ତୁଳସୀ ଚଉରା

ଉଇକିଅଭିଧାନ‌ରୁ

ତୁଳସୀ ଚଉରା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତୁଳସୀ+ଚତୁଷ୍କ)[ସମ୍ପାଦନା]

୧. ଯେଉଁ ଚଉରା ବା ବେଦୀ ଉପରେ ତୁଳସୀ ଗଛ ଲଗା ଯାଇଥାଏ —୧. A mound of earth or platform on which the Tulasī plant is planted.

[ ଦ୍ର—ତୁଳସୀ ଗଛ ପ୍ରତ୍ୟେକ ହିନ୍ଦୁ ଗୃହସ୍ଥଙ୍କ ଘରେ ପୂଜା ପାଏ ଏହାର ଚଉରାର ମୂଳ ଲିପାପୋଛା କରି ସନ୍ଧ୍ୟାବେଳେ ଘିଅଦୀପ ବସାଯାଏ କାର୍ତ୍ତିକ ମାସରେ ବିଧବାମାନେ ଏହା ମୂଳରେ ପଞ୍ଚୁବର୍ଣ୍ଣୀ ମୁରୁଜରେ ଚିତ୍ର ଅଙ୍କନ କରି କାର୍ତ୍ତିକପୂଜା ଓ ଦୀପମାନ ଆଦି କରନ୍ତି ପଣାସଂକ୍ରାନ୍ତି ଦିନ ଏହା ଉପରେ ଛାୟା କରି ବସୁନ୍ଧରା ଘଡ଼ି ଟାଙ୍ଗନ୍ତି; ଏହି ଘଡ଼ିର ତଳେ ଥିବା ଛିଦ୍ର ବାଟେ ଗଛ ଉପରେ ଜଳଧାରା ପଡ଼ୁଥାଏ ]

୨. ପୁରୀଜିଲ୍ଲାର ମାଳତୀପାଟପୁରରେ ଥିବା ପ୍ରସିଦ୍ଧ ତୁଳସୀଗଛର ଚଉରା ଓ ତନ୍ନାମକ ଗ୍ରାମ — ୨. Name of a mound containing the Tulasī plant and a village some ୪ or ୫ miles on the road to Puri.
  • ସୁଖ ସମୁଦ୍ର ମଧ୍ୟେ ଭାସି ତୁଳସୀ ଚଉରା ପ୍ରବେଶି—ଭୂପତି. ପ୍ରେମପଞ୍ଚାମୃତ

[ଦ୍ରଷ୍ଟବ୍ୟ —ମାଳତୀପାଟପୁର ଗ୍ରାମରେ ଜଗନ୍ନାଥ ସଡ଼କଉପରେ ଗୋଟିଏ ତୁଳସୀ ଚଉରା ଅଛି ତାହାକୁ ଦର୍ଶନ କରିବା ପାଇଁ ଯାତ୍ରୀମାନେ ଜଗନ୍ନାଥ ଦର୍ଶନ ସାରି ଏଠାକୁ ଆସନ୍ତି ପୁରୀକୁ ଦର୍ଶନାର୍ଥ ଆସୁଥିବା ଯାତ୍ରୀମାନେ ଏହିଠାରେ ପ୍ରଥମେ ଜଗନ୍ନାଥ ଦେଉଳର ଚୂଡ଼ା ଦର୍ଶନ କରନ୍ତି ]