ତୋଷଳ

ଉଇକିଅଭିଧାନ‌ରୁ

ତୋଷଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ପ୍ରାଚୀନ ଉତ୍କଳର ନଗର ଓ ରାଜ୍ୟବିଶେଷ — ୧. Name of a kingdom and town of ancient Orissa.

[ଦ୍ରଷ୍ଟବ୍ୟ —ମହାନଦୀର ଉତ୍ତର ତୀରରୁ ବିସ୍ତୃତ ଉତ୍କଳର ସମସ୍ତ ଭୁଭାଗକୁ ଉତ୍ତର ତୋଷଳ ଏବଂ ଦକ୍ଷିଣ ତୀରରୁ ବ୍ରହ୍ମପୁର ପର୍ଯ୍ୟନ୍ତ ଭୂଭାଗକୁ ଦକ୍ଷିଣ ତୋଷଳ ବୋଲି କୁହା ଯାଉଥିଲା ଯାଜପୁର ତୋଷଳର ରାଜଧାନୀ ଥିଲା ତୋଷଳରେ କର ବଂଶୀୟ ରାଜାମାନେ ରାଜତ୍ୱ କରୁଥିଲେ ଗ୍ରୀକ୍ ଐତିହାସିକ ଟୋଲେମିଙ୍କ ମାନଚିତ୍ରରେ ବୈତରଣୀ କୂଳର ତୋଷଳ ନାମକ ଏକ ସହର ନିର୍ଦ୍ଦେଶତ ହୋଇଅଛି—ଦୈନିକ ଆଶା. ୨୫ ୮ ୨୯:

ଆଧୁନିକ ଖଲ୍ଲିକୋଟ୍, ଘୁମୁସର, ବାଣପୁର, ଖୋର୍ଦ୍ଧା, ନୂଆଗଡ଼, ରଣପୁର, ପୁରୀ ସବଡ଼ିଭିଜନର କେତେକ ଅଂଶ, କଟକ ଜିଲାର

ବାଙ୍କ ଓ ଓଲାସ ପ୍ରଗନା ନେଇ ଏହା ଗଠିତ—ନାରାୟଣ ତ୍ରିପାଠୀଙ୍କ ଉଦ୍ଧୃତ କରବଂଶୀୟ ରାଜାମାନଙ୍କ ତାମ୍ରଶାସନ] 

୨. ପ୍ରାଚୀନ ଉତ୍କଳର ଯୋଦ୍ଧୃଜାତିବିଶେଷ —୨. Name of a warrior nation of ancient Utkal.

[ଦ୍ରଷ୍ଟବ୍ୟ —ହରିବଂଶ, ଅଥର୍ବବେଦ ଓ ୨ୟ ଶତାବ୍ଦୀରେ ବିରଚିତ ନାଟ୍ୟ ଶାସ୍ତ୍ରରେ ତୋଷଳ ଗୋଟିଏ ଯୋଦ୍ଧୃଜାତି ଥିବାର କଥିତ ଅଛି ସମ୍ଭବତଃ ସେମାନେ ଉତ୍କଳୀୟ ଜାତି ହୋଇଥିବେ— ଦୈନିକଆଶା ୨୫ ୮ ୨୯: ]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ମୂଷଳ; ଅସ୍ତ୍ରବିଶେଷ (ଜ୍ଞାନେନ୍ଦ୍ର. ପ୍ରକୃତିବାଦ) — ୧. A kind of lethal weapon; mace.
୨. କଂସର ଏକ ଅସୁର ମଲ୍ଲ ଯାହାକୁ ଧନୁର୍ଯଜ୍ଞରେ ଶ୍ରୀକୃଷ୍ଣ ବଧ କରିଥିଲେ —୨. Name of a wrestler-demon ratained by Kaṁsa and killed by Ṡrīkṛushṇa.