ତା

ଉଇକିଅଭିଧାନ‌ରୁ

ତା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ପ୍ରତ୍ୟୟ[ସମ୍ପାଦନା]

୧. ଭାବ ବା କର୍ମ ଅର୍ଥରେ ବିଶେଷ୍ୟ ଓ ବିଶେଷଣ ଶବ୍ଦରେ ଏହି ପ୍ରତ୍ୟୟ ଯୋଗ ହେଲେ ବିଶେଷ୍ୟ ପଦ ସୃଷ୍ଟି ହୁଏ — ୧. A suffix corresponding to the English suffix 'ness' and th (as in the words hardness and strength) for forming abstract nouns.

(ଯଥା—ଗୁରୁତା; ଲଘୁତା; ନିବିଷ୍ଟତା; ଏବଂ ମନୁଷ୍ୟତା ଇତ୍ୟାଦି)

୨. ସମୂହାର୍ଥେ ବିଶେଷ୍ୟ ପରେ ପ୍ରତ୍ୟୟ — ୨. A suffix joined to a noun to denote a collection or number.

(ଯଥା—ଜନତା)

ଅନୁବାଦ[ସମ୍ପାଦନା]

(ତାଆ—ଅନ୍ୟରୂପ)

ଦେଶଜ - (ସର୍ବନାମ) କ୍ଳୀ. (୧ମା. ୧ବ. ସଂସ୍କୃତ - ତତ୍)[ସମ୍ପାଦନା]

୧. ତାହା ; ତାଇ; ସେହି — ୧. That.
୨. ସେହି କଥା, ବିଷୟ, ବସ୍ତୁ ବା ଗୁଣ — ୨. That thing, matter, article or quality.

କରୁଣା ଅଛି ବୋଲି ଯା ନେଲା କେ ତା ହରିକିରେ କବିସୂର୍ଯ୍ୟ. କିଶୋରୀଚମ୍ପୁତ ଗୀତ

ଅନୁବାଦ[ସମ୍ପାଦନା]

(ତାଙ୍କ—ସମ୍ମାନାର୍ଥକ)

ସର୍ବନାମ. ସ୍ତ୍ରୀ.ପୁଲିଙ୍ଗ - ଓ କ୍ଳୀ. (୬ଷ୍ଠୀ ୧ବ; ଅନାଦରାର୍ଥକ)[ସମ୍ପାଦନା]

ତାର; ତାହାର — His; its; her; of it; of that.

[ ଦ୍ର—ଏହି 'ତା'କୁ ଅନ୍ୟ ଶବ୍ଦ ପୂର୍ବରେ ବ୍ୟବହାର କଲାବେଳେ କେହି କେହି ଲେଖକ ତା' (ଯଥା— ତା' ଘରକୁ) ଲେଖି ଥାଆନ୍ତି ଏହାର ଅର୍ଥ 'ତାହାର ଘରକୁ' ସୁତରାଂ ଏଠାରେ 'ତାହାର' ଦେହରୁ 'ହାର' ଉହ୍ୟ କରି କେବଳ ତା'ଦ୍ୱାରା ସେ ଭାବ ବ୍ୟକ୍ତ କରନ୍ତି]

ଗ୍ରାମ୍ୟ - ଅବ୍ୟୟ. (ନିର୍ଦ୍ଦେଶକ ବାକ୍ୟାଳଂକାର ପରି ବ୍ୟବହୃତ)[ସମ୍ପାଦନା]

୧. (ଦେଖାଇ ଦେବା ଅର୍ଥରେ) ତ — ୧. (In pointing out a thing) Lo ! Behold !

(ଯଥା—ହେଇ ତା ବିଲୁଆଟା ବୁଦାଭିତରେ ପଶି ଚାହିଁଛି)

୨. (ନିଶ୍ଚୟାର୍ଥକ)ଟି — ୨. (Indicating certainty) Too.

(ଯଥା—ତୁ ଯାହା କହୁଛୁ ମୁଁ ତ ସେଇତା କହୁଛି, ତୁ କିଆଁ ଚିଡୁଛୁ?)

୩. (କଥାପ୍ରସଙ୍ଗ ବା ବାକ୍ୟାରମ୍ଭରେ) କିନ୍ତୁ; ତଥାପି ତେବେ —୩. But; still then; so then.


(ଯଥା—ତା ବୋଲି ମୁଁ କଅଣ ତୋ ସଙ୍ଗେ ପଟାଏ ନ ଲଢ଼ି ଛାଡ଼ି ଦେବି?)

ପ୍ରାଦେଶିକ - (ସମ୍ୱଲପୁର) ପ୍ରତ୍ୟୟ[ସମ୍ପାଦନା]

କ୍ରିୟାର ଆକାଂକ୍ଷାର୍ଥକ ରୂପରେ (ଓଡ଼ିଆ 'ନ୍ତା' ସ୍ଥଳରେ ବ୍ୟବହୃତ) — An inflection used in the conditional tense of verbs.

[ଯଥା—ମିଲତା=ମିଳନ୍ତା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ନାଟ, ଗୀତ ଆଦିର ଆରମ୍ଭରେ ବୋଲାଯିବା ଉକୁଟ ବା ସ୍ୱର — ୧. The sound and letter uttered by a singer or dancer before beginning to sing or dance.
୨. ମୃଦଙ୍ଗ ବଜାଇବାର ରୋକଟର ଆଦ୍ୟ ସ୍ୱର — ୨. The ୧st tune of the gamut or musical scale of a Mṛudaṅga.

[ ଦ୍ର—ମୃଦଙ୍ଗ ରୋକଟର ୭ଟି ସ୍ୱର; ଯଥା—ତା, ଗ, ଧୋ, ଧେ, ଚା, ଟା, ନମ୍]

(ତାଆ—ଅନ୍ୟରୂପ)

ଅନୁବାଦ[ସମ୍ପାଦନା]

(ସଂସ୍କୃତ - ତାପ) ===

୩. ତାତି; ତାପ; ଉତ୍ତାପ — ୩. Heat.
୪. କମାରର ଭାତିଦ୍ୱାରା ନିଆଁକୁ ପବନ ଯୋଗାଇବା; ତାଇବା — ୪. Blowing of the bellows.
୫. ପକ୍ଷୀମାନଙ୍କର ଡିମ୍ୱ ଉଷ୍ମମାଇକା; ତା ଦେବା — ୫. The warming of the eggs by birds to hatch them; brooding.

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ତଖତା; ତା)[ସମ୍ପାଦନା]

କାଗଜର ଫର୍ଦ୍ଦ — Sheet of paper.

(ତାଃ—ଅନ୍ୟରୂପ)

ଦେଶଜ - ସାଙ୍କେତିକ ଚିହ୍ନ (କଚିରିଆ)[ସମ୍ପାଦନା]

୧. ତାରିଖ — ୧. An abbreviation prefixed to the numerical mention of the date as in D/ ୬-୩-୧୯୩୩.

(ଯଥା—ତା ୬୩ ୧୯୩୩: ମସିହା)

୨. ତାଲୁକ — ୨. An abbreviation for Tāluk.

(ଯଥା— ତା ରଘୁନାଥପୁର)