ତାମସ

ଉଇକିଅଭିଧାନ‌ରୁ

ତାମସ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ତାମସୀ—ସ୍ତ୍ରୀଲିଙ୍ଗ) 

ସଂସ୍କୃତ - ବିଶେଷଣ - (ତମସ୍+ ସମ୍ୱନ୍ଧେର୍ଥେ. ଅ)[ସମ୍ପାଦନା]

୧. ତାମସିକ; ତମୋଗୁଣର ଉଦ୍ଭୁତ (ଯଥା; କାମ, କ୍ରୋଧ, ଲୋଭ ମୋହ, ମଦ, ମାତ୍ସର୍ଯ୍ୟ)—୧ pertaining to or arising from the gross elements of nature.
୨. ନିନ୍ଦିତ; ଗର୍ହିତ —୨. Blameworthy; gross.
୩. ପାପମୟ —୩. Sinful.
୪. ପ୍ରବଳ ତମୋଗୁଣଦ୍ୱାରା ଅନୁଷ୍ଠିତ —୪. Done under the influence of evil passions.
୫. ଗାଢ଼ାନ୍ଧକାରଚ୍ଛନ୍ନ; ଅନ୍ଧକାରମୟ — ୫. Gloomy; very dark.
୬. ଖଳ —୬. Deceitful; dishonest; wicked; vicious.
୭. ତମୋଗୁଣ ପ୍ରଧାନ — ୭. In which the gross elements of nature predominate.
୮. ତମୋଗୁଣଯୁକ୍ତ — ୮. Having the base elements of nature.

[ଦ୍ରଷ୍ଟବ୍ୟ —ଶ୍ରୀମଦ୍ଭଗବଦ୍ଗୀତାର ଗୁଣତ୍ରୟବିଭାଗଯୋଗ ନାମକ ଚତୁର୍ଦ୍ଦଶ ଅଧ୍ୟାୟରେ ତମୋଗୁଣର ସ୍ୱରୂପ ବର୍ଣ୍ଣିତ ହୋଇଅଛି ଓ ଶ୍ରଦ୍ଧାତ୍ରୟବିଭାଗଯୋଗ ନାମକ ସପ୍ତଦଶ ଅଧ୍ୟାୟରେ ତାମସୀ ଶ୍ରଦ୍ଧା, ତାମସପ୍ରିୟ ଆହାର, ତାମସ ଯଜ୍ଞ, ତାମସ ତପ ଓ ତାମସ ଦାନର ପ୍ରକାର ବର୍ଣ୍ଣିତ ହୋଇଅଛି ସନ୍ନାସଯୋଗେ ନାମକ ଅଷ୍ଟାଦଶ ଅଧ୍ୟାୟରେ ତାମସ ତ୍ୟାଗ, ତାମସ ଜ୍ଞାନ, ତାମସ କର୍ମ, ତାମସ କର୍ମ, ତାମସ କର୍ତ୍ତା ତାମସୀ ବୁଦ୍ଧି, ତାମସୀ ଧୃତ୍ତି, ତାମସ ସୁଖର ପ୍ରକୃତି ବିଶଦଭାବରେ ବର୍ଣ୍ଣିତ ହୋଇଅଛି ପଦ୍ମପୁରାଣରେ କେତେକ ଶାସ୍ତ୍ରକୁ ତାମସ ଶ୍ରେଣୀଭୁକ୍ତ କରାଯାଇଅଛି; ଯଥା—କଣାଦଙ୍କ ବୈଶେଷିକ ଗୌତମଙ୍କ ନ୍ୟାୟ, କପିଳଙ୍କ ସାଂଖ୍ୟ. ଜୈମିନିଙ୍କ ମୀମାଂସା ଦର୍ଶନ, ବୃହସ୍ପତି ଚାର୍ବାକ ଦର୍ଶନ, ଶାକ୍ୟମୁନିଙ୍କ ବୈଦ୍ଧଶାସ୍ତ୍ର ଓ ଶଙ୍କଭଙ୍କ ବେଦାନ୍ତ ଇତ୍ୟାଦି ତତ୍ତ୍ୱଜ୍ଞାନ ସମ୍ୱନ୍ଧୀୟ ଗ୍ରନ୍ଥମାନଙ୍କୁ ଓ ସାଂପ୍ରଦାୟିକ ଦୃଷ୍ଟିରେ ମତ୍ସ୍ୟ ଓ କୂର୍ମି, ଅଗ୍ନି, ଶିବ, ଓ ସ୍ପନ୍ଦ ଏହି ଛଅଟି ପୁରାଣକୁ ମଧ୍ୟ ତାମସରୂପେ ଗଣନା କରାଯାଏ ସାମୁଦ୍ର, ଶଙ୍ଖ, ଯମ, ଔଶନସ ଆଦି କେତେକ ସ୍ମୃତିକୁ ଓ ଜୈମିନି, କଣାଦ, ବୃହସ୍ପତି, ଜମଦଗ୍ନି ଓ ଶୁକ୍ରାଚାର୍ଯ୍ୟ ଆଦି କେତେକ ମୁନିଙ୍କୁ ତାମସ ବିଶେଷଣ ଦିଆଯାଇଅଛି ଏହିପରି ପ୍ରକୃତିର ସତ୍ୱ, ରଜଃ ଓ ତମଃ ଗୁଣତ୍ରୟ ସମନ୍ୱିତ ଅନେକ ବସ୍ତୁ ଓ ବ୍ୟାପରମାନଙ୍କୁ ଯଥାକ୍ରମେ ସାତ୍ତ୍ୱିକ, ରାଜସ୍ୱ ଓ ତାମସ ବୋଲାଯାଏ ନିଦ୍ରା, ଆଳସ୍ୟ, ପ୍ରମାଦ ଆଦିରୁ ଉତ୍ପନ୍ନ ସୁଖକୁ ତାମସ ସୁଖ ଓ ପୌରୋହିତ୍ୟ, ଅସତ୍ ପ୍ରତିଗ୍ରହ, ଜୀବହିଂସା ଲୋଭ, ମୋହ, ଅହଂଙ୍କାର ଆଦିକୁ ତାମସ କର୍ମ ବୋଲାଯାଏ ବିଷ୍ଣୁ ସତ୍ତ୍ୱଗୁଣମୟ ବ୍ରହ୍ମା ରଜୋଗୁଣମୟ ଓ ଶିବ ତମୋଗୁଣମୟ ବୋଲି ବିବେଚିତ—ହିନ୍ଦୀ - ଶବ୍ଦସାଗର]

ବିଶେଷ୍ୟ -[ସମ୍ପାଦନା]

୧. ପେଚକ; ପେଚା —୧. Owl.
୨. ସର୍ପ; ସାପ —୨. Snake.
୩. ଚତୁର୍ଥ ମନୁ —୩. The ୪th Manu; the great grand-son of Manu, the origional progentor of Mankind.

ଚତୁର୍ଥେ ପ୍ରିୟବ୍ରତ ସୂତ, ତାମସ ଉତ୍ତମର ପୁତ୍ର ଜଗନ୍ନାଥ. ଭାଗବତ

୪. ଖଳ ବ୍ୟକ୍ତି (ହିନ୍ଦୀ - ଶବ୍ଦସାଗର) — ୪. Wicked person.
୫. ଅନ୍ଧକାର —୫. Darkness.

ବୋଲାଇ ସେହି ନିଶାଚର, ମାୟାମନୀଷା ଘେନି ମହା ତାମସରେ ଭଞ୍ଜ, ବୈଦେହୀଶବିଳାସ

୬. ଅଜ୍ଞାନ; ମୋହ (ହିନ୍ଦୀ - ଶବ୍ଦସାଗର) — ୬. Infatuation; delusion.

କ୍ଷତ୍ରିୟ ବିଂଶ କଲେ ନାଶ, ଏରୂପେ ବଢ଼ିଲା ତମାସ ଭୂପତି, ପ୍ରେମପଞ୍ଚାମୃତ

୭. ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ଦେହରେ ଦେଖାଯିବା ୩୩: ପ୍ରକାର କେତୁ (ହିନ୍ଦୀ - ଶବ୍ଦସାଗର) —୭. Thirtythree kinds of spots heavenly bodies observed inside the solar and luner orbs.