ଦ
Appearance
ଦ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଅଷ୍ଟାଦଶ ବ୍ୟଞ୍ଜନହର୍ଣ୍ଣ; ତ ବର୍ଗର ତୃତୀୟବର୍ଣ୍ଣ ଏହାର ଉଚ୍ଚାରଣ ସ୍ଥାନ ଦନ୍ତ —The ୧୮th consonant pronounced with the help of the teeth; corresponding to English 'th' as in 'bethe'.
[ ଦ୍ର—ଏହି ଅକ୍ଷରର ଉପର ଅଂଶ ଦହିନଉତି ଉପରେ ଘୋଡ଼ିଆ ହୋଇଥିବା ପଲମ ଆକୃତିବିଶିଷ୍ଟ ଥିବାରୁ ଅବଧାନମାନେ ପିଲାମାନଙ୍କୁ ଏହି ଅକ୍ଷରକୁ ଲେଖିବାକୁ ଶିକ୍ଷାଦେବା ସମୟରେ ଦହିନଉତିଆ 'ଦ' ବୋଲି କହିଥାଆନ୍ତି]
(ଦା—ସ୍ତ୍ରୀ)
ପୁଲିଙ୍ଗ -
[ସମ୍ପାଦନା]ବିଶେଷଣବାଚକ ପ୍ରତ୍ୟୟ (ଅର୍ଥ) ଦାତା; ଯେ ଦିଏ — A suffix meaning 'giver'.
[ ଦ୍ର—ଦା ଧାତୁ ନିଷ୍ପନ୍ନ ଏହି 'ଦ' ସାଧାରଣତଃ ଅନ୍ୟ ଶବ୍ଦ ପରେ ପ୍ରଯୁକ୍ତ ହୁଏ ଯଥା—ଧନଦୁ, ଗରଦ, ଜଳଦ, ବାରିଦ, କରଦ ଇତ୍ୟାଦି ଏହାର ସ୍ତ୍ରୀଲିଙ୍ଗରେ ଦା ହୁଏ ଯଥା—ଧନଦା, ବରଦା, ମୋକ୍ଷଦା ଇତ୍ୟାଦି]
ସଂସ୍କୃତ - ବିଶେଷ୍ୟ - (ଦା ଧାତୁ+କର୍ତ୍ତୃ. ଅ)
[ସମ୍ପାଦନା]- ୧. ପର୍ବତ — ୧. Mountain.
- ୨. (+ଭାବ. ଅ) ଦାନ —୨. Gift.
- ୩. ତ୍ୟାଗ —୩. Act of relinquishing.
- ୪. (ଦୋ ଧାତୁ=ଛେଦନ କରିବା+ଭାବ. ଅ)— ଛେଦନ —୪. Cutting.
- ୫. ଭାଗ କରିବା —୫. Dividing.
- ୬. (ଦା+କର୍ତ୍ତୃ. ଅ) ଦାତା — ୬. Giver; a bounteous man.
- ୭. (ଦୋ ଧାତୁ=ଛେଦନ କରିବା+କର୍ତ୍ତୃ. ଅ)— ପତ୍ନୀ; ଭାର୍ଯ୍ୟା —୭. Wife.
ସଂସ୍କୃତ - ବିଶେଷଣ - (ଦୈ ଧାତୁ=ଶୋଧନ କରିବା+କର୍ମ. ଅ)
[ସମ୍ପାଦନା]ଶୁଦ୍ଧ — Pure; purified.
ଦେଶଜ - ବିଶେଷ୍ୟ - (ଶିଶୁବଚନ; ସଂସ୍କୃତ - ଦୁଗ୍ଧ; ଓଡ଼ିଆ ଦୁଧର ସଂକ୍ଷେପ)
[ସମ୍ପାଦନା]- ୧. ମାତୃସ୍ତନ —୧. Mother's breast.
- ୨. ସ୍ତନ୍ୟ; ଦୁଗ୍ଧ —୨. Milk from the mother's breast.
- ୩. ଦଅ (ଦେଖ) - —୩. Da-a (See)
ଦେଶଜ - ଅ. (ଦମିଦାରୀ ଓ କଚିରିଆ; ସାଙ୍କେତିକ)
[ସମ୍ପାଦନା]- ୧. ଦଖଲ — ୧. An abbreviation used to denote possession.
- ୨. ଦଖଲକାର —୨. An abbreviation for a person in possession.
(ଯଥା—୨୫: ନମ୍ୱର ଜମି ଦ ରାମ ପରିଡ଼ା)
- ୩. ଦକ୍ଷିଣ; ଦକ୍ଷିଣରେ —୩. To the south.
(ଯଥା—ଏ ଜମିର ଚଉହଦିରେ ଦ ମନୁ ବାବୁ)