ତ୍ରିପିଟକ

ଉଇକିଅଭିଧାନ‌ରୁ

ତ୍ରିପିଟକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତ୍ରି+ପିଟକ=ବୌଦ୍ଧଧର୍ମଗ୍ରନ୍ଥ)[ସମ୍ପାଦନା]

ବୌଦ୍ଧଧର୍ମ ଗ୍ରନ୍ଥ —The Buddhist scripture.

[ଦ୍ରଷ୍ଟବ୍ୟ —ବୁଦ୍ଧଙ୍କ ଉପଦେଶମାନ ତାଙ୍କ ମୃତ୍ୱୁ ପରେ ତାଙ୍କ ଭକ୍ତମାନେ ସଂଗ୍ରହ କରି ଏ ଗ୍ରନ୍ଥ ରଚନା କରିଥିଲେ ଏହା ୩ ଭାଗ (ପିଟକ)ରେ ବିଭକ୍ତ, ଯଥା—ସୂତ୍ରପିଟକ, ବିନୟପିଟକ ଓ ଅଭିଧର୍ମପିଟକ ୧. ସୂତ୍ରପିଟକରେ ବୁଦ୍ଧ ଭିନ୍ନ ଭିନ୍ନ ଘଟନାରେ ଦେଇଥିବା ସାନ ବଡ଼ ଉପଦେଶମାନ ଲିଖିତ ହୋଇଅଛି ୨. ବିନୟପିଟକରେ ବୌଦ୍ଧ ଭିକ୍ଷୂ ଓ ଶ୍ରାବକମାନଙ୍କ ଆଚାର ବିଷୟକ ନିୟମମାନ ରହିଅଛି ୩. ଅଭିଧର୍ମପିଟକର ଚିତ୍ତ. ଚୈତ୍ତିକ ଧର୍ମ ଓ ନିର୍ବାଣ ବର୍ଣ୍ଣିତ ହୋଇଅଛି ଏହି ଅଭିଧର୍ମପିଟକରେ ବୌଦ୍ଧ ଦର୍ଶନର ମୂଳଦୂଆ ବୌଦ୍ଧମାନେ ମହା ଜାନ, ମଧ୍ୟମ ଜାନ ଓ ହୀନ ଜାନ ଏହି ପରି ତିନିଗୋଟି ସଂପ୍ରଦାୟରେ ବିଭକ୍ତ ମହାଜାନ ତ୍ରିପିଟକ ସଂସ୍କୃତ ଭାଷାରେ ଲିଖିତ ଓ ଏହା ନେପାଳ, ତିବ୍ୱତୁ, ଚୀନ, ଆସାମ୍, ଭୂଟାନ, ଋଷିଆ ଓ ଜାପନରେ ଆଦୃତ ହୀନଜାନ ତ୍ରିପିଟକ ପାଲୀ ଭାଷାରେ ଲିଖିତ ଓ ଏହା ବ୍ରହ୍ମଦେଶ, ଶ୍ୟାମ ଓ ଲଙ୍କାରେ ଦୃତ ତ୍ରିପିଟକର ମଧ୍ୟମଜାନ ସଂସ୍କରଣ ବର୍ତ୍ତମାନ ମିଳୁ ନାହିଁ

ବୁଦ୍ଧଙ୍କ ନିର୍ବାଣ ପରେ ତାଙ୍କ ଶିଷ୍ୟମାନେ ତ୍ରିପିଟକକୁ ସଂଗ୍ରହ କରି ରାଜଗୃହ ନିକଟସ୍ଥ ଏକ ଗିରିଗୃହାରେ ରଖିଥିଲେ ପରେ ଅଶୋକ ଗୋଟିଏ ବୌଦ୍ଧଭିକ୍ଷୂ ସମ୍ମୀଳନୀ ଆହ୍ୱାନ କରି ତହିଁରେ ଆଲୋଚନା ପରେ ତ୍ରିପିଟକରେ ଗୋଟିଏ ବିଶୁଦ୍ଧ ସଂସ୍କରଣ ପାଲୀ ଭାଷାରେ ସମ୍ପାଦନ କଲେ ଏହାହିଁ ହୀନଜାନମାନଙ୍କ ଗ୍ରନ୍ଥ ତ୍ରିପିଟକରେ ନାରାୟଣ, ଜନାର୍ଦନ, ଶିବ, ବ୍ରହ୍ମା, ବରୁଣ ଆଦି ଦେବତାମାନଙ୍କର ନାମ ଉଲ୍ଲେଖ ଅଛି—ହିନ୍ଦୀ - ଶବ୍ଦସାଗର]