ଦିକ୍

ଉଇକିଅଭିଧାନ‌ରୁ

ଦିକ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - .ବିଶେଷ୍ୟ - [ ଦିଶ ଧାତୁ=(ଆବକାଶ) ଦାନ କରିବା+କର୍ମ. କ୍ୱିପ୍ ] ଦିଶ ଶବ୍ଦ; ୧ମା. ୧ବା.)[ସମ୍ପାଦନା]

୧. ପୁର୍ବାଦି ଦିଗ — ୧. Quarters of the earth.

[ ଦ୍ର—ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ଏହି ୪ଟି ଦିଗ ଅଗ୍ନି ବାୟୁ,ଐସାନ୍ୟ, ଏହି ୪ଟି ବିଦିକ୍ ବା ଦିକ୍କୋଣ ଏବଂ ଉର୍ଧ ଓ ନିମ୍ନ, ଏରୁପେ ୧ଟି ଦିକ୍ ବା ଦିଗ ବୋଲାଯାଏ; ସୂର୍ଯ୍ୟଙ୍କର ଯେଉଁ ଦୁଗରେ ଉଦୟ ହୁଏ ତାହା ପୁର୍ବ ଦିଗ ପୂର୍ବ ଆଡକୁ ମୁହଁ କରି ଠିଆ ହେଲେ ମନୁଷ୍ୟର ମୁହଁ ପୁର୍ବକୁ, ପିଠି ପଶ୍ଚିମକୁ, ଡାହାଣ ହାତ ଦକ୍ଷିଣକୁ ଓ ବାମ ହାତ ଉତ୍ତରକୁ ରହେ; ମୁଣ୍ଡ ଉପର ଆଡ ଉର୍ଦ୍ଧ୍ୱ ଓ ଗୋଡ଼ତଳ ଆଡ଼ ଆଧଃ ନକ୍ସା ଆଦିର ଉପର ପାଖ ଉତ୍ତର ଦିଗ ଓ ତଳ ପାଖ ଦକ୍ଷିଣ ଦିଗ ଓ ନକ୍ସାକୁ ଚାହିଁବା ଲୋକର ଡାହାଣ ହାତ ପାଖ ନକ୍ସାର ପୁର୍ବ ଦିଗ ଓ ବାମ ହାତ ପାଖ ପଶ୍ଚିମ ଦିଗ ବୋଲି କଳ୍ପିତ ହୁଏକିନ୍ତୁ ଚାରିଟା ଦିକ୍କୋଣ ବା ବିଦିକ୍କୁ ଠଉରାଇବା ଓ ମନେରଖିବା କଷ୍ଟକର ହୁଏ ଉତ୍ତରପୂର୍ବ=ଇସାନ ବା ଐସାନ୍ୟ କୋଣ, ପୁର୍ବ ଦକ୍ଷିଣ =ଅଗ୍ନିକୋଣ, ପଶ୍ଚିମ= ନୈର୍ରୁତ କୋଣ, ଓ ପଶ୍ଚିମ ଉତ୍ତର=ବାୟୁ ବା ବାୟବ୍ୟ କୋଣ—ଏଅହା ମନେ ରଖିବା ପାଇଁ ନିମ୍ନଲିଖିତ ପଦଟି ମନ ମଧ୍ୟରେ ପଇଟାଇ ରଖିଲେ ସୁବିଧା ହୁଏ ଉତ୍ତର ପୂର୍ବ ମଧ୍ୟରେ ଅଛଇ ଇସାନ, ପୂର୍ବ ଦକ୍ଷିଣ ମଧ୍ୟରେ ଅଛି ଅଗ୍ନି କୋଣ, ଦକ୍ଷିଣ ପଶ୍ଚିମ ମଧ୍ୟରେ ନଈରୁତ ଅଛି, ପଶ୍ଚିମ ଉତ୍ତର ମଧ୍ୟେ ବାୟୁ କୋଣ ଅଛି ଦିକ୍ର ଅନ୍ୟ ସଂସ୍କୃତ ପର୍ଯ୍ୟାୟ—କକୁଭ, କାଷ୍ଠା, ଆଶା, ବରିତ, ନିବେଶୀନୀ, ଗୋ, ଦିଗ୍]

୨. ଭାଗ; ଅଂଶ —୨. Portion; part.
୩. ସୀମା —୩. Limit.
୪. ତରଫ; ପକ୍ଷ; ଆଡ଼ —୪. Side; direction.
୫. ଦେଶ; ଅଞ୍ଚଳ —୫. Country; locality.
୬. ପୁର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଏହା ୪ଟି ଦିଗ — ୬. The four quarters of the globe; east; west; south and north points.
୭. ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଏହି ଚାରି ଦିଗ ଓ ଅଗ୍ମନି, ବାୟୁ, ନୈରୁତ ଓ ଐଶାନ୍ୟ ଏହା ଚାରି ବିଭାଗ, ଏପରି ୮ଟି ଦିଗ — ୭. The eight points of the compass.
୮. ଦଶ ସଂଖ୍ୟା —୮. The number ten.

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ଦିକ୍ କତ୍)[ସମ୍ପାଦନା]

୧. ବିରକ୍ତି — ୧. Vaxation.
୨. କଷ୍ଟ —୨. Trouble.

ବିଶେଷଣ - (ଆରବୀ - ଦିକ୍)[ସମ୍ପାଦନା]

ଦିକ୍ ଦାର୍ (ଦେଖ) - —Dikdār (See)