ତୀର୍ଥ

ଉଇକିଅଭିଧାନ‌ରୁ

ତୀର୍ଥ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ତୃ ଧାତୁ=ପାର ଗମନ କରିବା+କର୍ମ. ଥ)[ସମ୍ପାଦନା]

୧. ପାପମୋଚନ କ୍ଷେତ୍ର; ପୁଣ୍ୟ ସ୍ଥାନ; ପାପରୁ ଉଦ୍ଧାର ପାଇବା ନିମନ୍ତେ ଲୋକେ ଯେଉଁ ସ୍ଥାନକୁ ଯାଆନ୍ତି — ୧. Holy place; a place of pilgrimage.

(ଦୃ—ତଳେ ଟୀକା ୧ ଦେଖ)


୨. ପୂଣ୍ୟଜଳ; ଋଷିସେବିତ; ପୂଣ୍ୟତୋୟା ନଦୀ— ଚଡ଼ାଗାଦି —୨. Scared bathing place;holy streamor reservoir.
୩. ନଦୀତରଣାସ୍ଥାନ ବା ସ୍ନାନଘାଟ —୩. A lace for landing or bathing;bathing ghat;ferry- ghat.
୪. ଉତ୍ତମ ଓ ପୂଣ୍ୟ କର୍ମ; ଶ୍ରେଷ୍ଠ କର୍ମ;ଷେଉଁ କର୍ମମାମନ କଲେ ମିନୁଷ୍ୟ ଦୁଃଖସାଗରରୁ ଉର୍ତ୍ତୀର୍ଣ୍ଣ ହୁଏ(ଯଥା— ବିଦ୍ୟାଭ୍ୟାସ, ସୁବିଚାର, ଈଶ୍ୱରୋପାସନା, ଧର୍ମାନୁଷ୍ଠାନ, ସତ୍ୟାଶ୍ରୟ, ବ୍ରହ୍ମଚର୍ଯ୍ୟ ଇତ୍ୟାଦି) — ୪. Meritorious or pious acts.
୫. (+ କରଣ. ଥ) ରାଜମନ୍ତ୍ରୀ; ଉପଦେଶକ — ୫. A counsellor; king's adviser; minister.
୬. ଆଗମ ଶାସ୍ତ୍ର —୬. Holy books; the ṡāstras; the scriptures of the Hindus.
୭. (ଅଧିକକରଣ.ଥ) ଉପାୟ —୭. Means.
୮. କ୍ଷେତ୍ର —୮. A field.
୯. ପାତ୍ର —୯. A vessel.
୧. ଗୁରୁ; ଶିକ୍ଷକ; ଉପାଧ୍ୟାୟ (ତଳେ ଟୀକା ୩ଦେଖ) — ୧୦. A preceptor.
୧୧. ବିପ୍ର;ବ୍ରାହ୍ମଣ —୧୧. A Brāhmaṇa.
୧୨. ସ୍ତ୍ରୀ ରଜଃ —୧୨. The menstural flux.
୧୩. ଯୋନି —୧୩. The vulva; vagina.
୧୪. ଯଜ୍ଞ —୧୪. Vedic sacrifice; oblation to fire.
୧୫. ଉପ୍ତତସ୍ଥାନ —୧୫. Source; origin.
୧୬. ଦର୍ଶନ ଶାସ୍ତ୍ର —୧୬. Bedānta Philosophy.
୧୭. ଅଗ୍ନି —୧୭. Fire.
୧୮. ନିଦାନ —୧୭. Prime or remote cause.
୧୯. ନିଦାନ ଶାସ୍ତ୍ର ୧୯. The science of the symtoms of diseases.
୨. ବ୍ରାହ୍ମଣର ଦକ୍ଷିଣ କର୍ଣ୍ଣ (ପ୍ରକୃତିବାଦ) — ୨୦. The right ear of a Bāhmaṇa.
୨୧. ଡ଼ାହାଣ ହାତର କରତଳର ନିର୍ଦ୍ଦିଷ୍ଟ ଅଂଶ (ଯଥା— ପିତୃତୀର୍ଥ, ବ୍ରହ୍ମତୀର୍ଥ, ପ୍ରାଜାପତ୍ୟତୀର୍ଥ, ଦୈବତୀର୍ଥ) ୨୧. Particular parts of the right palm.

(ଦ୍ର—ତଳେ ଟୀକା ୨ ଦେଖ)

୨୨. ଅବସର; ସୁଯୋଗ (ହିନ୍ଦୀ - ଶବ୍ଦସାଗର) — ୨୨. Opportunity.
୨୩. ଚରଣାମୃତ; ପାଦୋଦକ (ହିନ୍ଦୀ - ଶବ୍ଦସାଗର) — ୨୩. Water with which the feet of an idol or holy person is washed.
୨୪. ପୁଣ୍ୟକାଳ (ହିନ୍ଦୀ - ୟଶବ୍ଦସାଗର) ୨୪. Holy time.
୨୫. ଦଶନାମୀ ସନ୍ୟାସୀଙ୍କ ଉପାଧିବିଶେଷ — ୨୫. A title assumed by Daṡanāmī Sannyāsīs.

(ଯଥା— ଦଶନାମୀ ସନ୍ୟାସୀ ତଳେ ନୋଟ ଦେଖ)

୨୬. ପାରି କଲା ବାଲା (ହିନ୍ଦୀ - ଶବ୍ଦସାଗର) — ୨୬. A person who ferries or takes another across a river.
୨୭. ଈଶ୍ୱର (ହିନ୍ଦୀ - ଶବ୍ଦସାଗର) —୨୭. God.
୨୮. ମାତା ଓ ପିତା (ହିନ୍ଦୀ - ଶବ୍ଦସାଗର) —୨୮. Parents.
୨୯. ଅବତାର (ହିନ୍ଦୀ - ଶବ୍ଦସାଗର) —୨୯. Incarnation.
୩. ଅତିଥି (ହିନ୍ଦୀ - ଶବ୍ଦସାଗର) — ୩୦. Honoured guest.
୩୧. (ରାଷ୍ଟ୍ର ନୀତି)ରାଷ୍ଟ୍ରର ୧୮:ଟି ସମ୍ପତ୍ତି — ୩୧. (Hindu Political Science) The ୧୮ items constituting the wealth of a kingdom.

[ଦ୍ରଷ୍ଟବ୍ୟ — ଏ ୧୮:ଟି ତୀର୍ଥ ଯଥା—୧ମନ୍ତ୍ରୀ,୨ ପୁରୋହିତ, ୩ ଯୁବକ,୪ ରାଜା,୫ ଦ୍ୱାରପାଳ, ୬ ଅନ୍ତବେର୍ଶିକ ବା ଅନ୍ତଃପୁର ରକ୍ଷକ,୭ କାରାଗାରାଧ୍ୟକ୍ଷ,୮. ଦ୍ରବ୍ୟ ସଂଚୟକାରକ, ୯ କୃତ୍ୟାକୃତ୍ୟ ଅର୍ଥର ବିନିଯୋଜକ,୧. ପ୍ରଦେଷ୍ଟା ,୧୧: ନଗରାଧ୍ୟକ୍ଷ,୧୨: . କାର୍ଯ୍ୟ ନିର୍ମାଣକାରକ,୧୩: . ଧର୍ମାଧ୍ୟକ୍ଷ ,୧୪: ସଭ୍ୟାଧ୍ୟକ୍ଷ, ୧୫: . ଦଣ୍ଡପାଳ,୧୬: . ଦୁର୍ଗପାଳ,୧୭: . ରାଷ୍ଟ୍ରାନ୍ତପାଳ ଓ ୧୮: . ଅଟବୀପାଳ ହିନ୍ଦୀ - ଶବ୍ଦସାଗର]

[ଦ୍ରଷ୍ଟବ୍ୟ —ଟୀକା(୧) ହିନ୍ଦୁ ଶାସ୍ତ୍ର ମତରେ ତୀର୍ଥ ୩ ଶ୍ରେଶୀର, ଯଥା— ଜଙ୍ଗମ ତୀର୍ଥ=ବ୍ରାହ୍ମଣ,ସାଧୁ,ଗୁରୁଜନ ସ୍ଥାବର ତୀର୍ଥ— ଗଙ୍ଗା, ଗୋଦାବରୀ, କାଶୀ, ପ୍ରୟୋଗ, ପୁରୁଷୋତ୍ତମ ଆଦି ମାନସ ତୀର୍ଥ= ସତ୍ୟ, କ୍ଷମା, ଦୟା, ଇନ୍ଦ୍ରିୟସଂଯମ, ଦାବ, ଦମ, ସନ୍ତୋଷ, ସରଳତା, ବ୍ରହ୍ମଚର୍ଯ୍ୟ, ପୂଣ୍ୟ କର୍ମ, ଜ୍ଞାନ, ମନଃଶୁଦ୍ଧି, ପ୍ରିୟବାଦିତା ଓ ଧୃବି

ଟୀକା (୨) ଦେବ ଓ ପିତୃ କାର୍ଯ୍ୟାଦିରେ ଡାହାଣ ହାତର ନିମ୍ନଲିଖିତ ଅଂଶମାନ ତାର୍ଥରୂପେ କଳ୍ପିତ ହୁଏ ଅଙ୍ଗୃଳିମାନଙ୍କର ଅଗ୍ରଭାଗ—ଦୈବତୀର୍ଥ; କନିଷ୍ଠା ଓ ଅନାମିକାର ଅଗ୍ରଭାଗ— ପ୍ରାଜାପତ୍ୟ ବା କାୟତୀର୍ଥ,ଅଙ୍ଗୁଷ୍ଠ ମବଳଭାଗ—ବ୍ରହ୍ମତୀର୍ଥ ଦୈବତୀର୍ଥଦ୍ୱାରା ଦେବକାର୍ଯ୍ୟ, ପ୍ରାଜାପତ୍ୟତୀର୍ଥଦ୍ୱାରା ତପଣାଦି ପିତୃକାର୍ଯ୍ୟ, ପିତୃତୀର୍ଥଦ୍ୱାରା ପିଣ୍ଡଦାନ ଓ ବ୍ରହ୍ମତୀର୍ଥଦ୍ୱାରା ଆଚମନ କରାଯାଏ

ଟୀକୀ(୩) ବିଦ୍ୟାର କୌଣସି ଶାଖାରେ ବ୍ୟତୃତ୍ତି ଲାଭ କରି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଇଥିବା ଛାତ୍ରଙ୍କୁ ନ୍ୟାୟତୀର୍ଥ, ବ୍ୟାକରଣ— ତୀର୍ଥ,ବେଦାନ୍ତତୀର୍ଥ,ବାକ୍ୟତୀର୍ଥ ଆଦି ଉପାଧି ପ୍ରଦତ୍ତ ହେଇ— ଥାଏ ଏ ସ୍ଥଳରେ ତୀର୍ଥ ଅର୍ଥ ଆଚାର୍ଯ୍ୟ ବା ଅଧ୍ୟାପକ]