ତୃଣ

ଉଇକିଅଭିଧାନ‌ରୁ

ତୃଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ତୃଣ୍ ଧାତୁ+କର୍ମ. ଅ; ଯାହାକୁ ଗୋମେଷାଦି ଭକ୍ଷଣ କରନ୍ତି; କିମ୍ୱା ତୃହ୍ ଧାତୁ=ଆଘାତ କରିବା+ଅ; ଯାହାକ ସମସ୍ତେ ଗୋଡ଼ଦ୍ୱାରା ମାଡ଼ି ଆଘାତ କରନ୍ତି; କିମ୍ୱା ତୃହ୍ ଧାତୁ =ବୃଦ୍ଧି ପାଇବା+କର୍ତ୍ତୃ. ଣ; ଯାହା ବିନା ଯତ୍ନରେ ବଢ଼େ)[ସମ୍ପାଦନା]

୧. ଘାସ —୧. Grass.

[ ଦ୍ର—ତୃଣ କାଣ୍ଡରେ ମଞ୍ଜ ନଥାଏ, ଏହାର କାଣ୍ଡ ବା ଡାଙ୍ଗ ଫମ୍ପା ଏବଂ ଗଣ୍ଠିଆ; ଦୁଇଗଣ୍ଠି ମଧ୍ୟସ୍ଥ ଅଂଶକୁ ପବ ବୋଲାଯାଏ, ଧାନ ଗଛ ଓ ବାଉଁଶଗଛ ମଧ୍ୟ ତୃଣ ଶ୍ରେଣୀର]

୨. କୁଟା —୨. Straw.
୩. ଗନ୍ଧତୃଣ —୩. Scented grass.
୪. ବାଉଁଶ —୪. Bamboo.
୫. କାଣ୍ଡଶର, ନଳ , ବେଣା, କୁଶଆଦି —୫. Reeds.
୬. (ଆଶୟାର୍ଥ) ଘାସପରି ନୀଚ, ନଗଣ୍ୟ ବା ତୁଚ୍ଛ ବ୍ୟକ୍ତି ବା ବସ୍ତୁ —୬. A thing or person beneath one's contempt or notice; a thing or person of no worth or substance.

ଗ୍ରାମ୍ୟ - ବିଶେଷ୍ୟ -[ସମ୍ପାଦନା]

(ସଂସ୍କୃତ - ତୁଣୀର) କାଣ୍ଡମୁଣା; ତୁଣୀର —A quiver.

[ଉଦାହରଣ: ଲକ୍ଷେ ବାଣ ତୃଣଁ କାଢି ଗୁଣେ ବସାଇଲେ, ଦୈତ୍ୟ ଉପରକୁ କୋପେ ନିଠାଇ ମାଇଲେ - ଶାରଳା, ବିଲଙ୍କାରାମାୟଣ ]