ତିଳ

ଉଇକିଅଭିଧାନ‌ରୁ

ତିଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତିଳ୍ ଧାତୁ+କର୍ତ୍ତୃ. ଅ)[ସମ୍ପାଦନା]

ରାଶି; ଖସା; କୃଷିଜାତ ବର୍ଷଜୀବୀ ଗୁଳ୍ମ ଓ ତହିଁର ଛୁଇଁରୁ ବାହାରିବା ତୈଳପ୍ରଦ ବୀଜବିଶେଷ —୧. Sesamum Indicum; Gingelly; Indian sesame.

[ଦ୍ରଷ୍ଟବ୍ୟ —ରାଶି ୩ ପ୍ରକାର, ଯଥା— କଳା, ଧଳା ଓ ନାଲି ରାଶି କୃଷି ସମୟଭେଦରେ ଏହା ୨ ପ୍ରକାର—ମାଘୀ ରାଶି ଓ ଭୋଦେଇ ରାଶି

ରାଶି ବା ତିଳରୁ ବାହାରିବାରୁ ତୈଳ ନାମ ହୋଇଅଛି ତିଳରୁ ବାହାରିବା ତୈଳ ଶବ୍ଦ ଅନ୍ୟ ସମସ୍ତ ସ୍ନେହ ପଦାର୍ଥ ପାଇଁ ବ୍ୟବହୃତ ହେଉଅଛି ତିଳରେ ଗୁଡ଼ ବା ଚିନି ମିଶାଇ ଲଡ଼ୁ କରାଯାଏ ଓ ଖଜାଉପରେ ଏହା ବୁଣାଯାଏ ହୁନ୍ଦୁଶାସ୍ତ୍ର ମତରେ ତିଳ ପବିତ୍ର ଅଟେ ଶ୍ରାଦ୍ଧ୍ ଓ ତର୍ପଣାଦିରେ ଏବଂ ଦାନରେ ଏହା ବ୍ୟବହୃତ ହୁଏ ବୈଦ୍ୟଶାସ୍ତ୍ର ମତରେ ଏହା କଟୁତିକ୍ତ କଷାୟ ମଧୁର ରସ. ଗୁରୁ. କଟୁ ଓ ମଧୁର ବିପାକ, ସ୍ନିବ୍ଧ, ଉଷ୍ଣବୀର୍ଯ୍ୟ, କଫ ପିତ୍ତନାଶକ, ବମନକର, କେଶ୍ୟ, ଶୀତଳସ୍ପର୍ଶ, ଚମର ହିରକର, ସ୍ତନ୍ୟବର୍ଦ୍ଧକ, ବ୍ରଣର ହିତକର, ଦନ୍ତର ହୃଢାତା ସମ୍ପାଦକ, ଅଳ୍ପ ମୂତ୍ରକାରୀ, ମଳସଂଗ୍ରାହକ, ବାତଘ୍ନ, ଅଗ୍ନିକର ଓ ବୁଦ୍ଧିପ୍ରଦ କୃଷ୍ଣତିଳ ଶୁକ୍ରକର କୃଷ୍ଣ ତିଳ ଶ୍ରେଷ୍ଠ ଶୁକ୍ଲତିଳ ମଧ୍ୟମ, ଓ ରକ୍ତ ତିଳ ଅଳ୍ପ ଗୁଣଯୁକ୍ତ ତିଳପୁଷ୍ପ ଧଳା ଓ ବକ୍ରାଗ୍ର କବିମାନେ ସ୍ତ୍ରୀମାନଙ୍କ ନାସିକାକୁ ତିଳଫୁଲ ସଙ୍ଗେ ତୁଳନା କରନ୍ତି: ତିଳତୈଳର ଗନ୍ଧ କଡ଼ା ନୁହେଁ ଏବଂ ଅନ୍ୟ ବସ୍ତୁମାନଙ୍କ ଗନ୍ଧ ଗ୍ରହଣ କରିବା ଶକ୍ତି ଏ ତୈଳର ଥିବାରୁ ତିଳ ତୈଳଦ୍ୱାରା ଅନେକ ପ୍ରକାର ସୁବାସିତ ଓ ଫୁଲୁରି ତେଲ ପ୍ରସ୍ତୁତ କରାଯାଏ ମୁସଲମାନଙ୍କର ବିବାହ ପରେ ବର କନ୍ୟାଠାରୁ ବିଦାୟ ହେଲା ବେଳେ କନ୍ୟାହାତରେ ରଖାଯାଇଥିବା ତିଳକୁ ବର ଚାଟିଦିଏ; ଏଥିରେ ଅଭିପ୍ରାୟ ଏହିକି ବର କନ୍ୟ୍ୟାକୁ ସର୍ବଦା ମଧୁର ଦୃଷ୍ଟିରେ ଦେଖିବେ ଉଦ୍ଭିଦତତ୍ୱବିଦ୍ମାନେ କହନ୍ତି ଯେ ବହୁ ପ୍ରାଚୀନକାଳରୁ ତିଳ ଆଫ୍ରିକାରୁ ଭାରତକୁ ଆସିଅଛି ଆଫ୍ରିକାରେ ୮୧: ଜାତିର ତିଳ ଜଙ୍ଗଲୀ ହୋଇ ଗଛ ଉଠେ ହିନ୍ଦୁମାନେ ଆନ୍ୟ ତୈଳବୀଜର ବ୍ୟବହାର ନ ଜାଣିବା ପୂର୍ବରୁ ତିଳ ଭାରତକୁ ଆସିଛି ଅଥର୍ବ ବେଦରେ ତିଳ ଓ ଧାନଦ୍ୱାରା ତର୍ପଣ କରିବା ବିଧି ଲେଖା ଅଛି କିଛି ଅଧିକ ପରିମାଣରେ ତିଳତୈଳ ପିଇଲେ ଝାଡ଼ା ସଫା ହୁଏ—ହିନ୍ଦୀ - ଶବ୍ଦସାଗର]


୨. ଦେହରେ ଖସା ପିର କୃଷ୍ଣ ଦାଗ; କଳା ଜାଇ — ୨. A mole on the body; a freackle; Naevus; mother's mark; stigmata; Note-<? ?> Infantum.

[ଦ୍ରଷ୍ଟବ୍ୟ —ସାମୁଦ୍ରିକ ମତରେ ଯେଉଁ ପୁରୁଷର ଡ଼ାହାଣ ଅଙ୍ଗରେ ଓ ଯେଉଁ ସ୍ତ୍ରୀର ବାମା ଅଙ୍ଗରେ ତିଳ ଥାଏ ସେ ସୁଖୀ, ଧନୀ, ଲୋକପ୍ରିୟ ଓ ସ୍ନେହୀ ହୁଏ; କରତଳରେ ତିଳଚିହ୍ନ ସୌଭାଗ୍ୟସୂଚକ]

୩. କଣା ମାତ୍ର; ଅତ୍ୟଳ୍ପ; ଅତି ସାମାନ୍ୟ ପରିମାଣ — ୩. A very small quantity; a little.
୪. ଖାସାପରିମିତ ସ୍ଥାନ —୪. A very little space.
୫. ସୂକ୍ଷ୍ମ କାଳାଂଶ —୫. A moment.
୬. ଏକ କଡ଼ା କଉଡ଼ିର ୮ ଭାଗରୁ ଏକଭାଗ — ୬. One eightieth part of a cowrie-money.
୭. ଅଖିର କଳା ଡ଼ୋଳାର ଭିତରେ କେନ୍ଦ୍ରରେ ଥଇବା ଅତି କ୍ଷୁଦ୍ର ଦର୍ପଣବତ୍ ବସ୍ତୁ, ଯହିଁରେ ଆଖି ସାମନାରେ ଥିବା ପଦାର୍ଥର କ୍ଷୁଦ୍ର ପ୍ରତିବିମ୍ୱ ପଡ଼େ (ହିନ୍ଦୀ - ଶବ୍ଦସାଗର) — ୭. The crystalline bit inside the pubil of the eye.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ବତକ; ହଂସଜାତୀୟ କ୍ଷୁଦ୍ର ଜଳଚର ପକ୍ଷିବିଶେଷ — A kind of aquatic bird; the teal.