ତାରିବା

ଉଇକିଅଭିଧାନ‌ରୁ

ତାରିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ମାରିବା—ବିପରୀତ)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ତୃ ଧାତୁ= ପାର ହେବା; ଣିଚ ତାରି ଧାତୁ= ପାରି କରିବା)[ସମ୍ପାଦନା]

୧. ଉଦ୍ଧାର କରିବା — ୧. To deliver; to rescue.

ଧର୍ମ ଶିକ୍ଷା ଲୋକଙ୍କୁ ଏ ସଂସାରୁ ତାରେ ନାହିଁ ତ କିଛି କାର୍ଯ୍ୟ ଜାତିରେ କୂଳରେ କୃଷ୍ଣସିଂହ, ମହାଭାରତ ବନ

୨. ନିସ୍ତାର କରିବା; ରକ୍ଷା କରିବା —୨. To save.
୩. ପାରି କରିବା — ୩. To take across; to ferry across.
୪. ବନ୍ଧନାଦିରୁ ମୁକ୍ତ କରିବା — ୪. To release from bondage.
୫. ସଂସାର ବନ୍ଧନରୁ ମୁକ୍ତ କରିବା — ୫. To redeem.
୬. ଘଷି କରିବା ପାଇଁ ଗୋବରକୁ ପିଠା ପରି ଭୂମିରେ ବସାଇବା; ପାରିବା —୬. To lay lumps of cowdung on the ground for drying (to be used as fuel)

(ଯଥା—ଘଷି ତାରିବା)

୭. ଖଣ୍ଡିବା —୭. To counteract.

ପ୍ରାଣିର ବଧ ପ୍ରାଣି ହାତେ କାହୁଁ ତାରିବ ଯଜ୍ଞ ମତେ ଜଗନ୍ନାଥ, ଭାଗବତ

୮. ବାହାର କରିବା; ଉତାରିବା —୮. To take out.

ତାରିଲା ହାଣ୍ଡି ସେ ଧରିଣ କରେ ପ୍ରାଚୀ, ପରଚେ ଗୀତା

ପ୍ରାଦେଶିକ - (ଗଡ଼ଜାତ)କ୍ରିୟାପଦ -[ସମ୍ପାଦନା]

ବଢ଼େଇ ବାରସିଦ୍ୱାରା ବା କରତି କରତଦ୍ୱାରା ବଡ଼ କାଠର ପାଖ ଛେଲିବା — To scrape off slips of wood from the sides of a log with the adze or saw.