Jump to content

ତାଡ଼ିବା

ଉଇକିଅଭିଧାନ‌ରୁ

ତାଡ଼ିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

=== ଦେଶଜ - କ୍ରିୟାପଦ - (ସଂସ୍କୃତ - ତଡ଼୍ ଧାତୁ=ଆଘାତ କରିବା; ଦୁଃଖଦେବା)

୧. ଗଛକୁ ଓପାଡ଼ିବା; ମୂଳୋତ୍ପାଟନ କରିବା — ୧. To uproot (a tree).
୨. ମାଟି ଖୋଳିବା —୨. To dig out earth.
୩. ଏକଦିଗକୁ ଠେଲିବା ବା ପେଲିବା — ୩. To push to one side.
୪. (ଲକ୍ଷଣାର୍ଥ) ମାରିବା; ବାଡ଼େଇବା; (ହାତ ଆଦି ଛାତିରେ) ଆଘାତ କରିବା —୪. To strike; to beat.

ଯୋଗ ଥିଲେ ଏ କି ଭାଲେ, ଯାବନ୍ତି ତେଜି ବା ତହିଁ କର କର ତାଡ଼ି— କବିସୂର୍ଯ୍ୟ. ରତ୍ନାକରଚମ୍ପୂ

୫. ପୋତା ଜିନିସକୁ ବଳପୂର୍ବକ ଉଠାଇବା — ୫. To raise out or dig out buried things forcibly.

ଗର୍ଜି ଅତି ପ୍ରଚଣ୍ଡେ ତାଡ଼ଣ ଶିଳା ଖଣ୍ଡେ—ମଧୂସୁଧନ. ଛାନ୍ଦମାଳା

୬. କଚାଡ଼ିବା —୬. To throw down with forceo to dash down.

ବାଣ୍ଟ ଫଳ କରି ଏହା ପଳ ଶିରେ ଉପଳ ତାଡ଼ି ଉଚ୍ଚାରେ ସେ— ଭଞ୍ଜ. ବୈଦେହୀଶବିଳାସ

୭. ତାଡ଼ନା କରିବା —୭. To chastise.

ତହିଁରେ ବିଦ୍ୟାର ପଠନେ, ଭୟେ ତାଡ଼ନ୍ତି ପ୍ରତିଦିନ—ଜଗନ୍ନାଥ, ଭାଗବତ