ଗେ କି, କୁ, ରୁ, ଠାରୁ,ରେ ଆଦି ବିଭକ୍ତ୍ୟନ୍ତ ପ୍ରତ୍ୟୟମାନ ଯୁକ୍ତ ହୁଏ; ଯଥା—ତହିଁକି, ତହିଁକୁ, ତହିଁରୁ, ତହିଁଠାରୁ, ତହିଁରେ]