ତାଜ ମହଲ

ଉଇକିଅଭିଧାନ‌ରୁ

ତାଜ ମହଲ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ତାଜ; ତାଜମହଲ—ଅନ୍ୟରୂପ)

  • (file)

ବୈଦେଶିକ - ବିଶେଷ୍ୟ - (ଆ)[ସମ୍ପାଦନା]

ଆପଣାର ବେଗମ 'ମୁମ୍ତାଜମହଲ' ବା ତାଜ ବୀବୀଙ୍କ ସ୍ମୃତିରକ୍ଷାର୍ଥ ମୋଗଲ ସମ୍ରାଟ ସାହାଜାହାନ କର୍ତ୍ତୃକ ଆଗ୍ରାରେ ଉକ୍ତ ବେଗମଙ୍କ କବର ଉପରେ ନିର୍ମିତ କାରୁକାର୍ଯ୍ୟ— ଶୋଭିତ ଶ୍ୱେତ 'ମର୍ମରପ୍ରସ୍ତରର ଅତି ମନୋହର ପ୍ରାସାଦ —The Taj; the Tajmahal at Agra; the pioturesqe mausoiem at Agra, buily by the Moghal Emperor Sahajehan in honour of his wife Tajbibi or mumtajmahal.

[ଦ୍ରଷ୍ଟବ୍ୟ —ମୋଗଲ ସମ୍ରାଟ ସାହାଜାହାନ ତାଙ୍କ ବେଗମ ତାଜ ବୀବୀ ବା ମୁମ୍ତାଜମହଲଙ୍କୁ ଅତ୍ୟନ୍ତ ପ୍ରେମ କରୁଥିଲେ କଥିତ ଅଛି ଯେ ସେ ଗର୍ଭିଣୀ ଅବସ୍ଥାରେ ଥରେ ସ୍ୱପ୍ନ ଦେଖିଲେ ଏବଂ ସମ୍ରାଟଙ୍କୁ କହିଲେ 'ମୁଁ ବେଶିଦିନ ବଞ୍ଚିବି ନାହିଁ, ମୋର ଏତିକି ଅନୁରୋଧ ଯେ ମୁଁ ମଲେ ତୁମେ ଆଉ ବିବାହ କରିବ ନାହିଁ, ମୋ ପୁଅକୁ ରାଜ— ସିଂହାସନରେ ବସାଇବ ଓ ମୋ କବର ଉପରେ ଏପରି ପ୍ରସାଦ ତିଆରି କରିବ ଯେ ଏହା ଭୂମଣ୍ଡଳରେ ନଥିବ' ସତକୁ ସତ କିଛିଦିନ ବାଦ୍ ବେଗମ୍ ପୁତ୍ର ଜନ୍ମ କରି ମଲେ ତାଙ୍କ ଅନୁରୋଧ ଅନୁସାରେ ଯମୁନା ନଦୀ କୂଳରେ ଆଗ୍ରାଠାରେ ତାଙ୍କ କବର ଉପରେ ସାହାଜାହାନ ଶଙ୍ଖମର୍ମର ପଥର ଉପରେ ଏ ତାଜମହଲକୁ ନିର୍ମାଣ କରାଇଲେ ଏ ପ୍ରାସାଦର ସମୁଦାୟ ପଥର ଧଳା ଶଙ୍ଖମର୍ମର ଓ ତହିଁରେ ନାନା ରଙ୍ଗିନ୍ ବହୁମୂଲ୍ୟ ପଥରରେ ଗଛ, ଲତା ଆଦିର ଖୋଦେଇ ଓଜଡ଼ାର କାମ ହେଇଅଛି ଏ ପ୍ରାସାଦ ତିଆରି କରିବାକୁ ଦେଶ ବିଦେଶର କୋଡ଼ିଏ ହଦଜାର କାରିଗର ୧୭: ବର୍ଷ (ଖ୍ରୀ ୧୬୩୧— ୧୬୪୮: )ଲାଗିଥିଲେ ଓ ସେହିସମୟରେ ମୁଦ୍ରାରେ ପ୍ରାୟ୩ଗୋଟି ସାଢ଼େ ସତରଲକ୍ଷ ଟଙ୍କା ଖରଚ ହେଇଥିଲା ପ୍ରାଚ୍ୟ ଓ ପାଶ୍ଚାତ୍ୟ ଭୁଖଣ୍ଡର ସହସ୍ର ସହସ୍ର ଲୋକ ଏହାକୁ ପ୍ରତିବର୍ଷ ଦେଖିବାକୁ ଆସନ୍ତି ଏପରି ଅନୁପମ ଓ ସୁନ୍ଦର ପ୍ରାସାଦ ପୃଥିବୀରେ ଅନ୍ୟ କୃତ୍ରାପି ନାହିଁ ବୋଲି ସମସ୍ତେ ଏକମୁଖରେ ସ୍ୱୀକାର କରନ୍ତି ତାଜମହଲ ଗମ୍ୱୁଜ ସହିତ ୨୨: ଫୁଟ ଉଚ୍ଚ ଏଥିରେ ତରଣଦ୍ୱାରା ନାଲି ପଥରରେ ତିଆରି ଏହା ଖ୍ରୀ. ସପ୍ତଦଶ ଶତାଦ୍ଦୀରେ ନିର୍ମିତ ହୋଇଥିଲେ ହେଁ ଗତ ୪ ଶତାଦ୍ଦୀ ପରେ ମଧ୍ୟ ଆଜି ଏହା ନୂଆ ପରି ଦେଖା ଯାଉଅଛି— ହିନ୍ଦୀ - ଶବ୍ଦସାଗର]