ତୀର
ଦେଖଣା
ତୀର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ତୀର୍ ଧାତୁ+କର୍ତ୍ତୃ. ଅ)
[ସମ୍ପାଦନା]- ୧. କୂଳ —Shore.
- ୨. ନୈକଟ୍ୟ —୨. Vicinity.
- ୩. ଟିଣ; ଧାତୁବିଶେଷ —୩. Tin (metal).
- ୪. ସୀସା —୪. Lead.
- ୫. ପ୍ରାନ୍ତ; ଧାର —୫. Edge; brim.
ଦେଶଜ - ବିଶେଷ୍ୟ - (ଆଧୁନିକ ପ୍ରୟୋଗ)
[ସମ୍ପାଦନା]ତୀର ଆକୃତିବିଶିଷ୍ଟ ଚିହ୍ନ (ଯଥା—) —Arrow-mark.
[ଦ୍ରଷ୍ଟବ୍ୟ —ନଦୀର ସ୍ରୋତର ଦିଗ କିମ୍ୱା ଅନ୍ୟ କୌଣସି ବିଷୟ ପ୍ରତି ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ ପୁସ୍ତକାଦିରେ ଓ ନକ୍ସାରେ ଏପରି ଚିହ୍ନ ଦିଆ ଯାଇଥାଏ ]
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫା)
[ସମ୍ପାଦନା]କାଣ୍ଡ; ଶର ; ବାଣ — Arrow.
[ଦ୍ରଷ୍ଟବ୍ୟ —ପଞ୍ଚଦଶୀ ଆଦି କେତେକ ବେଦାନ୍ତ ଗ୍ରନ୍ଥରେ ଏ ଶବ୍ଦର ଏହି ଅର୍ଥ ମିଳେ, କିନ୍ତୁ ଏହି ଫାରସୀ ଶବ୍ଦ—ହିନ୍ଦୀ - ଶବ୍ଦସାଗର ]