ତିଲକ

ଉଇକିଅଭିଧାନ‌ରୁ

ତିଲକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତିଳ+ସଂଜ୍ଞାର୍ଥେ. କ)[ସମ୍ପାଦନା]

୧. ଲଲାଟରେ ଦିଆଯିବା ଚନ୍ଦନ ଆଦିର ଚିହ୍ନ; ଚିତା; ଟୋପା; —୧. Sectarian marks of sandal and other pastes painted on the forehead and other parts of the body of a Hindu.

[ଦ୍ରଷ୍ଟବ୍ୟ —ହିନ୍ଦୁମାନେ ସ୍ନାନ କରି ସାରି ପୂଜା କରିବା ପୂର୍ବରୁ ଚନ୍ଦନ, ଗୋରୋଚନା, ତିଳକ ମାଟି ଆଦି ଘୋରି ତିଳକ ଘେନନ୍ତି ଦେହରେ ବାର ସ୍ଥାନରେ ତିଲକ ଘେନିବାର ବିଧି ଅଛି; ଯଥା— ଲଲାଟ, ମସ୍ତକ, ଦୁଇ କାନ, କଣ୍ଠ, ଦୁଇ ବାହୁ, ବକ୍ଷ, ଦୁଇ ପାର୍ଶ୍ୱ ପୃଷ୍ଠ ଓ ନାଭି ବ୍ରାହ୍ମଣ ଓ ବୈଷ୍ଠବମାନେ ଉର୍ଦ୍ଧୁପଣ୍ଡ (ଶଗଡ଼ଦଣ୍ଡା ପରି ୨ଟି ଉର୍ଦ୍ଧ୍ୱ ରେଖା), କ୍ଷତ୍ରିୟ, ଶାକ୍ତ ଓ ଶୈବମାନେ ତ୍ରିପୁଣ୍ଡ, (ତ୍ରିଶୁଳ ପରି ୩ଟି ଆଡ଼ରେଖା), ବୈଶ୍ୟଙ୍କର ଅର୍ଦ୍ଧଚନ୍ଦ୍ରକାର ଏବଂ ଶୁଦ୍ରଙ୍କର ବର୍ତ୍ତୃଳାକାର ଟୋପା ଚିତା ଘେନିବାର ବିଧି ଅଛି ତିଲକ ଦେଖି ତିଳକଧାରୀ ବ୍ୟକ୍ତିର ଜାତି ଓ ସଂପ୍ରଦାୟ ସ୍ଥିର କରାଯାଇ ପାରେ ]

୨. ଦେହରେ ଥିବା ଖସା ପରି ଚିହ୍ନ — ୨. A mole on the body.
୩. ଗନ୍ଧ ତୁଳସୀ; ଦୁଲଭା ଗଛ — ୩. Theosimum Basilicum.
୪. ମୃତ୍ରଶ୍ରୟ —୪. Kidney; the bladder.
୫. ଖସା ଗୁଳ୍ମ — ୫. The sesamum plant.
୬. ଦେହରେ ତିଳ ଚିହ୍ନ ଥିବା ଅଶ୍ୱବିଶେଷ — ୬. A kind of house with freckless on the body.
୭. ଘୋରି କରି କପାଳ ଆଦିରେ ଘେନିବା ନିମନ୍ତେ ବ୍ୟବହୃତ ଏକପ୍ରକାର ମାଟି; ତିଳକ ମାଟି — ୭. A kind of coloured earth for making marks on the body.
୮. ଲୋଧ୍ର (ବୃକ୍ଷ) — ୮. Simplocus Racemosa tree.
୯. (ରାଜ୍ୟାଭିଷେକ କାଳରେ ରାଜାଙ୍କ କପାଳରେ ତିଲକ ଦିଆ ଯାଉଥିବାରୁ) ରାଜ୍ୟାଭିଷେକ — ୯. Installation ceremony of a king.
୧. (କନ୍ୟା ପକ୍ଷରେ ଲୋକେ ବରର ମୁଣ୍ଡରେ ତିଳକ ଅଙ୍କିତ କରିଥିବାରୁ) କ୍ଷତ୍ରିୟମାନଙ୍କୁ ମଧ୍ୟରେ ବିବାହ ପୂର୍ବରୁ ମହାପ୍ରସାଦ ନିର୍ବନ୍ଧ —୧୦. Ceremonial betrothal before marrige.
୧୧. ସ୍ତ୍ରୀମାନଙ୍କ କପାଳରେ ପିନ୍ଧିବାର ଅଳଙ୍କାରବିଶେଷ; ମ୍ଥାମଣି ବା ଟୀକା —୧୧. An ornament worn on the brow by females.
୧୨. ଶିରୋମଣି ବା ଶ୍ରେଷ୍ଠ ବ୍ୟକ୍ତି — ୧୨. Chief or best person.
୧୩. ମରୁବକ; ମରୁଆ (ଦେଖ) - — ୧୩. Maruā (See)
୧୪. ପ୍ଲୀହା (ହିନ୍ଦୀ - ଶବ୍ଦସାଗର) —୧୪. Spleen.
୧୫. ସୌବର୍ଚ୍ଚଳ ଲବଣ —୧୫. Name of a salt.
୧୬. କୌଣସି ଗ୍ରନ୍ଥର ଅର୍ଥସୂଚକ ବ୍ୟାଖ୍ୟା; ଟୀକା — ୧୬. Annotation of a work.
୧୭. ପୁଲାଙ୍ଗଜାତୀୟ ବୃକ୍ଷବିଶେଷ — ୧୭. Name of a tree.

[ଦ୍ରଷ୍ଟବ୍ୟ —ଏଥିରେ ବସନ୍ତ କାଳରେ ଛତା ଆକାରର ଫୁଲ ଧରେ, ଶୋଭା, ପାଇଁ ଲୋକ ଏ ଗଛକୁ ବଗିଚାରେ ଲଗାନ୍ତି ଏହାର କାଠ ଓ ଛାଲ ଔଷଧରେ ଲାଗେ—ହିନ୍ଦୀ - ଶବ୍ଦ— ସାଗର ରଘୁବଂଶ (୯ ୪୧: ) ଓ ମହାଭାରତ (୩ ୫: )ରେ ଏ ଗଛର ଉଲ୍ଲେଖ ଅଛି ସଂସ୍କୃତ - ପର୍ଯ୍ୟାୟ—ତିଳକ. କ୍ଷୁରକ , ଶ୍ରୀମାନ,]

ସୁପୁତ୍ର , ଛତ୍ରପୁଷ୍ପକ ଏହା କଫ, କୁଷ୍ଠ, କ୍ରିମି ଓ ବସ୍ତିଗତ, ମୁଖଗତ ଓ ଦନ୍ତଗତ ରୋଗର ନାଶକ] 

୧୮. ଯମକଯୁକ୍ତ ରଚନା — ୧୮. Alliteration (Apte).
୧୯. ଗୀତର ଧ୍ରୁବକ ବା ଘୋଷା — ୧୯. The burden of a song (Apte).
୨. ଫୁସ୍ଫୁସ୍ —୨୦. The lungs (Apte).
୨୧. ଦିହରେ ଫୁଲା ନଥାଇ କଳା ଦାଗ ପଡ଼ିବା ରୋଗବିଶେଷ — ୨୧. A kind of disease; the appearance of black spots on the skin without any inflammating (Apte).
୨୨. ମୁଞ୍ଜ ତୃଣର ଫୁଲ (ହିନ୍ଦୀ - ଶବ୍ଦସାଗର) — ୨୨. The bunch of flowers of the 'Mun̄ja grass.'

ସଂସ୍କୃତ - ବିଶେଷଣ -[ସମ୍ପାଦନା]

ଶ୍ରେଷ୍ଠ; ପ୍ରଧାନ —Chief.

[ଦ୍ରଷ୍ଟବ୍ୟ —ଏହି ଅର୍ଥରେ ଏହା ଅନ୍ୟ ଶବ୍ଦ ସଙ୍ଗେ ବ୍ୟବହୃତ ହୁଏ; ଯଥା—ରଘୁକୁଳତିଲକ]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. (ସଂସ୍କୃତ - ତିଳ) ରାଶି; ଖସା — ୧. Sesamum.

ବୁଝାଇ ଶରୀର ତିଳକ ସମ କରି ଟେକି ପାରେଁ ଭଞ୍ଜ ବୈଦେହୀଶବିଳାଶ

୨. ମୁହୁର୍ତ୍ତ କାଳ —୨. A moment.

ଏହା ସଂଶୟ ହୁଏ ଗୁଣିତିଲକ ଗଲେ ତ ନ ଦେଖିବି ଗୁଣିତିଲକ—ଭଞ୍ଜ.ପ୍ରେମସୁଧାନିଧି