ତାଡ଼ି

ଉଇକିଅଭିଧାନ‌ରୁ

ତାଡ଼ି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତାଳକ ବା ତାଳୀରସ)[ସମ୍ପାଦନା]

ତାଳ, ନଡ଼ିଆ ଓ ଖଜୁରି ଗଛର ବାସୀ ରସ; ମଦ୍ୟ; ତାଳିଆଦି ଗଛର ମାଦକ ରସ — Toddy; formented plam-juice; juice from cocoanut, palamyra and date plam trees.

[ଦ୍ରଷ୍ଟବ୍ୟ —ସଜ ରସ ପିଇଲେ ନିଶା ହୁଏନାହିଁ; କିନ୍ତୁ ତାହା ବାସୀ ହେଲେ ଅର୍ଥାତ୍ ସେ ରସରେ ଖରା ଲାଗିଲେ ଭାରି ନିଶା ହୁଏ ଖଜୁରୀ ଗଛର ବେକ ପାଖକୁ ଚାଞ୍ଚି ତାହା ଚିରି ଦେଲେ ସେଥିରୁ ରସ ବାହାରେ; ନଡ଼ିଆ ଗଛର କଞ୍ଚା ଫଳକୋଷର ଅଗକୁ ଓ ତାଳ ଗଛର କଞ୍ଚା ଫଳକୋଷର ଓ ପୁଷ୍ପ କୋଷର ଅଗକୁ କାଟିଲେ ରସ ବାହାରେ ଆମଦେଶରେ ଶିଅଳମାନେ ଓ ଚମାରମାନେ ଖଜୁରି ଗଛରୁ ତାଡ଼ୀ ବାହାର କରନ୍ତି ବଙ୍ଗଦେଶରେ ତାଳଗଛରୁ ଏବଂ ମାନ୍ଦ୍ରାଜ ଅଞ୍ଚଳରେ ନଡ଼ିଆ ଗଛରୁ ତାଡ଼ି ବାହାତ କରାଯାଏ ବଙ୍ଗଦେଶରେ ଖଜୁରି ଓ ତାଳ ରସରୁ ରାନ୍ଧି ସେଥିରୁ ଗୁଡ଼ ତିଆରି କରନ୍ତି ଖଜୁରିଗଛର ବେକକୁ ଚାଞ୍ଛି ତାକୁ ଚିରି ତହିଁରୁ କ୍ଷିରତ ହେବା ରସ ନିଗିଡ଼ି ଜମା ହେବା ନିମନ୍ତେ ଗଛରେ ଯେଉଁ ମାଟିର ଘଡ଼ି ଝୁଲାଇ ଦିଆଯାଏ ତାହାକୁ 'ଉରା ବା ଓରା' ବୋଲାଯାଏ ଏବଂ ଉରାରେ ସଂଗୃହୀତ ତାଡ଼ୀକୁ ଏକତ୍ର ସଂଗ୍ରହ କରିବାର ମଧ୍ୟଭଳିଆ ମାଠିଆକୁ 'ପାତେଳୀ' ଓ ବଡ଼ ମାଠିଆକୁ 'ଅଧ୍ୟା' କହନ୍ତି ମାନ୍ଦ୍ରାଜ ଅଞ୍ଚଳରେ ନଡ଼ିଆ ଓ ତାଳ ଗଛର ବେକ ଚଞ୍ଚା ହୋଇ ତାଡ଼ି ବାହାର କରାଯାଏ ନାହିଁ ନଡ଼ିଆ ଓ ତାଳ ଗଛର ଯେଉଁ ଫଳକୋଷ ଓ ଅଣ୍ଡିରା ତାଳ ଗଛର ଯେଉଁ ପୁଷ୍ପକୋଷ ବାହାରୁଥାଏ ତାହାର ଅଗକୁ କାଟି ସେହିଠାରେ ଉରା ସଂଲଗ୍ନ କରି ଦେଲେ ସେଥିରୁ ରସ ନିଗିଡ଼େ]