ତିଥି

ଉଇକିଅଭିଧାନ‌ରୁ

ତିଥି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ତନ୍ ଧାତୁ=ବିସ୍ତୃତ ହେବା+ଥି; କିମ୍ୱା ଅତ୍ ଧାତୁ =ସତତ ଗମନ କରିବା+ଇଥି)[ସମ୍ପାଦନା]

୧. ଚଦ୍ରକଳାର ହ୍ରାସବୃଦ୍ଧିଦ୍ୱାରା ନିର୍ଦ୍ଧିଷ୍ଟ ମାସର ୩ ଭାଗର ଏକଭାଗ; ଚାନ୍ଦ୍ରଦିବସ —୧. Lunar day.

[ ଦ୍ର—ଚନ୍ଦ୍ର ପୃଥିବୀର ଚାରି ପାଖେ ଥରେ ବୁଲି ଆସିଲେ ଗୋଟିଏ ତିଥି ହୁଏ ଏହିପରି ୧୫: ଥର ବୁଲିଲେ ଏକପକ୍ଷ ହୁଏ ଦୁଇ ପକ୍ଷରେ ଏକ ମାସ ହୁଏ; ପୂର୍ଣ୍ଣମୀର ପରଦିନ କୃଷ୍ଣପକ୍ଷର ଆରମ୍ଭ ହୁଏ କୃଷ୍ଣପକ୍ଷର ପ୍ରଥମ ତିଥି ପ୍ରତିପଦ, ତତ୍ପରେ ଯଥାକ୍ରମେ ଦ୍ୱିତୀୟା, ତୃତୀୟା, ଚତୁର୍ଥୀ, ପଞ୍ଚମୀ. ଷଷ୍ଠୀ, ସପ୍ତମୀ, ଅଷ୍ଟମୀ, ନବମୀ, ଦଶମୀ, ଏକାଦଶୀ, ଦ୍ୱାଦଶୀ, ତ୍ରୟୋଦଶୀ, ଚତୁର୍ଦ୍ଦଶୀ ଓ ଅମାବାସ୍ୟ ଏପରି ୧୫: ତିଥିରେ କୃଷ୍ଣପକ୍ଷ ଅମାବାସ୍ୟ, ଦିନ ଶେଷ ହୁଏ ଅମାବାସ୍ୟାର ପରଦିନ ଶୁକ୍ଳପକ୍ଷ ଆରମ୍ଭ ହୁଏ—ଶୁକ୍ଳପକ୍ଷର

ପ୍ରଥମ ତିଥି ପ୍ରତିପ୍ରଦ, ତତ୍ପରେ ଯଥାକ୍ରମେ ଦ୍ୱିତୀୟା, ତୃତୀୟା ଆଦି ୧୫: ତିଥିରେ ଶୁକ୍ଳପକ୍ଷ ପୂର୍ଣ୍ଣମୀ ଦିନ ଶେଷ ହୁଏ ଚନ୍ଦ୍ର ପୃଥିବୀକୁ ଥରେ ବୁଲି ଆସିଲାବେଳକୁ ଏକଦିନ ବା ୨୪: ଘଣ୍ଟା ପୂରି ନଥାଏ; ଏଥିପାଇଁ ଏକ ଦିନରେ ଏକତିଥିରୁ ଅଧିକା କେତେ ସମୟ ପଡ଼େ 

ଜ୍ୟୋତିଷଶାସ୍ତ୍ରରେ ତିଥିମାନଙ୍କୁ ନାନ ଶ୍ରେଣୀରେ ବିଭକ୍ତ କରାଯାଇ ଅଛି; ଯଥା—କୃଷ୍ଣାତିଥି—କୃଷ୍ଣପକ୍ଷର ପ୍ରତିପଦଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ତିଥି; ଶୁକ୍ଳାତିଥି—ଶୁକ୍ଳ ପ୍ରତିପଦଠାରୁ ପୂର୍ଣ୍ଣମା ପର୍ଯ୍ୟନ୍ତ ତିଥି; ନନ୍ଦାତିଥି—ପ୍ରତିପଦ, ଷଷ୍ଠୀ ଓ ଏକାଦଶୀ; ଭଦ୍ରାତିଥି—ଦ୍ୱିତୀୟା, ସପ୍ତମୀ ଓ ଦ୍ୱାଦଶୀ; ଜୟାତିଥି—ତୃତୀୟା, ଅଷ୍ଟମୀ ଓ ତ୍ରୟୋଦଶୀ; ରିକ୍ତାତିଥି—ଚତୁର୍ଥୀ, ନବମୀ ଓ ଚତୁର୍ଦ୍ଦଶୀ; ପୂର୍ଣ୍ଣାତିଥି—ପଞ୍ଚମୀ, ଦଶମୀ, ଅମାବାସ୍ୟା ଓ ପୂର୍ଣ୍ଣିମା; ତ୍ର୍ୟହସ୍ପର୍ଶତିଥି—ଏକାଦିନରେ ତିନିଗୋଟି ତିଥି ପଡ଼ିଥିବା ଦିବସ]

୨. ଏକ କଡ଼ା କଉଡ଼ିର ୧୫: ଭାଗରୁ ଏକଭାଗ — ୨. ୧/୧୫ of a cowrie or small shell-money.

(ଦ୍ର—ଏହା ହିସାବ କରିବାବେଳେ ଲୋଡ଼ା ହୁଏ)

୩. ପନ୍ଦର ସଂଖ୍ୟା —୩. The number ୧୫.