ତାନ

ଉଇକିଅଭିଧାନ‌ରୁ

ତାନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ତନ୍ ଧାତୁ= ବିସ୍ତାରିତ ହେବା+କର୍ମ ବାଚ୍ୟରେ, ସଂଜ୍ଞାର୍ଥେ ଅ (ଘ଼ଞ୍ଚ); ଯାହା ଗାୟକ କର୍ତ୍ତୃକ ବିସ୍ତାରିତ ହୁଏ; ତୁଳନାକର ଇଂ—ଟୋନ୍ ଟିଉନି; ଗ୍ରୀକ୍ ଟୋନସ୍; ଲାଟୀନ୍ ଟୋନସ୍; ଫ୍ରେଞ୍ଚ—ଟନ; ଜର୍ମାନୀ ଟନ; ଡେନ୍ ମାର୍କ—ଟୋନ୍; ଡଚ୍—ଟୁନ୍)[ସମ୍ପାଦନା]

୧. ଗୀତର ସ୍ୱରବିସ୍ତାର ; ଗାନାଙ୍ଗବିଶେଷ; ଅନୁଲୋମ ଗତିରେ ଗମନ; ମୂର୍ଚ୍ଛନାଦିଦ୍ୱାରା ଗୀତର ସ୍ୱର ଓ ରାଗାଦିର ବିସ୍ତାର; ସ୍ୱରଗ୍ରାମ —୧. The key note of music the flourish of a song.

[ ଦ୍ର— ସଙ୍ଗୀତ ଦାମୋଦର ଗ୍ରନ୍ଥର ମତରେ ସ୍ୱରମାନଙ୍କରୁ ଉତ୍ପନ୍ନ ତାନର ସଂଖ୍ୟା ୪୬: ଓ ଏଥିରୁ ୮୩: (ମତାନ୍ତରରେ ୫୪: ) କୁଟାତାନ ବାହାରିଛି ହିନ୍ଦୀ - ଶବ୍ଦସାଗର ]

୨. ଗୀତର ରାଗଦ ବା ସୁର; ଗୀତରେ ରାଗିଣୀ ଆଳାପ; ଘତ୍ — ୨. Tune of a song; the strain of a song.
୩. ଜ୍ଞାନବିଷୟ; ଇନ୍ଦ୍ରିୟ ଆଦିଦ୍ୱାରା ଆନିଭୁତ ବିଷୟ — ୩. An object of perception through the senses.
୪. (+ଭାବ. ଅ) ବିସ୍ତାର —୪. Expansion.
୫. ଗାୟକର ସ୍ୱର — ୫. The voice of a singer.

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଲକ୍ଷ୍ୟ; ଉଦ୍ଦେଶ୍ୟ —୧. Aim; object.

ମାତାଙ୍କୁ ଧ୍ୟାଇଲି ଏକ ତାନ ମନେ ରାଧାନାଥ. ନନ୍ଦିକେଶ୍ୱରୀ

୨. କ୍ରୋଧାଦିର ହପ୍ପା ବା ତେଜ; କ୍ରୋଧାଦିର ଆତିଶଯ୍ୟ; ଧମସ; ଝୁଙ୍କ; ଝାଙ୍କ —୨. Paroxysm (of rage etc) ; fit (ofperson); volley (of abuse); gust (of wind).
୩. ଲୁଗା ବୁଣିବା ସକାଶେ ତନ୍ତୀମାନେ ଯେଉଁ ଟାଣୀ ଓ ଭରଣୀ ସୁତା ସଜାଡ଼ି ରଖନ୍ତି —୩. The warp and woof thread kept ready before weaving.
୪. ଲୁଗାର ଲମ୍ୱ ବାଗର ସୂତା; ଟାଣି ସୂତା — ୪. The warp of a cloth.
୫. ବେଗ —୫. Force; velocity.

(ଯଥା— ମେଲ୍ମାଡ଼ି କେଡ଼େ ତାନରେ ଚାଲିଛି )

୬. ଜୋର ; ବଳ —୬. Severity; force.

(ଯଥା—ମୋ ମୁଣ୍ଡରେ ଚଉକାଠଟା କେଡ଼େ ତାନରେ ବାଜିଗଲା )

୭. ସବାରିର ବା ପାଲିଙ୍କିର ବାଉଁଶ ସଙ୍ଗେ ସବାରିର କଳେବରରୁ ଆଣ୍ଟି ଧରିବା ନିମନ୍ତେ ଧରିବା ବ୍ୟବହୃତ ଲୁହାର ଛାଡ଼ି ବା ଦଉଡ଼ା —୭. Ropes or iron bars which keep the body of a palky or litter firmly attached to the poles.
୮. ଉଚ୍ଚୈଃସ୍ୱରରେ ଡାକ —୮. Halloo.
୯. ପ୍ରବାହ; ଅବିରଳ ଧାରା — ୯. Continuous flow; current.
୧. ନିରବଚ୍ଛିନ୍ନ ଥର; ବାର — ୧୦. Stretch; strain.

(ଯଥା—ଘରୁ ବାହାରି ମୁଁ ଏକାତାନକେ ଯାଇ କଟକରେ ପହ଼ଞ୍ଚିଗଲି )

୧୧. କ୍ରୋଧମୟ ଚଢ଼ା ସ୍ୱର —୧୧. Angry voice; loud and angry tone.