ଦିବ୍ୟା

ଉଇକିଅଭିଧାନ‌ରୁ

ଦିବ୍ୟା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

=== ସଂସ୍କୃତ - ବିଶେଷଣ - ସ୍ତ୍ରୀ—(ଦିବ୍ୟ+ସ୍ତ୍ରୀ. ଆ)

ଦିବ୍ୟର ସ୍ତ୍ରୀଲିଙ୍ଗ — Feminine form of the adjective Dibya.

  • (file)
  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ[ସମ୍ପାଦନା]

ତିନି ଶ୍ରେଣୀର ନାୟିକା ମଧ୍ୟରୁ ଏକତମା; ଯେଉଁ ନାୟିକା ଦେବାଂଶସଂଭୁତା; (ଯଥା ସୀତା) —A class of heroines who have divinity in them.

[ଅନ୍ୟ ଦୁଇ ଶ୍ରେଣୀ; ଅଦିବ୍ୟା=ସାଧାରଣନାରୀ; ଦିବ୍ୟା— ଦିବ୍ୟା—ଦେବଗୁଣସମ୍ପନ୍ନା ମାନବୀ]

ଦେଶଜ - ବିଶେଷ୍ୟ - ସ୍ତ୍ରୀ(କଚରିଆ)[ସଂସ୍କୃତ - ଦେବ୍ୟାଃ(=ଦେବୀଙ୍କ)ର୍ ଅପଭ୍ରଂଶ][ସମ୍ପାଦନା]

ବିଧବାମାନଙ୍କର ନାମ ପରେ ଲେଖଯିବା ଉପାଧି — Title written after the name of windows.

[ଦ୍ରଷ୍ଟବ୍ୟ —ପୂର୍ବେ ସଂସ୍କୃତ ଭାଷାରେ ପତ୍ର ଲେଖିଲାବେଳେ 'ଅମୁକା ଦେବ୍ୟାଃ ନିବେଦନମିଦଂ'=ଅମୁକ ଦେବୀଙ୍କର ନିବେଦନ ଏହା ବୋଲି ଲେଖା ଯାଉଥିଲା କ୍ରମଶଃ (ଅମୁକଙ୍କ ଶ୍ରୀଚରଣ କମଳେଷୁ, କି ମଧିକଂ ବିଜ୍ଞବରେଷୁ, ନିବେଦନମିତି, ସବିନୟ ନିବେଦନମିଦଂ, ପ୍ରଣତିପୁରଃସର ନିବେଦନମିଦଂ ଆଦି ସଂସ୍କୃତ ବାକ୍ୟ ଓ ପଦାଂଶ ପରି) ଏ ପଦ ମଧ୍ୟ ଓଡ଼ିଆଭାଷାରେ ଲେଖାହେବା ପତ୍ରମାନଙ୍କରେ ଲେଖାଗଲା ଓ କ୍ରମଶଃ ଅନ୍ୟାନ୍ୟ ଦଲିଲ ଆଦିରେ ମଧ୍ୟ ସଧବା— ମାନଙ୍କର ନାମ 'ଶ୍ରୀମତ୍ୟା ଅମୁକ ଦେବ୍ୟା' ଏବଂ ବିଧବାମାନଙ୍କର ନାମ 'ଶ୍ରୀମତ୍ୟା ଅମୁକା ଦିବ୍ୟା' ବୋଲି ଲେଖାଗଲା ସାଧାରଣତଃ ବ୍ରାହ୍ମଣୀ ସଧବା ସ୍ତ୍ରୀମାନଙ୍କ ନାମ ପରେ 'ଦେବୀ' ଓ ବିଧବାମାନଙ୍କ ନାମ ପରେ 'ଦିବ୍ୟା' ଲେଖା ଯାଉଥିଲା, ଓ ଶୂଦ୍ରା ସଧବା ସ୍ତ୍ରୀମାନଙ୍କ ନାମ ପରେ 'ଦେଈ' ଓ 'ଦାସୀ' ଲେଖା ଯାଉଥିଲା ଓ ବିଧବା ଶୂଦ୍ରା ସ୍ତ୍ରୀମାନଙ୍କ ନାମ ପରେ 'ଦାସୀ, ଦାସ୍ୟା ଓ ବେବା' ଲେଖା ଯାଉଥିଲା ବର୍ତ୍ତମାନ ବିଂଶ ଶତାବ୍ଦିରେ ସଂବାଦପତ୍ରମାନଙ୍କରେ କି ବ୍ରାହ୍ମଣୀ, କି ଶୁଦ୍ରା, କି ବିଧବା, କି ସଧବା ସବୁ ସ୍ତ୍ରୀମାନଙ୍କ ନାମ ପରେ 'ଦେବୀ' ଉପାଧି ଲେଖା ଯିବାର ଦେଖା ଯାଉଅଛି; ଏବଂ 'ଦିବ୍ୟା' 'ଦେଈ' 'ଦେବ୍ୟା' 'ବେବା' ଆଦି ଉପାଧି କେବଳ ଦଲୀଲ ଆଦିରେ ଚଳୁଅଛି]