ଦଶ ଅବତାର

ଉଇକିଅଭିଧାନ‌ରୁ

ଦଶ ଅବତାର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ଦୃଷ୍ଟି ଦଳନ ଓ ଶିଷ୍ଟପାଳନ ଓ ପୃଥିବୀକୁ ପାପରୁ ଉଦ୍ଧାରାର୍ଥ ବିଷ୍ଣୁଙ୍କର ପୃଥିବୀରେ ଦଶ ଥର ଅବତରଣ ବା ଜୀବରୂପଧାରଣ —The ten incarnations assumed by Bishṇu in coming upon the earth to deliver it from sin or oppression.

[ଦ୍ରଷ୍ଟବ୍ୟ —ଦଶ ଅବତାରର ଯଥା:—ମତ୍ସ୍ୟ; କଚ୍ଛପ; ବରାହ; ବାମନ; ନୃସିହ; ପର୍ଶୁରାମ; ରାମ; ବଳରାମ; ବୁଦ୍ଧ; କଳ୍ପୀ

ଶାସ୍ତ୍ରରେ ଅଛି ଯେ ଯେତେବେଳେ ପୃଥିବୀରେ ଅନ୍ୟାୟର ମାତ୍ରା ଅତି ବେଶି ହୋଇ ଯାଏ ସେତେବେଳେ ଦୁଷ୍କୃତକାରୀ ବ୍ୟକ୍ତିଙ୍କୁ ନାଶ କରି ସୃକୃତୀମାନଙ୍କୁ ଉଦ୍ଧାର କରିବା ନିମନ୍ତେ ଭଗବାନ୍ ପାର୍ଥିବରୂପ ଧାରଣ କରି ପୃଥିବୀରେ ଅବତୀର୍ଣ୍ଣ ହୋଇ ପୃଥିବୀକୁ ରକ୍ଷା କରନ୍ତି ସାଧାରଣରେ ପ୍ରଚଳିତ ବିଶ୍ୱାସମତେ ପୂର୍ବୋକ୍ତ ୧ ଅବତାର ଛଡ଼ା ବିଷ୍ଣୁ ଅନ୍ୟାନ୍ୟ ଅନେକ ଅବତାର ଧରି ଥିଲେ ପାଶ୍ଚାତ୍ୟ ବିଜ୍ଞାନର Evolution theroy ବା ବିବର୍ତ୍ତନ ବାଦ ସଙ୍ଗେ ଏହି ଦଶ ଅବତାର ବାଦକୁ ତୁଳନା କରିବା କୌତୁକବାଦ ଡାରବିନ୍ (Darwin) ଙ୍କର ବିବର୍ତ୍ତନ ବାଦ Evolution theory ଅନୁସାରେ ହୁନ୍ଦୁମାନଙ୍କର ଦଶଅବତାର ତୁଳନା କଲେ ଜୀବ— ସୃଷ୍ଟିରେ ବିବର୍ତ୍ତନର ଭିନ୍ନ ଭିନ୍ନ ଅନୁରୂପ କ୍ରମିକ ସୋପନ ଦେଖା ଯାଏ ଯଥା—'ମତ୍ସ୍ୟ' ପ୍ରଥମ, ପୂର୍ଣ୍ଣ ଜଳରେ 'ମତ୍ସ୍ୟରୁ ବିବର୍ତ୍ତନଦ୍ୱାରା ଉଭୟଚର (ବେଶି ସମୟ ଜଳରେ ଓ ଅଳ୍ପ ସମୟ ସ୍ଥଳରେ ବିଚରଣ କରୁଥିବା) 'କଚ୍ଛପ' ତତ୍ପରେ ସ୍ଥଳଚର (ଅଧିକାଂଶ ସମୟ ସ୍ଥଳରେ ଓ ଅତି ଅଳ୍ପକାଳ ଜଳ ବା ପଙ୍କରେ ବିଚରଣକାରୀ) 'ବରାହ' (ଏତେବେଳକୁ ପଶୁ ସୃଷ୍ଟିର ଆରମ୍ଭ) 'ବରାହ' ପରେ 'ନୃସିହ' (ଅର୍ଥାତ୍ ଅଧା ପଶୁ ଓ ଅଧା ମନୁଷ୍ୟ ଓ ତାହାର ଅସ୍ତ୍ର ଦନ୍ତ ଓ ନଖ) ତତ୍ପରେ 'ବାମନ' (ଅର୍ଥାତ .ସମସ୍ତ ଅଙ୍ଗବିଶିଷ୍ଟ ଓ କିନ୍ତୁ ମନୁଷ୍ୟର ପୂର୍ଣ୍ଣାକାର ପ୍ରାପ୍ତି ହୋଇ ନ ଥିବା ମନୁଷ୍ୟ) ତତ୍ପରେ 'ପଶୁରାମ' (ଅର୍ଥାତ୍ ପୂର୍ଣ୍ଣ ସଭ୍ୟତା ପାଇ ନ ଥିବା ଓ ଯୁଦ୍ଧପ୍ରିୟ ଆଦିମ ଅବସ୍ଥାର ମନୁଷ୍ୟ; ତାହାର ଅସ୍ତ୍ର ଗୋଟିଏ ଲୌହମୟ କୁଠାର) ତତ୍ପରେ 'ଶ୍ରୀରାମ' (ଦୟାଦାକ୍ଷିଣ୍ୟାଦି ଯୁକ୍ତ ଓ ସଦ୍ଗୁଣ ପୂର୍ଣ୍ଣ ଓ ସମାଜ ଏବଂ ରାଜ୍ୟ ପରିଚାଳନରେ ଦକ୍ଷ ମନୁଷ୍ୟ କିନ୍ତୁ କୃଷି ଓ ବିଦ୍ୟାରେ ନିପୁଣତା ଲାଭ କରି ନ ଥିବା ଅବସ୍ଥା) ତତ୍ପରେ 'ବଳରାମ' (କୃଷିଜୀବୀ ଓ ସଂସାରକର୍ମରତ ମନୁଷ୍ୟ) ତତ୍ପରେ 'ବୁଦ୍ଧ' [ଧର୍ମପ୍ରାଣତା ଯୁକ୍ତ ଓ ଆଧ୍ୟାତ୍ମିକତା (spirituality) ଯୁକ୍ତ ମନୁଷ୍ୟ] ଓ ତତ୍ପରେ 'କଳ୍କୀ' ଅବତାର (ଯାହା ଏ ପର୍ଯ୍ୟନ୍ତ ହୋଇନାହିଁ); ଏ ଜନ ସମାଜରେ ବିପ୍ଳବ ଓ

ଭୟଙ୍କର ଗୋଳଯୋଗ ଓ ରକ୍ତପାତ ଘଟାଇବା ବ୍ୟକ୍ତି) ଉକ୍ତି ଦୃଷ୍ଟିରେ ହିନ୍ଦୁମାନଙ୍କର ଏହି 'ଅବତାରବାଦ' ସଙ୍ଗେ ପାଶ୍ଚାତ୍ୟ ବିବର୍ତ୍ତନ ବାଦର ତୁଳନା ଅତ୍ୟନ୍ତ କୌତୁକାବହ ଓ ଉପଦେଶ— ପ୍ରଦ ଅଟେ]