ତାରା

ଉଇକିଅଭିଧାନ‌ରୁ

ତାରା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ତୃ ଧାତୁ ଣିଚ୍=ତାରି ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ. ଅ)[ସମ୍ପାଦନା]

୧. ତାରକା; ନକ୍ଷତ୍ର —୧. Star.

[ଦ୍ରଷ୍ଟବ୍ୟ —ନକ୍ଷତ୍ର ଅର୍ଥରେ ସଂସ୍କୃତ - ତାରା ସଙ୍ଗେ ତୁଳନା କର—ଇଂ ସାର୍ (Star); ହିନ୍ଦୀ - ତାରା; ଫାରାସୀ - ସିତାରା; ଗ୍ରୀ. ଆସ୍ମର (Astar); ଲାଚିନ୍ ଷ୍ଟେଲ୍ଲା (Sterla,stella; astrum); ଡଚ୍ ଷ୍ଟର୍ (ster)]

୨. ଅକ୍ଷି ଗୋଳକ; ଚକ୍ଷୁର ତାରକା — ୨. The pupil of the eye.
୩. ଦୁର୍ଗା —୩. Goddess Durgā.
୪. ଦୁର୍ଗାଙ୍କର ତନ୍ତ୍ରୋକ୍ତ ୧ମୂର୍ତ୍ତିକା ଦଶ ମହାବିଦ୍ୟାରୁ ୨ୟା — ୪. The second of the ten Mahābidyās or Female Deities worshipped according to the Tantras.

[ଦ୍ରଷ୍ଟବ୍ୟ — ତନ୍ତ୍ରରେ ଏ ନୀଳବର୍ଣ୍ଣା, ଲୋଳଜିହ୍ୱା, କରାଳବଦନା, ସର୍ପାବଦ୍ଧା, ଏକଜଟା, ତ୍ରିନୟନା, ଲମ୍ୱୋଦରା, ଚତୁର୍ହସ୍ତା, ବ୍ୟାଘ୍ର— ଚର୍ମାମ୍ୱରା ବୋଲି ବର୍ଣ୍ଣିତ ହୋଇଅଛି ଚାରି ହାତରେ ଯଥାକ୍ରମେ ନୀଳପଦ୍ମ, ଖଡ୍ଗ, କାତି ଓ ସମଣ୍ଡଖପରି ଧରି ଶିବା (ବିଲୁଆ) ଉପରେ ଆହୋରଣ କରିଥିବାର ବର୍ଣ୍ଣିତ ହୋଇଅଛି —ଜ୍ଞାନେନ୍ଦ୍ର ]

୫. ବାଳି ନାମକ ବାନରରାଜଙ୍କ ପତ୍ନୀ — ୫. The wife of the monkey-king Bāḻi.

[ଦ୍ରଷ୍ଟବ୍ୟ — ଏ ସୁଶେଣ ଓ ମତାନ୍ତରରେ ତାରା ନାମକ ବାନର— ସେନାପତିଙ୍କ କନ୍ୟା; ବାଳୀଙ୍କ ମୃତ୍ୟୁ ପରେ ସୁଗ୍ରୀବ ଏହାଙ୍କୁ ବିବାହ କରିଥିଲେ; ହିନ୍ଦୁମାନେ ସକାଳୁ ଉଠି ଯେଉଁ ପଞ୍ଚକନ୍ୟା (ଅହଲ୍ୟା ଦୌପଦୀ, ତାରା, ଶଚୀ, ମନ୍ଦୋଦରୀ)ଙ୍କ ନାମ ସ୍ମରଣ କରନ୍ତି ତହିଁ ମଧ୍ୟରୁ ଏ ଜଣେ ]

୬. ବୃହସ୍ପତିଙ୍କ ପତ୍ନୀ —୬. Wife of Bṛuhaspati.

[ଦ୍ରଷ୍ଟବ୍ୟ — ତାରା ବୃହସ୍ପତିଙ୍କ ପତ୍ନୀ ଥିଲେ ଚନ୍ଦ୍ରଙ୍କର ଏ ଗୁରୁପତ୍ନୀ ଥିଲେ ମଧ୍ୟ ଚନ୍ଦ୍ର ଏହାଙ୍କୁ ଏହାଙ୍କ ରାଜିରେ ନେଇ ଆପଣା ନିକଟରେ ରଖିଲେ, ବୃହସ୍ପତି ମାଗିବାରୁ ଫେରାଇ ଦେଲେ ନାହିଁ ଏଥିରେ ଗୁରୁଶିଷ୍ୟଙ୍କର ବିବାଦ ଓ ଯୁଦ୍ଧ ହେଲା ପରେ ବ୍ରହ୍ମା ମଧ୍ୟସ୍ଥତା କରି ତାରାକୁ ଆଣି ବୃହସ୍ପତିଙ୍କୁ ଦେଲେ ସେହି ସମୟରେ ତାରା ଗର୍ଭବତୀ ହୋଇଥିଲେ ଓ କିଛି ଦିନ ପରେ ଗୋଟିଏ ସନ୍ତାନ ଜନ୍ମ କଲେ ଓ ସେ ଚନ୍ଦ୍ରଙ୍କ ଔରସ ବୋଲି କହିଲେ ଚନ୍ଦ୍ର ଉକ୍ତ ପୁତ୍ରକୁ ଗ୍ରହଣ କଲେ, ଉକ୍ତ ପୁତ୍ରର ନାମ ବୁଧ ଗ୍ରହ ବୃହସ୍ପତିଙ୍କ ଅଭିଶାପରେ ଚନ୍ଦ୍ରଙ୍କ କଳାର କ୍ଷୟ ହେଲା ]

୭. ବୌଦ୍ଧ ଦେବୀବିଶେଷ — ୭. A Buddhistic Goddess.
୮. ବିଶୁଦ୍ଧ ମୁକ୍ତା —୮. Fine pearl.
୯. ସଙ୍ଗୀତର ଉଚ୍ଚ ସପ୍ତକବିଶେଷ — ୯. The treble part of music.

[ଦ୍ରଷ୍ଟବ୍ୟ — ଏହା ଉଚ୍ଚ ସପ୍ତକ, ଉଚ୍ଚାରଣ ସ୍ଥାନ ମୂର୍ଦ୍ଧା ]

[[]] ୧ (ଜ୍ୟୋତିଷ ମତରେ) ମନୁଷ୍ୟର ଜାତକରେ ତାରା ସମ୍ୱନ୍ଧୀୟ ଯୋଗବିଶେଷ; ତାରକ ]] ୨ (ଦେଖ) - — Tāraka ୨ (see)

୧୧. ଭାଗ୍ୟ; କପାଳ (ହା. ଶବ୍ଦସାଗର) — ୧୧. Fortune; luck.

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତାର) (ବଣିଆ ଶବ୍ଦ)[ସମ୍ପାଦନା]

ହାରରେ ଲଗାଇବା ସୁନାର ଚକତି —Starlike spangles set on necklaces.

ପ୍ରାଦେଶିକ - (ବସ୍ତାର) ବିଶେଷ୍ୟ - (ତୁଳ. ଏହି ଅର୍ଥରେ ହିନ୍ଦୀ - ଏହି ଶବ୍ଦ)[ସମ୍ପାଦନା]

ତାଲା; କୋଲପ —Lock.