ଦର୍ଶନ

ଉଇକିଅଭିଧାନ‌ରୁ

ଦର୍ଶନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଦୃଶ୍ ଧାତୁ+ଭାବ. ଅନ)[ସମ୍ପାଦନା]

୧. ଅବଲୋକନ; ଦେଖିବା; ପରିଦର୍ଶନ —୧. Visiting; seeing beholding; looking at; inspection.
୨. ଦୃଶ୍ୟ ବସ୍ତୁଚୟ —୨. View; scene.
୩. ନିୟମ —୩. Rule; code.
୪. (+କରଣ ଅନ) ଚକ୍ଷୁ; ଆଖି —୪. The eye.
୫. ଭେଟ; ସାକ୍ଷାତ୍କାର; ମୁଲାକାତ୍ — ୫. Interview; visiting.
୬. ଜ୍ଞାନ —୬. Knowledge.
୭. (+କର୍ମ. ଅନ)ସ୍ୱପ୍ନ —୭. Dream.
୮. ସଂଖ୍ୟାଦି ଶାସ୍ତ୍ର; ଜ୍ଞାନ ଶାସ୍ତ୍ର; ସନ୍ତସ୍ତତ୍ତ୍ୱ ବିଦ୍ୟା; ତତ୍ତ୍ୱଜ୍ଞାନ ସମ୍ୱନ୍ଧୀୟ ଶାସ୍ତ୍ର —୮. Philosophy.

[ଦ୍ରଷ୍ଟବ୍ୟ —ଭାରତୀୟ ଦର୍ଶନଶାସ୍ତ୍ର ୬ ଭାଗରେ ବିଭକ୍ତ ଯଥା— କପିଳଙ୍କ ସଂଖ୍ୟ, ପତଞ୍ଜଳିଙ୍କ ଯୋଗ, ଗୌତମଙ୍କ ନ୍ୟାୟ, କଣାଦଙ୍କ ବୈଶେଷିକ, ଜୌମିନିକ ମୀମାଂସା ଓ ବ୍ୟାସଙ୍କ ବେଦାନ୍ତ ପ୍ରକୃତି, ଆତ୍ମା, ପରମାତ୍ମା ଓ ଜଗତର ନିୟାମକ ଧର୍ମ, ଜୀବନର ଅନ୍ତିମ ଲକ୍ଷ ଇତ୍ୟାଦି ଯେଉଁ ଶାସ୍ତ୍ରରେ ନିରୂପିତ ହୁଏ ତାକୁ ଦର୍ଶନ ଶାସ୍ତ୍ର ବୋଲାଯାଏ ଇଉରୋପରେ ଗ୍ରୀସ୍ ଦେଶରେ ପ୍ରାଚୀନ କାଳରେ ସକ୍ରେଟିସ୍, ପ୍ଳେଟୋ, ଆରିଷ୍ଟଟଲ ଆଦି ପଣ୍ଡିତମାନେ ଦର୍ଶନ ଶାସ୍ତ୍ରର ଚର୍ଚ୍ଚା କରିଥିଲେ; ଆଧୁନିକ ଯୁଗରେ ଇଉରୋପରେ ଜର୍ମାନୀ, ଫ୍ରାନ୍ସ୍ ଓ ଇଂଲଣ୍ଡରେ ଏବଂ ଆମେରିକାରେ ଦର୍ଶନଶାସ୍ତ୍ର ଚର୍ଚ୍ଚାର ବିଶେଷ ଉନ୍ନତ ହୋଇଅଛି]


୯. ବୁଦ୍ଧି —୯. Intellect.
୧. ଦର୍ପଣ —୧୦. Mirror.
୧୧. ଧର୍ମ —୧୧. Religion.
୧୨. ଆକୃତି; ଚେହେରା —୧୨. Appearance; from.
୧୩. ଯୋଗୀମାନଙ୍କର ପିନ୍ଧିବା ଏକ ପ୍ରକାର କୁଣ୍ଡଳ — ୧୩. A kind of ear-ring worm by mendicants or J̄ogīs.
୧୪. ଦେଖାଯିବା; ନୟନଗୋଚର ହେବା — ୧୪. Becoming visible (Apte).
୧୫. ଦେଖାଇବା —୧୫. Showing; displaying; exhibition (Apte).
୧୬. ଯାହା ଆଖିକି ଦେଖାପଡ଼େ —୧୬. Semblance; aspect (Apte).
୧୭. ଅଦାଲତ ଆଦିରେ ଉପସ୍ଥିତ —୧୭. Appearance; producing (in court) (Apte).
୧୮. ମତ —୧୮. Opinion (Apte).
୧୯. ଉଦ୍ଦେଶ୍ୟ —୧୯. Intention (Apte).

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଦେବପ୍ରତିମାଙ୍କୁ ଦେଖିବା —୧. Paying a visit to an idol.
୨. ପୁଂ. ଲୋକଙ୍କ ନାମ — ୨. A name given to males.