ଦଶମୀ

ଉଇକିଅଭିଧାନ‌ରୁ

ଦଶମୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷଣ - ପୁଂ. (ଦଶମ+ଇନ୍; ୧ମା. ୧ବ; ଯେ ଦଶମ ଦଶାରେ ଉପଗତ ହୋଇଅଛି)[ସମ୍ପାଦନା]

ଯେଉଁ ବୃଦ୍ଧ ୯ ବର୍ଷ ଅତିକ୍ରମ କରିଅଛି; ଅତି ବୃଦ୍ଧ — Very old; decrepit.

ବିଶେଷ୍ୟ - ସ୍ତ୍ରୀ. (ଦଶମ+ସ୍ତ୍ରୀ. ଈ)[ସମ୍ପାଦନା]

୧. ତିଥିବିଶେଷ; ଚନ୍ଦ୍ରର ଦଶମ କଳାର ହ୍ରାସବୃଦ୍ଧିଜନିତ ଦିନ — The ୧୦th day of the lunar fortnight.
୨. ଜୀବନର ଅନ୍ତ୍ୟାବସ୍ଥା — ୨. Extreme old age; the verge of death.
୩. ମରଣାବସ୍ଥା (ହିନ୍ଦୀ - ଶବ୍ଦସାଗର) —୩. Death.

[ଦ୍ରଷ୍ଟବ୍ୟ —ଦଶମୀମାନଙ୍କ ମଧ୍ୟରୁ ନିମ୍ନଲିଖିତ ଦଶମା ତିଥିମାନଙ୍କରେ ହିନ୍ଦୁମାନଙ୍କର ପର୍ବ ହୁଏ ଯଥା—୧ ସମ୍ୱରଦଶମୀ—ପୌଷମାସ ଶୁକ୍ଳ ଦଶମା (ଶାମ୍ୱରୀ ଦଶମୀ; ସୂର୍ଯ୍ୟପୂଜା) (ଯେବେ ଏ ଦଶମୀ ଗୁରୁବାର ଦିନ ପଡ଼େ ତେବେ ତାହା ସୁଦଶାବ୍ରତ ହୁଏ) ୨ ଫଗୁ ଦଶମୀ—ଫାଲ୍ଗୁନ ଶୁକ୍ଳ ଦଶମୀ (ଦୋଳଯାତ୍ରାର ଆରମ୍ଭ ଦିନ; ଶ୍ରୀକୃଷ୍ଣପୂଜା) ୩ ଆଶ୍ୱିନ ଶୁକ୍ଳପକ୍ଷ ଦଶମୀ ବା ଦଶହରା ବା ବିଜୟା ଦଶମୀ ୪—ବାହୁଡ଼ା ଦଶମୀ, ଆଷାଢ଼ ଶୁକ୍ଳପକ୍ଷ ଦଶମୀ (ଏ ଦିନ ଶ୍ରୀ ଜଗନ୍ନାଥ ମହାପ୍ରଭୁ ରଥରେ ଗୁଣ୍ଡିଚା ଘରୁ ବଡ଼ ଦେଉଳକୁ ଫେରନ୍ତି) ୫—ଜ୍ୟେଷ୍ଠ ଶୁକ୍ଳପକ୍ଷ ଦଶମୀ ବା ଦଶହରା ଗଙ୍ଗାସ୍ନାନ (ଏ ଦିନ ଗଙ୍ଗାପୂଜା)]