ତାରକାସୁର

ଉଇକିଅଭିଧାନ‌ରୁ

ତାରକାସୁର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନାମ)[ସମ୍ପାଦନା]

୧. କାର୍ତ୍ତିକେୟଦ୍ୱାରା ନିହତ ଅସୁର— ବିଶେଷ —୧. Name of a demon killed by Kārttikeya.
୨. ବିଷ୍ଣୁଙ୍କଦ୍ୱାରା ନିହତ ଅସୁର ବିଶେଷ — ୨. Name of demon killed by Bishṇu.

[ଦ୍ରଷ୍ଟବ୍ୟ —୧ ଶିବପୁରାଣ ମତରେ ତାରକାସୁର ତାର ନାମକ ଅସୁରର ପୁତ୍ର ଥିଲା ସେ ଏକ ହଜାର ବର୍ଷ ତପସ୍ୟା କରି ବ୍ରହ୍ମାଙ୍କ ଠାରୁ ବର ପାଇଥିଲା ଯେ ତାଠାରୁ ସଂସାରରେ ଆଉ କେହି ବେଶି ବଳୁଆ ହେବେ ନାହିଁ ଓ ଶିବଙ୍କଠାରୁ ଜାତ ବ୍ୟକ୍ତି ଛଡ଼ା ତାହାକୁ ଆଉ କେହି ବଧ କରି ପାରିବେ ନାହିଁ ସେ ଅତି ଉପଦ୍ରବ କରିବାରୁ ଦେବତା ମାନେ ପରାମର୍ଶ କରି କାମଦେବଙ୍କୁ ପଠାଇ ହିମାଳୟରେ ତପସ୍ୟାରତ ମହାଦେବଙ୍କୁ ପାର୍ବତୀଙ୍କଠାରୁ ଆସକ୍ତ କରାଇଲେ ପାର୍ବତୀଙ୍କୁ ମହାଦେବ ବିବାହ କଲେ କିନ୍ତୁ ପାର୍ବତୀ ମହାଦେବଙ୍କ ରେତଃ ଧାରଣ କରିବାକୁ ଅସମର୍ଥା ହେବାରୁ ଦେବତାମନେ ବିଚାର କରି କପୋତବେଶଧାରୀ ଅଗ୍ନିଙ୍କୁ ପଠାଇଲେ ଓ ଅଗ୍ନି ମହାଦେବଙ୍କ ବୀର୍ଯ୍ୟ ଧାରଣ କଲେ; ସେହି ବୀର୍ଯ୍ୟରୁ କାର୍ତ୍ତିକୟ ଉତ୍ପନ୍ନ ହେଲେ ଦେବତା ମାନେ ତାଙ୍କୁ ଦେବସୈନ୍ୟର ସେନାପତି କଲେ ଘୋର ଯୁଦ୍ଧ ପରେ କର୍ତ୍ତିକେୟଙ୍କ ଶରରେ ତାରକାସୁର ନିହତ ହେଲା—(ହିନ୍ଦୀ - ଶବ୍ଦ ସାଗର) ମତାନ୍ତରରେ ସେ ବଜ୍ରାଙ୍କ ଅସୁର ଓ ବାରଙ୍ଗୀ ଅସୁରୀର ପୁତ୍ର ଥିଲା ଏବଂ କାର୍ତ୍ତିକେୟ ଜନ୍ମ ହେବାର ସପ୍ତମଦିନ ତାକୁ ବଧ କଲେ—(ଆପ୍ତେ) ୨ ଗରୁଡ଼ ପୁରାଣ ମତରେ ତାରକାସୁର ନାମରେ ଆଉ ଗୋଟିଏ ଦୁର୍ଦ୍ଦାନ୍ତ ଅସୁର ଥିଲା ସେ ଇନ୍ଦ୍ରଙ୍କୁ ବହୁତ ଉପଦ୍ରୁତ କରିବାରୁ ବିଷ୍ଣୁ ନପୁଂସକ ରୂପ ଧାରଣକରି ଏହାକୁ ବଧ କଲେ (ହିନ୍ଦୀ - ଶବ୍ଦସାଗର)