ତେଣ୍ଡା

ଉଇକିଅଭିଧାନ‌ରୁ

ତେଣ୍ଡା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

=== ଦେଶଜ - ବିଶେଷ୍ୟ - (ସଂସ୍କୃତ - ତୀର୍ଯ୍ୟକ୍ ଦଣ୍ଡ; ସଂସ୍କୃତ - ଢ଼େଙ୍କ=ବଢ଼ିଆ କାଙ୍କ —

ଗଭୀର ଜଳାଶ୍ରୟ ବା କୁଅରୁ ଉଚ୍ଚକୁ ପାଣି ଉଠାଇବା ନିମନ୍ତେ ବ୍ୟବହୃତ ଢିଙ୍କି ପରି ପଡ଼ିବା ଉଠିବା ଯନ୍ତ୍ରବିଶେଷ —Water lifting crane; ab appliance for raising buckers of water from deep. place (on the lever pricciple) for irrigation purposes; (consisting of an earthen pot or bucket suspended to one end of a long bamboo pole which moves on a fulcrum).

ତେଣ୍ଡା ବାହୁଁ ବାହୁଁ କେହି ଚଷା ପୁତ ଗୀତରୋଦନ କରେ ଦିଗ ମୁଖରିତ—ତାରିଣୀ ଋଷିକୁଲ୍ୟା


[ଦ୍ରଷ୍ଟବ୍ୟ —ଏଥିରେ ଦୁଇଗୋଟି ଖୁଣ୍ଟ ଉପରେ ଖଣ୍ଡିଏ ଆଡ଼ ଧାରଣା ପଡ଼ି ଏହି ଆଡ଼ ଧାରଣା ଉପରେ ଗୋଟିଏ ଲମ୍ୱ ବାଉଁଶର ମଧ୍ୟ ବୁନ୍ଦୁ ଏପରି ଖଞ୍ଜା ହୁଏ ଯେ ଲମ୍ୱ ବାଉଁଶର ଗୋଟିଏ ମୁଣ୍ଡ ଉଠିଲେ ଆର ମୁଣ୍ଡଟି ପଡ଼ିଯାଏ ସେହି ଲମ୍ୱ ବାଉଁଶର ଗୋଟିଏ ମୁଣ୍ଡରେ ଗୁଡ଼ିଏ ମାଟି ବା ପଥର ଲଦା ହୋଇଥାଏ ଅପର ମୁଣ୍ଡରେ ଗୋଟିଏ ଲମ୍ୱ ଦଉଡ଼ା ବା ଲାଗି ବନ୍ଧା ହୋଇଥାଏ ସେହି ଲାଗି ବା ଦଉଡ଼ାରେ ଗୋଟିଏ ହାଣ୍ଡି ଝୁଲୁଥାଏ ଲଗିକୁ ଧରି ସେହି ହାଣ୍ଡିକୁ ପାଣିରେ ବୁଡ଼ାଇ ଟେକିଲେ ଲମ୍ୱ ବାଉଁଶର ବିପରୀତ ଦିଗରେ ଲଦା ହୋଇଥିବା ପଥର ବା ମାଟି ଭାର ଯୋଗୁଁ ଜଳପୂର୍ଣ୍ଣ ହାଣ୍ଡିକୁ ଟେକିବା ନିମସ୍ତେ ଅଳ୍ପ ଆୟସ ପ୍ରୟୋଯନ ହୁଏ ସେ ଜଳପୂର୍ଣ୍ଣ ହାଣ୍ଡିକୁ ଟେକି ତହିଁର ଜଳକୁ ଗୋଟିଏ ନଡ଼ିଆ ବା ତାଳ ଗଛର ଫାଳ (ଲୋଦା)ରେ ଢ଼ାଳି ଦେଲେ ସେହି ଲୋଦାବାଟେ ପାଣି କ୍ଷେତକୁ ବୋହିଯାଏ

ତେଣ୍ଡାର ବିଭନ୍ନ ଅଂଶମାନଙ୍କର ନାମ, ଯଥା—ତେଣ୍ଡାଖୁଣ୍ଟ ବାହାଲଖୁଣ୍ଟ, ମାକଡ଼ୀ, ଆଡ଼ ଧାରଣ ବା ମା଼ଡ଼ି,ବଜାର ବାଉଁଶ, ହାତ ବାଉଁଶ ବା ଲାଗି ଲେଦା ବା ନୋଦା, ହାଣ୍ଡି, ଭାଡ଼ି ବା ମଞ୍ଚା]