ତାଳ

ଉଇକିଅଭିଧାନ‌ରୁ

ତାଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ତଳ୍ ଧାତୁ= ପ୍ରତିଷ୍ଠିତ ହେବା; ଉନ୍ନତ ହେବା+ କରଣ ଅ; ଯହିରେ ଗୀତବାଦ୍ୟ ଓ ନୃତ୍ୟ ପ୍ରତିଷ୍ଠିତ ହୁଏ; ମତାନ୍ତରରେ ହରଙ୍କ ନୃତ୍ୟ, 'ତାଣ୍ଡବ'ର ଆଦ୍ୟ ଅକ୍ଷର 'ତା' ଓ ଗୌରୀଙ୍କ ନୃତ୍ୟ 'ଲାସ୍ୟ'ର ଆଦ୍ୟ 'ଳ' ଏହି ଅକ୍ଷରଦ୍ୱୟର ମିଶ୍ରଣରେ ଏ ଶବ୍ଦ ଗଠିତ)[ସମ୍ପାଦନା]

୧. ଗୀତ, ବାଦ୍ୟ ଓ ନୃତ୍ୟ ବିଷୟରେ କାଳକ୍ରିୟାର ପିରମାଣ ବିଶେଷ; ଗୀତବାଦ୍ୟର ବିଶ୍ରାମ ସ୍ଥଳ; ସଙ୍ଗୀତର ତାଳ— କ୍ରିୟାମାନ —୧. Time or measure in music and dancing; beating of time to music.

[ଦ୍ରଷ୍ଟବ୍ୟ —ଗାନ ଓ ବାଦ୍ୟରେ ଯେଉଁ ଯେଉଁଠାରେ ଜୋର୍ ପଡ଼େ ତାହାକୁ ତାଳ ବୋଲାଯାଏ ସଂସ୍କୃତ ସଂଗୀତ ଗ୍ରନ୍ଥରେ ତାଳ ୨ ପ୍ରକାର; ଯଥା—ମାର୍ଗ ଓ ଦେଶୀ ଭରତ ମୁନିଙ୍କ ମତରେ ମାର୍ଗର ସଂଖ୍ୟା ୬ ଓ ଦେଶୀୟ ସଂଖ୍ୟା ୧୨: ଗୀତ ବୋଲା ହେବାବେଳେ ତାଳ ଦେବାପାଇଁ ତାଳି, ଗିନୀ, ମୃଦଙ୍ଗ, ଢୋଲ ମନ୍ଦିରା, ତବଲାଆଦି ବ୍ୟବହୃତ ହୁଏ ଗୀତବାଦ୍ୟ ଓ ନୃତ୍ୟର ନାମ ସଙ୍ଗୀତ; ସଙ୍ଗୀତରେ ଛାନ୍ଦ ପ୍ରକାଶ କରିବା ପାଇଁ କାଳ ପରିମାଣର ପ୍ରୟୋଜନ, କାଳ ପରିମାଣ କରିବା ପାଇଁ ତାଳର ପ୍ରୟୋଜନ କରତାଳି ବା କିଛି କିଛି ସମୟ ବ୍ୟବଧାନରେ କାରଯିବା ଆଘାତ—ଦ୍ୱାରା କାଳ ଜ୍ଞାପିତ ହୁଏ; ଏହି ଆଘାତ କରିବାର ନାମ ତାଳ ଦେବା ଗାନରେ ପଦ ଥାଏ କାଳ ପରିମାଣ ବ୍ୟତୀତ ପଦ ହୁଏ ନାହିଁ ଯେଉଁ ପରିମିତ କାଳକୁ ଏକକ ରୂପେ ଧରାଯାଏ ତାହା ମାତ୍ରା ମାତ୍ରାମାନଙ୍କ ସମଷ୍ଟି ପଦ, ଅଥବା ପଦର ଗୁରୁ ଲଘୁ ଉଚ୍ଚାରଣକାଳର ନାମ ମାତ୍ରା ପୁନଃ ପୁନଃ ଏକ ନିୟମରେ


ଅନୁବାଦ[ସମ୍ପାଦନା]

ଗୁରୁ ଲଘୁ ଉଚ୍ଚାରଣ ବିଶିଷ୍ଟ ପଦର ନାମ ଛନ୍ଦ ଗାନର ଛନ୍ଦର ଯେଉଁ ପଦରେ ପ୍ରସନ୍ନ ବା କଳନ୍ୟାସ କରିବାକୁ ହୁଏ, ଆଘାତଦ୍ୱାରା ତାହା ପ୍ରଦର୍ଶନ କରିବା ହିଁ ତାଳ ଦେବାର ଉଦ୍ଦେଶ୍ୟ ଅଧିକ ବଳ ସହିତ ଉଚ୍ଚାରଣ ସ୍ଥାନର ନାମ ସମ; ତାଳର ଶେଷ ବା ଅବକାଶ ସ୍ଥାନର ନାମ ଫାଙ୍କ ପ୍ରଚଳିତ ତାଳରେ୪ ପଦ ଥାଏ ତିନି ପଦରେ ତାଳି ବା ଆଘାତ ଦିଆଯାଏ, ଶେଷ ପଦରେ ଅନାଘାତ ବା ଫାଙ୍କ ଦିଆଯାଏ ଦ୍ୱିତୀୟ ତାଳି—ସମ; ତାଳରେ ଯେଉଁ ସ୍ଥାନରେ ଆଘାତ ଦେବାର ନିୟମ ଛନ୍ଦର ସେ ସ୍ଥାନରେ ପ୍ରସନ୍ନ ନ ଥିଲେ ଆଡ଼ (ସଂସ୍କୃତ - ଆରାଳ); ଯେଉଁ ତାଳର ପ୍ରତ୍ୟେକ ପଦକୁ ୪ ସମାନ ଅଂଶରେ ବିଭାଗ କରାଯାଇ ପାରେ ତାହା ଚତୁର୍ମାତ୍ରିକ ତାଳ (ଯଥା—କାବାଲୀ) ଯେଉଁ ତାଳର ପ୍ରତ୍ୟେକ ପଦକୁ ୩ ସମାନ ଅଂଶରେ ଭାଗ କରାଯାଇପାରେ ତାହା ତ୍ରୈମାର୍ତିକ ତାଳ(ଯଥା—ଏକତାଳି) ଯେଉଁ ତାଳର ପଦରେ ମାତ୍ରା ସଂଖ୍ୟା ଅସମାନ ତାହା ବିଷମମାତ୍ରିକ (ଯଥା—ଯତ୍); ଯୋଗେଶ୍ଚନ୍ଦ୍ରଙ୍କ ଉଦ୍ଦୃତ କୃଷ୍ଣଧନ ବନ୍ଦୋପାଧ୍ୟାୟ ]

୨. ସୁନାମପ୍ରସିଦ୍ଧ ସ୍ତମ୍ଭବତ୍ ଦୀର୍ଘତରୁ ଓ ତହିଁର ଫଳ ବିଶେଷ —୨. The palmyra palm and its fruit; the fan-palm and its fruit; Talipot palm; Borassus Flabellifer.

[ଦ୍ରଷ୍ଟବ୍ୟ —ଏହା ଗ୍ରୀଷ୍ମ ପ୍ରଧାନ ଦେଶର ଗଛ; ଭାରତବର୍ଷ, ଲଙ୍କା, ବ୍ରହ୍ମଦେଶ ସୁମାତ୍ରା, ଯାବା ଆଦି ଦ୍ୱୀପ, ପାରସ୍ୟ ଉପସାଗର ତଟବର୍ତ୍ତୀ ଦେଶରେ ଏ ଗଛ ବହୁତ ଦେଖାଯାଏ ଏ ଗଛର ଆଗରେ ବାହୁଙ୍ଗା ଧରେ ତାଳଗଛ ପ୍ରାୟ ୬ ହାତ ଉଚ୍ଚ ହୁଏ; ମାତ୍ର ଏହାର ବ୍ୟାସ ୨ ଫୁଟରୁ ବେଶୀ ହୁଏ ନାହିଁ ଚୈତ୍ର ମାସରେ ଫୁଲ ଓ ବୈଶାଖରେ ଫଳ ହୁଏ ଓ ଶ୍ରାବଣ ଭାଦ୍ରବକୁ ଫଳ ପାଚେ ଛୋଟ କଞ୍ଚା ଫଳର ଚୋପାକୁ ଛେଇଁଲେ ତାହା ମଧ୍ୟରୁ କୋମଳ ଓ ସୁସ୍ୱାଦୁ ଶସ (ତାଳସଜ) ବାହାରେ ପାଚିଲା ଫଳରୁ ଯେଉଁ ଘନ ରସ ବାହାରେ ତାହା ବଡ଼ ଗୁରୁପାକ ଲୋକେ ଏହି ରସକୁ ଚାଉଳ ଚୁନା ଆଦିରେ ମିଶାଇ ପିଠା କରି ଖାଆନ୍ତି ଗଛର ପତ୍ର ଗୁଡ଼ିକ ଏକତ୍ର ଲିପ୍ତ ହୋଇ ଛତା ପରି ହୋଇଥାଏ ଏହି ପତ୍ରକୁ ଚିରି ଗୋଟି ଗୋଟି କରି ତହିଁରେ ଲେଖନ ସାହାଯ୍ୟରେ ଲେଖିବାର ରୀତି ଏ ଦେଶରେ ପ୍ରାଚୀନ କାଳରୁ ଚଳି ଆସୁଅଛି ପୂର୍ବେ ତାଳପତ୍ରରେ ବହୁତ ଗ୍ରନ୍ଥ ଲେଖାଯାଉଥିଲା କାଗଜର ବ୍ୟବହାର ହେବାରୁ ତାଳ—ପତ୍ରରେ ଲେଖାଲେଖି କମି ଯାଇଅଛି ଏହି ପତ୍ରରେ ଝାମ୍ପ, ଛତା, ପଙ୍ଖା, ପଖିଆ, ପଟୀ ଆଦି ତିଆରି ହୁଏ ଓ ଘରଛୁଆଣି ହୁଏ ଏ ଦେଶର ବ୍ରାହ୍ମଣମାନଙ୍କ ମଧ୍ୟରେ ମଧ୍ୟ ତାଳପତ୍ର ଛତାର ବ୍ୟବହାର ଅଦ୍ୟାପି ରହିଛି ତାଳବାହୁଙ୍ଗାର ପିଠିରୁ ଓ ପେଟରୁ ଖୂବ୍ ଚେମଡ଼ା ଲଇ ବାହାରେ ପାକଳଗଛର ଗଣ୍ଡିକୁ ଚିରି ଶେଣୀ ଓ ଉରା କରାଯାଏ; ଏହା ଲୁହା କଡ଼ି ପରି ମଜବୁତ୍ ତାଳଗଛର ଗଣ୍ଡିକୁ ଚିରି କରି ହୁଲିଡ଼ଙ୍କା, ନୋଧା ଓ ପାଣି ବୋହିବା ନଳା କରାଯାଏ ଦାକ୍ଷିଣାତ୍ୟ ଓ ବଙ୍ଗଦେଶରେ ଏ ଗଛର ପୁଷ୍ପକୋଷର ଅଗ୍ରଭାଗକୁ କାଟି ସେଥିରୁ 'ତାଡ଼ୀ' ବାହାର କରାଯାଏ ଓ ଏରସର ମଧ୍ୟ ଗୁଡ଼ ଓ ମିଶ୍ରି ଆଦି କରାଯାଏ ଏ ଗଛ ଅଣ୍ଡିରା ଓ ମାଈ ଭେଦରେ ଦୁଇପ୍ରକାରର ଣମାଈଗଛ ଫଳ ଧରେ, ମାତ୍ର ଅଣ୍ଡିରା ଗଛରେ କେବଳ ଜଟା ହୁଏ ଖଜୁରୀ ନଡ଼ିଆ ଓ ଗୁଆଗଛ ଏହି ଶ୍ରେଣୀର ପାଚିଲା ତାଳର ଟାକୁଆ ବା ମଞ୍ଜିରୁ ଗଜା ବାହାରିଲାବେଳେ ତାକୁ ହାଣିଲେ ତହିଁ ମଧ୍ୟରୁ ଯେଉଁ ସୁମିଷ୍ଟ ଶସ ବାହାରେ ତାକୁ ତାଳଖୁଙ୍କୁ କହନ୍ତି ବୈଦକ ମତରେ ପକ୍ୱ, ତାଳପିତ୍ତ, ରକ୍ତ ଓ କଫ ବର୍ଧକ, ଦୁଷ୍ପାଚ୍ୟ ବହୁମୁତ୍ର— ଜନକ, ତନ୍ଦ୍ରାକାରକ, ଅଭିଷ୍ୟନ୍ଦୀ ଓ ଶୁକ୍ରବର୍ଧକ ତାଳସଜ କିଞ୍ଚିତ ମନ୍ଦକାରକ, ଲଘୁ, କଫବର୍ଧକ ବାତଘ୍ନ, ପିତ୍ତନାଶକ, ସ୍ନିଗ୍ଧ, ମଧୁରସ ଓ ସାରକ; ତାଳରସ ବା ତାଡ଼ୀ ଅତ୍ୟନ୍ତ ମତ୍ତତା— ଜନକ ଓ ଏହା ବାସୀ ହେଲେ ଖଟ୍ଟା ହୁଏ ଓ ପିତ୍ତବର୍ଦ୍ଧକ ଏବଂ ବାତଦୃଷ୍ଟିନାଶକ ହୁଏ—ଦେବେନ୍ଦ୍ର ନଗେନ୍ଦ୍ର ଦ୍ରବ୍ୟଗୁଣ ]

୩. ହରିତାଳ —୩. The yellow orpiment.
୪. ଦୁଇ କରତଳର ପରସ୍ପର ଆଘାତ ଜନିତ ଶବ୍ଦ ବା ତାଳି; ବାହୁ, ଜଂଘ ଓ ପିଚାରେ କରତଳଦ୍ୱାରା ମାରିବା ଫୁଟୁକି; ପାଦକୁ ଭୂମିରେ ପକାଇବାଦ୍ୱାରା କରାଯିବା ଶବ୍ଦ ଏବଂ ବୁଢ଼ା ଆଙ୍ଗୁଠି ଓ ମଝି ଆଙ୍ଗୁଠିଦ୍ୱାରା କରାଯିବା ଶବ୍ଦ —୪. The sound produced by clapping or beating the body with palms or by fingers or by foot-steps on the ground.
୫. ଖଡ଼୍ଗ ମୁଷ୍ଟି; ଖଣ୍ଡାର ମୁଠା —୫. The handle of a sword.
୬. ହାତର ବୃଦ୍ଧାଙ୍ଗୁଳି ଓ ମଧ୍ୟମାଙ୍ଗୁଳିର ପ୍ରସାରର ପରିମାଣ — ୬. The shortspan measured by spreading the thumb and the middle finger of the hand.
୭. ମନୁଷ୍ୟର ପାଦ ଠାରୁ ତାଳୁ ପର୍ଯ୍ୟନ୍ତ ଉଚ୍ଚତାର ପରିମାଣ; ଏକ ପୁରୁଷର ଉଚ୍ଚତା —୭. A man's height or depth.

ମୂର୍ଖ ହୋଇବାରୁ ତ ଗରବିତ ହୋଇ ସାତତାଳ ତରୁଏ ବଢ଼ନ୍ତି ନିଠାଇ—କୃଷ୍ଣସିଂହ. ମହାଭାରତ. ଶାନ୍ତି

୮. ଦୂର୍ଗାଙ୍କ ସିଂହାସନ —୮. The throne of the Goddess Durgā


୯. ବେଗ —୯. Velocity.
୧. କରତାଳ; ଲେଡ଼ି —୧୦ Palm of the hand.
୧୧. କଂସାରେ ତିଆରି ଝାଞ୍ଜି, ଗିନୀ ଓ କୁବୁଜୀ — ୧୧. Cymbals.

ସଜାଉ ବାଦ୍ୟ ଘଣ୍ଟା ଟେକ ତାଳ ଝଞ୍ଜାଳ ସେ ତାନ୍ତେକ— ଯଶୋବନ୍ତ. ପ୍ରେମଭକ୍ତି ବ୍ରହ୍ମଗୀତା

୧୨. ତାଳପତ୍ର —୧୨. Palm leaf.
୧୩. ଭୂତଯୋନିବିଶେଷ; ଶିବନୁଚର —୧୩. Name of certain spirits the attendants of Ṡiba.
୧୪. (ଶିଳ୍ପଶାସ୍ତ୍ର) କରୋଟିଠାରୁ ଚିବୁକ ପର୍ଯ୍ୟନ୍ତ ଲମ୍ୱ ମାପ — ୧୪. (architecture) A lineal measure from the skull to the extremity of the Chin.
୧୫. (ଶିଳ୍ପଶାସ୍ତ୍ର) ମଧ୍ୟମାଙ୍ଗୁଳିର ଅଗଠାରୁ କରତଳ ବା କଚଟିର ଆରମ୍ଭ ପର୍ଯ୍ୟନ୍ତ ଦୈର୍ଘ୍ୟ —୧୫. (architecture) The measure of the space between the tip of the middle finger and the wrist.

[ଦ୍ରଷ୍ଟବ୍ୟ —ଏହି ମାପରେ ପ୍ରତିମାନେ ନିର୍ମିତ ହୁଅନ୍ତି ଦେବମୂର୍ତ୍ତିର ଉଚ୍ଚତା—୯ ତାଳ, ରାକ୍ଷସମୃତ୍ତିର ଉଚ୍ଚତା—୧ ତାଳ, କୁବେର ଓ ନବଗ୍ରହମୂର୍ତ୍ତିର ଉଚ୍ଚତା—୯/?/ ତାଳ, ମାନବମୂର୍ତ୍ତିର ଉଚ୍ଚତା —୮ ତାଳ ଭୁବନେଶ୍ୱରର ଦେବମୂର୍ତ୍ତିମାନ ୭ ତାଳ ଉଚ୍ଚ]

୧୬. ମଲ୍ଲମାନଙ୍କର ନିଜ ନିଜ ଜଂଘ ବା ବାହୁରେ ନିଜ କରତଳଦ୍ୱାରା ମାରିବା ଫୁଟୁକି; ବାହାସ୍ଫୋଟ (ହିନ୍ଦୀ - ଶବ୍ଦସାଗର) —୧୬. The sound produced by strongly patting the thighs or arms by a wrestler before wrestling.
୧୭. ତାଳୀଶ ପତ୍ର (ଦେଖ) - (ହିନ୍ଦୀ - ଶବ୍ଦସାଗର) — ୧୭. Tāḻīṡa patra (See)
୧୮. ପ୍ରଚକ୍ଷୁରେ ଲାଗିଥିବା ପଥର ବା କାଚର ଏକଖଣ୍ଡ (ହିନ୍ଦୀ - ଶବ୍ଦସାଗର) —୧୮. One of the bits of stone or glass set on a pair of spectacles.
୧୯. ତାଲା; କୋଲପ (ହିନ୍ଦୀ - ଶବ୍ଦସାଗର) — ୧୯. Padlock.
୨. ବେଲ; ବିଲ୍ୱଫଳ (ହିନ୍ଦୀ - ଶବ୍ଦସାଗର) — ୨୦. Marmalos fruit.
୨୧. ନରକବିଶେଷ (ହିନ୍ଦୀ - ଶବ୍ଦସାଗର) — ୨୧. Name of a hell.
୨୨. ମହାଦେବ (ହିନ୍ଦୀ - ଶବ୍ଦସାଗର) —୨୨. Ṡiba.

ସଂସ୍କୃତ - ବିଶେଷଣ -[ସମ୍ପାଦନା]

୧. ବିସ୍ତୃତ —୧. EXtended.
୨. ରାଶୀକୃତ —୨. Amassed.
୩. ବୃହତ —୩. Large; great.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. (ଘୋଡ଼ା, କୁକୁର ଆଦି) ପଶୁଙ୍କର ସଙ୍ଗମ — ୧. Cohabitation or crossing of beasts (e.g. dog, horse).
୨. ଏକମେଳ ହେବା —୨. Tallying.
୩. ବିଧା —୩. Fist-blow.
୪. ପ୍ରତିଯୋଗିତା —୪. Rivalry; emulation.