ଦାନ୍ତ

ଉଇକିଅଭିଧାନ‌ରୁ

ଦାନ୍ତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଣ—(ଦାନ୍ତ+ଭାବ ଓ ସମ୍ୱନ୍ଧାର୍ଥେ ଅ)[ସମ୍ପାଦନା]

୧. ଦନ୍ତ ସମ୍ୱନ୍ଧୀୟ —୧. Dental.
୨. ଦନ୍ତନିର୍ମିତ — ୨. Made of tooth (eg. ivory.)
୩. (ଦମ୍ ଧାତୁ=କ୍ଳେଶ ସହିବା+କର୍ମ. ତ) ବଶୀକୃତ — ୩. Subbued; brought under subjugation.
୪. ଦମିତ —୪. Controlled; checked.
୫. (+କର୍ତ୍ତ—.ତ) ତପସ୍ୟାରେ କ୍ଳେଶ ସହିଷ୍ଣୁ — ୫. Inured to the pains of penance.
୬. ଯେ ବାହ୍ୟୋନ୍ଦ୍ରିୟ ବଶ କରିଅଛି; ଜିତେନ୍ଦ୍ରିୟ — ୭. Self-controlling.
୭. ଶାନ୍ତ; ସୌମ୍ୟ — ୭. Pacified; allayed; calmed; mild.
୮. ଶାସିତ —୮. Ruled.
୯. (ଦ+ଅନ୍ତ; ବହୁବ୍ରିହୀ) ଯେଉଁ ଶବ୍ଦର ଶେଷରେ ଦ ଅକ୍ଷର ଅଛି —୯. (A word) Ending with the latter 'da'

ସଂସ୍କୃତ - ବିଶେଷ୍ୟ -(ନାମ)[ସମ୍ପାଦନା]

୧. ଭୀମସେନ ରାଜାଙ୍କର ପୁତ୍ର;ଦମୟନ୍ତୀଙ୍କ ଭ୍ରାତା —୧. The son of king Bhīmasena the brother of Damayantī

ଦମଦାନ୍ତ ଦମନ ନାମକୁ କହିଲେ, ବାପାଙ୍କ ପରି କୀର୍ତ୍ତୀ ମହୀରେ ଥୋଇଲେ କୃଷ୍ଣସିଂହ ମହାଭାରତ. ବନ

୨. ଦମନ ବୃକ୍ଷ— (ଦେଖ) - —୨. Damana tree (See)
୩. ମଏଣ ଫଳ (ହିନ୍ଦୀ - ଶବ୍ଦସାଗର) (ଦେଖ) - ୩. Maeṇa phaḻa (See)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦନ୍ତ)[ସମ୍ପାଦନା]

୧. ଦନ୍ତ — ୧. Tooth.

[ଦ୍ରଷ୍ଟବ୍ୟ — ଦାନ୍ତଦ୍ୱାରା କାଟିବା,ଛିଣ୍ଡାଇବା ଓ ଚୋବାଇବା କାର୍ଯ୍ୟ ହୁଏ ଦାନ୍ତ ମନୁଷ୍ୟର ଉପର ପାଟିରେ ୧୬: ଗୋଟି ଓ ତଳ ପାଟିରେ ୧୬: ଗୋଟି; ଉପର ଓ ତଳ ପାଟିର ଏକ ଏକ ଫାଳରେ ଥିବା ୮ ଗୋଟି ଦାନ୍ତ ମଧ୍ୟରୁ ଛାମୁଦାନ୍ତ (Incisors) :୨. ଟି, ଶ୍ୱଦନ୍ତ ବା ମୁନିଆଁ ଦାନ୍ତ (canine; fucuspeds)ଗୋଟିଏ; ଦ୍ୱିଖଣ୍ଡିତ ଦନ୍ତ bicuspides of false molars :୨. ଗୋଟି ଏବଂ କଳ ବା ଚକା ଦାନ୍ତ (Molars) :୩. ଗୋଟ୍ ପୂର୍ଣ୍ଣ ବୟସ ବ୍ୟକ୍ତିର ଦାନ ୩୨:ଟି ଏଥିରୁ ୨ଟି ଦାନ୍ତକୁ ଅସ୍ଥାୟୀ ବା ଦୁଧ ଦାନ୍ତ କହନ୍ତି

ଦୁଧଦାନ୍ତ (milk teeth)—ଶିଶୁର ଦୁଗ୍ଧପାନ ଅବସ୍ଥାରେ ଯେଉଁ ଦାନ୍ତ ଉଠି ପରେ ଖସି ପଡ଼େ ଏହି ଦାନ୍ତ ଗୁଡ଼ିକ ୬ ବର୍ଷ ପର୍ଯ୍ୟନ୍ତ ରହି ଖସି ପଡ଼ିଲେ ପୁଣୀ ସ୍ଥାୟୀ ଦାନ୍ତ ବାହାରେ

ଦୁଧଦାନ୍ତ ଉଠିବ କାଳ:—ତଳ ମଝି ବା ଛାମୁଦାନ୍ତ ଜନ୍ମର ୬\୭: ମାସ ମଧ୍ୟରେ ଉପର ଛାମୁ ଦାନ୍ତ ୭\୮: ମାସ, ଉପର ଛାମୁ ଦାନ୍ତ ପାଖ ଦାନ୍ତ ଯୋଡ଼ିକ ୭\୯: ମାସ,ତଳ ଛାମୁ ଦାନ୍ତ ପାଖ ଦାନ୍ତ ଦ୍ୱୟ ୧\୧: ମାସ, ୧ମ ଜମ୍ଭାଳୀ ଦାନ୍ତ ୧୨\୧୪: ମାସ, ଶ୍ୱଦାନ୍ତ ୧୭\୧୮: ମାସ, ୨ୟ ଜମ୍ଭାଳି ଦାନ୍ତ ୨୪: ମାସ ବା ପରେ

ସ୍ଥାୟୀ ଦାନ୍ତ ବାହାରିବା କାଳ:—୧ମ ଜମ୍ଭାଳୀ ୬ ବର୍ଷ, ଛାମୁ ଦାନ୍ତ ୭ ବର୍ଷ, ମଝି ଦାନ୍ତର ପାଖ ୮ ବର୍ଷ, ଆଗର ପ୍ରଥମ ଜମ୍ଭାଳୀ ୯ ବର୍ଷ, ଆଗର ଦ୍ୱିତୀୟ ଜମ୍ଭାଳୀ ୧ ବର୍ଷ, ଶ୍ୱଦାନ୍ତ୧୧\୧୨: ବର୍ଷ ୨ୟ ଜମ୍ଭାଳୀ ୧୨\୧୩: ବର୍ଷ୯. ବର୍ଷ ବାଳକ ବାଳିକାର ୧୨: ଟି, ୧\୧୧: ବର୍ଷର ୨୪: ଟି, ୧୩\୧୪: ବର୍ଷର ୨୮:ଟି ସଥାୟୀ ଦାନ୍ତ ହୋଇଥାଏ ତତ୍ ପରେ ସମୟକ୍ରମେ ଆଉ ୪ଟି ସ୍ଥାୟୀ ଦାନ୍ତ ବାହାରେ ଏଥି ମଧ୍ୟରୁ ଜ୍ଞାନଦାନ୍ତ ସପ୍ତଦଶ ବର୍ଷରେ ଉଠେ ଏହି ଜ୍ଞାନଦାନ୍ତକୁ 'ଅକ୍ୱଲ ଦାନ୍ତ'ମଧ୍ୟ କୁହାଯାଏ ଏ ଦାନ୍ତ ବହୁ ଲୋକଙ୍କର ୧୭: ବର୍ଷ ଉର୍ଦ୍ଧ୍ୱରେ ଓ ୨୫: ବର୍ଷ ମଧ୍ୟରେ ଜନ୍ମେ

ବାହାଡ଼ାଦାନ୍ତ ବୋଲି ଆଉ ଏକ ପ୍ରକାର ଦାନ୍ତ କାହାରି କାହାରି ଉଠିବାର ଦେଖାଯାଏ ଗୋଟିଏ ଦାନ୍ତ ଥାଉଁ ତାଉଁ ତା ମୂଳରେ ଯେଉଁ ଅତିରିକ୍ତ ଦାନ୍ତ ବଙ୍କା ହେଇ ବାହାରି ଦାନ୍ତ ପାଟିକୁ ଅସୁନ୍ଦର କରି ପକାଏ, ତାହାକୁ ବାହାଡ଼ା ଦାନ୍ତ (Redundant tooth)କହନ୍ତି

ବିଷ ଦାନ୍ତ ବା ବିଶିଦାନ୍ତ—ବିଷଧର ସର୍ପର ଯେଉଁ ଯେଉଁ ଦାନ୍ତରୁ ବିଷ କ୍ଷରିତ ହୁଏ ତାହାକୁ ବିଷ ଦାନ୍ତ କହନ୍ତି ସାପ ପାଟିର ଦୁଇ ପଖର ଦୁଇ ବିଷଦାନ୍ତକୁ କାଳ ଓ ବିକାଳ ବୋଲାଯାଏ ସାପର ଅନ୍ୟ ଦାନ୍ତମାନଙ୍କୁ ଆହାର ଦାନ୍ତ ବା ଅଧାର ଦାନ୍ତ ବୋଲାଯାଏ ମନୁଷ୍ୟ ପାଟିର ଏକ ପ୍ରକାର ଦାନ୍ତକୁ ମଧ୍ୟ ବିଷ ଦାନ୍ତ ବା ବିଶିଦାନ୍ତ ବୋଲାଯାଏଏହା ସାପର ବିଷ ଦାନ୍ତ ପରି ନୁହେଁ ସତ୍ୟ, ତେବେ କିଞ୍ଚିତ୍ ବିଷାକ୍ତ]

୨. ହାତୀ ଦାନ୍ତ —୨. Tusk; ivory.
୩. ଦାନ୍ତ ପରି ବାହାରିଥିବା ମୁନିଆଁ ବସ୍ତୁ — ୨. Tooth-like spikes.

(ଯଥା—ପାନିଆଁର ଦାନ୍ତ; କଋତର ଦାନ୍ତ)