ଦାଶ
ଦେଖଣା
ଦାଶ
ଉଚ୍ଚାରଣ
[ସମ୍ପାଦନା](ଦାଶୀ—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - ଫୁ (ଦାଶ୍ ଧାତୁ=ବଧ କରିବା, ଦାନ କରିବା+ ସଂଜ୍ଞାର୍ଥେ ଅ)
[ସମ୍ପାଦନା]- ୧. ଧୀବର; କେଉଟ — ୧. Fisher-man.
[ଦ୍ରଷ୍ଟବ୍ୟ —ଦାଶ ବା ନିଷାଦ ପୁରୁଷ ଓ ଆୟୋଗବ ସ୍ତ୍ରୀଠାରୁ ଏ ଜାତି ଉତ୍ପନ୍ନ, ଏମାନେ ନୌକା ତିଆରି କରନ୍ତି (ହିନ୍ଦୀ - ଶବ୍ଦସଗର)]
- ୨. ଭୃତ୍ୟ —୨. Servant.
- ୩. (ଦଶ୍ ଧାତୁ=ଦାନ କରିବା+ ସଂପ୍ରଦାନ. ଅ) ଦାନପାତ୍ର ୩. A receiver of gifts.
(ଦାଶି, ଦାଶୁ—ଅନ୍ୟରୂପ)
(ଦାଶିଆ—ଅନାଦରାର୍ଥକ ରୂପ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ବ୍ରାହ୍ମଣ ଓ ଶ୍ରୁଦ୍ରଙ୍କ ବଂଶୋପାଧି ବିଶେଷ — ୧. A family-title amongst Ṡūdras and Brāhmaṇas.
[ଏହା ବ୍ରାହ୍ମଣ, କରଣ, ଚଷା, ଗଉଡ଼ ଆଦିଙ୍କ ବଂଶୋପାଧି ବ୍ରାହ୍ମଣମାନେ ଦାଶ ବୋଲି ଲେଖନ୍ତି ଏବଂ ଶୁଦ୍ରମାନେ ଦାସ ବୋଲି ଲେଖନ୍ତି]
- ୨. (ଆଦରାର୍ଥକ) ଦାଶରଥି ନାମକ ବ୍ୟକ୍ତିକୁ ଡାକିବା ନାମ — ୨. The name by which a person named Dāṡarathi is addressed in fondness.