ତାପ

ଉଇକିଅଭିଧାନ‌ରୁ

ତାପ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - କ୍ଳୀ (ତପ୍ ଧାତୁ=ଗରମ ହେବା+ଭାବେ, ଅ)[ସମ୍ପାଦନା]

୧. ଉତ୍ତାପ; ଆଁଚ — ୧. Heat; warmth; blaze, glare.

[ ଦ୍ର—ଜଡ଼ବିଜ୍ଞାନ ମତରେ ତାପ ଜଡ଼ପଦାର୍ଥର ଗୋଟିଏ ଶକ୍ତିର ବିକାଶ ମାତ୍ର ଏହି ଶକ୍ତି ଜଡ଼ପଦାର୍ଥର ଅଣୁରେ ପ୍ରଛନ୍ନ ଥାଏ କଠିନ, ତରଳ ଓ ବାୟବୀୟ ସକଳ ପଦାର୍ଥସ୍ଥ ଅଣୁ ଶକ୍ତିଯୁକ୍ତ ହେଲାମାତ୍ରେ ଉକ୍ତ ବିକଶିତ ହୁଏ]

୨. ଉଷ୍ଣତା —୨. Temperature; warmth.
୩. ଉତ୍ତାପୋତ୍ପାଦିକା ଶକ୍ତି — ୩. The force which generates heat.

[ ଦ୍ର—ସୂକ୍ଷଭାବରେ ବିଚାର କଲେ ତାପ ଓ ଉଷ୍ଣତା ଏକ ନୂହେ ତାପ ପ୍ରୟୋଗଦ୍ୱାରା ଶରୀରରେ ଉଷ୍ଣତା ଉତ୍ପନ୍ନ ହୁଏ ତାପ ବାହାରିଗଲେ ଉଷ୍ଣତା କମିଯାଏ ବିଜ୍ଞାନ ମତରେ ସବୁ ପଦାର୍ଥରେ (ଏମନ୍ତ କି ବରଫରେ, ସୁଦ୍ଧା) ତାପ ଅଛି ମନୁଷ୍ୟ ସ୍ପର୍ଶେନ୍ଦ୍ରିୟଦ୍ୱାରା ପଦାର୍ଥର ଉଷ୍ଣତା ଅନୂଭବ କରେ ସ୍ପର୍ଶେନ୍ଦ୍ରିୟଦ୍ୱାରା କଳନା କରାଯାଇ ନ ପାରିବା ସୂକ୍ଷ ତାପର ପରମାଣାଦି ନିର୍ଣ୍ଣୟ କରିବା ପାଇଁ ସୂକ୍ଷ୍ମ ଯନ୍ତ୍ରମାନ ଆବିଷ୍କୃତ ହୋଇଅଛି]

୪. ସନ୍ତାପ; କ୍ଳେଶ; ଯନ୍ତ୍ରଣା; ଦୁଃଖ — ୪. Pain; distress; agony.

ଇନ୍ଦ୍ର ସେ ସକାଶରୁ ପାଇ ଅତି ତାପ, ବୋଇଲେ ଯବତ୍ରୀତ କରୁ କେତେ ଦର୍ପ—କୃଷ୍ଣସିଂହ. ମହାଭାରତ. ବନ

୫. ଅଶାନ୍ତି; ଗୋଳମାଳ —୫. Turmoil; agitation; torment.
୬. କ୍ରୋଧ; କୋପ —୬. Anger.
୭. ମାନସିକ ଦୁଃଖ; ଶୋକ — ୭. Sorrow; grief; mortification.

ରୂପକୁ ଲୋପେ କରି ନିଷଧ ଅଧିପ ବୁଲୁଅଛନ୍ତି ମହୀଯାକ ବହି ତାପ—କୃଷ୍ଣସିଂହ. ମହାଭାରତ. ବନ

୮. ଜ୍ୱର —୮. Fever.
୯. ଅନୂତାପ —୯. Mental agony; repentance;
୧. ଆଧ୍ୟାତ୍ମିକ, ଆଧିଦୈବିକ ଓ ଆଧିଭୌତିକ ଦୁଃଖ — ୧୦. Pain due to mental, divine and material causes.

[ ଦ୍ର—ଉପରୋକ୍ତ ୩ ପ୍ରକାରେ ଉତ୍ପନ୍ନ ତାପକୁ ତ୍ରିତାପ ରବା ତାପତ୍ରୟ ବୋଲାଯାଏ ]