Jump to content

ତୋଳିବା

ଉଇକିଅଭିଧାନ‌ରୁ

ତୋଳିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

[ତୋଳା(ଳେ)ଇବା—ଣିଜନ୍ତ]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ତୁଳ୍ ଧାତୁ)[ସମ୍ପାଦନା]

୧. (ଗଛରୁ ପୁଷ୍ପାଦି) ଚୟନ କରିବା —୧. To pluck (fruits and flowers).

ଜାଇ ଫିଙ୍ଗିଦେଇ ତୋଳ ତରାଟ— କବିସୂର୍ଯ୍ୟ, ସଙ୍ଗୀତ

୨. ଗୃହ ଆଦି ନିର୍ମାଣ କରିବା — ୨. To erect; build (a structure).

ବୋଇଲେ ତୋଳ ବସା ଏଠାରେ ମୋ ପାଇଁ— କୃଷ୍ଣସିଂହ. ମହାଭାରତ, ବନ

୩. ତଳୁ ଗୋଟାଇବା — ୩. To pick up from the ground.
୪. ସଂଗ୍ରହ କରିବା —୪. To gather; to collect.
୫. ଉତ୍ତୋଳନ କରିବା; ଉଠାଇବା, ତଳୁ ଊର୍ଦ୍ଧ୍ୱକୁ ଟେକିବା —୫. To raise up; to lift up.

ଇନ୍ଦ୍ରବିବାଦେ ବନମାଳୀ, ପର୍ବତ ବାମ କରେ ତୋଳି— ଜଗନ୍ନାଥ. ଭାଗବତ

(ତୋଳାଯି(ହ)ବା—କର୍ମବାଚ୍ୟରୂପ)

୬. (ସ୍ୱରକୁ) ଉଚ୍ଚତର କରିବା — ୬. To raise one's voice; to make one's voice louder.

ରାଜା ଦେଶେ ମୁହିଁ ତୋଳୁଥିଲି ଯେବେ ସ୍ୱପ୍ନରେ ଗୀତଲହରୀ— ରାଧାନାଥ. ପାର୍ବତୀ

୭. (ଶଯ୍ୟାଦି) ଟେକିବା ବା ଗୋଟାଇବା, ଭୂମିରୁ ଉଠାଇବା — ୭. To take up from the ground (e.g. a bed or mat).


୮. (ମସ୍ତକାଦି) ଉପରକୁ ଟେକି ବା ହାତ ମୁଣ୍ଡକୁ ସିଧା କରି ଉଠାଇବା —୮. To raise up one's head or arm.

ସନ୍ନିଧି ଲଭିଣ ଭଗବତୀଙ୍କର, ତୋଳିଛନ୍ତି ଗୁଳ୍ମ ଜଟିଳଶିଖର— ରାଧାନାଥ, ଚିଲିକା

[ଦ୍ରଷ୍ଟବ୍ୟ —ଏହି କ୍ରିୟାର ଅସମାପିକାରୂପ ସଙ୍ଗେ ଆଣିବା, ଦେବା, ନେବା, ଧରିବା, ରଖିବା ପକା(କେ)ଇବାର ସମାପିକାରୂପ ଯୁକ୍ତ ହୁଏ]