ଦଶା

ଉଇକିଅଭିଧାନ‌ରୁ

ଦଶା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

=== ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ.—(ଦନ୍ଶ ଧାତୁ=କାମୁଡ଼ିବା+ଭାବ. ଅ; ସ୍ତ୍ରୀ. ଆ)

୧. ଅବସ୍ଥା —୧. State; condition; predicament; circumstances.
୨. (+କର୍ମ. ଅ)—ଲୁଗାର ଦଶୀ; ବସ୍ତ୍ର ପ୍ରାନ୍ତ — ୨. The hem or end of a cloth.
୩. ଦୀପର ବତୀ ବା ଶଳିତା — ୩. Wick or a lamp
୪. ମନୁଷ୍ୟର ଜୀବନର ଅବସ୍ଥା —୪. Condition or circumstance of a man's life Daṡā daṡa (See)

[ଦ୍ରଷ୍ଟବ୍ୟ —ଏହା ଶାରୀରିକ, କାମଜ ଓ ଭକ୍ତିଜ, ଏପରି ୩ ପ୍ରକାର 'ଦଶଦଶା' ତଳେ ନୋଟ ଦେଖ]

୫. (ଫଳିତ ଜ୍ୟୋତିଷ) ଗ୍ରହମାନେ ମନୁଷ୍ୟର ଜୀବଦ୍ଦଶାର ଭିନ୍ନ ଭିନ୍ନ କାଳରେ ଭିନ୍ନ ଭିନ୍ନ ସ୍ଥାନରେ ଅବସ୍ଥାନ କରିବା ଯୋଗୁଁ ମନୁଷ୍ୟର ଯେଉଁ ଅବସ୍ଥା ଘଟାନ୍ତି; ଗ୍ରହଦଶା —୫. (Astrology) The plight or condition of a man due to different aspects of the planets considered as affecting the fortunes of a man during the successive periods of his life.

[ଦ୍ରଷ୍ଟବ୍ୟ —ଫଳିତ ଜ୍ୟୋତିଷ ମତରେ ଦଶା ଗଣନା କରିବା ସମ୍ପର୍କରେ ମନୁଷ୍ୟର ଆୟୁ ବିଂଶୋତ୍ତରଶତ (୧୨: ବର୍ଷ) ବା ଶତ— ମଷ୍ଟୋତ୍ତର (୧୮: ବରଷ) ଧରାଯାଏ, ଏହାକୁ ଯାଥାକ୍ରମେ ବିଂଶୋତ୍ତରୀ ଓ ଅଷ୍ଟୋତ୍ତରୀ ଦଶା ବୋଲାଯାଏ ବିଂଶୋତ୍ତରୀ ଗଣନାକ୍ରମେ ସୂର୍ଯ୍ୟଙ୍କ ଦଶା୬ ବର୍ଷ, ଚନ୍ଦ୍ରଙ୍କ ଦଶା ୧ ବର୍ଷ, ମଙ୍ଗଳ ୭, ରାହୁ ୧୮: , ବୃହସ୍ପତି ୧୬: , ଶନି ୧୯: ବୁଧ ୧୭: , କେତୁ ୭ ଓ ଶୁକ୍ର ଦଶା ୨ ବର୍ଷ ଭୋଗ ହୁଏ (ଖଡ଼ିରତ୍ନ ପାଞ୍ଜି) ଅଷ୍ଟୋତ୍ତରୀ ଗଣନାକ୍ରମେ ରବି ବା ସୂର୍ଯ୍ୟଙ୍କ ଦଶା ୬ ବର୍ଷ, ଚନ୍ଦ୍ର ୧୫: ବର୍ଷ, ମଙ୍ଗଳ ୮ ବରଷ, ବୁଧ ୧୭: , ଶନି ୧, ବୃହସ୍ପତି ୧୬: , ରାହୁ ୧୨: , କେତୁ ୩ ଓ ଶୁକ୍ର ଦଶା ୨୧: ବର୍ଷ ଭୋଗ ହୁଏ (ହିନ୍ଦୀ - ଶବ୍ଦସାଗର) ଉତ୍କଳ ଦେଶରେ ପ୍ରଚଳିତ କେରଳ ଦଶା ଅନୁସାରେ ମନୁଷ୍ୟର ପୂର୍ଣ୍ଣ ପରମାୟୁ ୧୨: ବର୍ଷ ଧରାଯାଏ ଏହାକୁ ଗ୍ରହମାନଙ୍କର 'ମହାଦଶା' ବୋଲାଯାଏ ପ୍ରତ୍ୟେକ ଗ୍ରହଙ୍କ ମହାଦଶା ମଧ୍ୟରେ ପୁଣି ନବଗ୍ରହଙ୍କର ଅନ୍ତର୍ଦଶା ଗଣାଯାଏ ଓ ଅନ୍ତର୍ଦଶା କାଳ ମଧ୍ୟରେ ପୁଣି ନବଗ୍ରହଙ୍କ ପ୍ରତ୍ୟନ୍ତର ଦଶା ଗଣାଯାଏ କୃତ୍ତିକା ନକ୍ଷତ୍ରରୁ ଆରମ୍ଭ କରି ୨୭: ନକ୍ଷତ୍ରକୁ ରବି, ଚନ୍ଦ୍ର, ମଙ୍ଗଳ, ରାହୁ, ବୃହସ୍ପତି, ଶନି, ବୁଧ, କେତୁ ଓ ଶୁକ୍ର ଏହି ନବଗ୍ରହଙ୍କ ତଳେ ତିନି ଧାଡ଼ିରେ ଲେଖି ଜନ୍ମକାଳରେ ଯେଉଁ ନକ୍ଷତ୍ର ଭୋଗ ସେହି ନକ୍ଷତ୍ରର ଅଙ୍କ ଯେଉଁ ଗ୍ରହ ତଳେ ଲେଖା ହୋଇଥିବ, ଉକ୍ତ ବ୍ୟକ୍ତିର ଜନ୍ମକାଳରେ ସେହି ଦଶା ଭୋଗ ହେଉଅଛି ବୋଲି ସ୍ଥିର କରିବ— ଖଡ଼ିରତ୍ନ ପଞ୍ଜିକା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. କପାଳଦଶା; ଦୈବଦୁର୍ବିପାକ; ଦୁର୍ଦ୍ଦଶା; ଦୂରବସ୍ଥା; ଦୂରଦୃଷ୍ଟି —୧. One's evil stars; evil days; misfortune; wretched condition
୨. ଭକ୍ତିଜନିତ ଭାବାବେଶ; ଦିଅଁ ଉଭା ହେବା; ଦିଅଁ ଲାଗିବା; ଧର୍ମୋନ୍ମାଦ —୨. Religious ecestacy.
୩. (ସଂସ୍କୃତ - ଦଶାହ) ମୃତାହଠାରୁ ୧ ଦିନ ମଧ୍ୟରେ କୃତ୍ୟ କ୍ରିୟା; ଦଶକ୍ରିୟା —୩. Funeral rites done during the ten days after a person's death.

ସେ ମଳେ କରିବୁ ସିନା ଦଶା କ୍ରିୟା ଘର—ପୀତାମ୍ୱର ନୃସିଂହପୁରାଣ

୪. ଅଦୃଷ୍ଟ; ଭାଗ୍ୟ —୪. Fortune; luck.
୫. (ସଂସ୍କୃତ - ଦଶ) ଦହଲା; ଦଶ ଟିପଯୁକ୍ତ ତାସ — ୫. (in card play) The card having ୧୦ points on it.

ଦଶା, ଦଶ, ଦଶକ୍ରିୟା, ଦଶାକ୍ରିୟା, ଦଶାଘର, ଦଶାକ୍ରିୟାଘରଅନ୍ୟରୂପ

୬. (ସଂସ୍କୃତ - ଦଶାହ) ମୃତ ବ୍ୟକ୍ତିର ପ୍ରେତ ଉଦ୍ଦେଶ୍ୟରେ ଦଶମ ଦିନ କରାଯିବା ଅନୁଷ୍ଠାନମାନ — ୬. The funeral rites perfomed on the ୧୦th day of a person's death.
୭. ମୃତାହର ଦଶମ ଦିବସ — ୭. The tenth day of the funerals.

ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ -[ସମ୍ପାଦନା]

ଶୁଧକାରଣଭାତ (ଦେଖ) - — Ṡudhakāraṇa bhāta (See)