ଦିଲ୍ଲୀ

ଉଇକିଅଭିଧାନ‌ରୁ

ଦିଲ୍ଲୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ସଂସ୍କୃତ - ଦେହଳୀ)[ସମ୍ପାଦନା]

ଦିଲ୍ଲୀ ନଗରୀ; ଯୁଧିଷ୍ଠିରଙ୍କ ରାଜଧାନୀ; ଇନ୍ଦପ୍ରସ୍ଥ; ହସ୍ତିନାପୁର; ମୋଗଲ ସମ୍ରାଟଙ୍କ ରାଜଧାନୀ; ବର୍ତ୍ତମାନ ବ୍ରିଟିଶ ଭାରତର ରାଜଧାନୀ; ଡିଲ୍ଲି —Delhi, the capital of India under Hindu Moghal and British Emperors.

[ ଦ୍ର—ମୋଗଲାରାଜାଙ୍କ ସମୟରେ ଦିଲ୍ଲୀ ନଗରୀ ବିଶେଷ ସମୃଦ୍ଧି— ଶାଳିନୀ ଥିବାର ପ୍ରମାଣ ମିଳେ ଏଥିପାଇଁ କଥା ଅଛି ଯେ 'ପୁଷ୍ପେଷୁ ମଲ୍ଲୀ' ନଗରୀଷୁ ଦିଲ୍ଲୀ'

ତୁଳ ସଂସ୍କୃତ - ଦେହଳୀ=ଦ୍ୱାର; ଏହା ଭାରତ ସାମ୍ରାଜ୍ୟର ଦେହଳୀ ବା ଦ୍ୱାର ସ୍ୱରୂପ ଥିଲା ଏହା ଅଧିକାର କଲେ ଭାରତ ଅଧିକାର କରିବା ନିଶ୍ଚିତ ହେଉଥିଲା ବୋଲି ସଂଭବତଃ ଏ ନାମ ହୋଇଅଛି]


[ଏହା ଯମୁନା ନଦୀ କୂଳରେ ଅବସ୍ଥିତ ଇତିହାସରୁ ପ୍ରମାଣ ମିଳେ ଯେ ଆଧୁନିକ ଦିଲ୍ଲୀ ନଗରୀର ୧୧୨: ମାଇଲ ପରିସର ମଧ୍ୟରେ ଥିବା ଅଞ୍ଚଳରେ ଅନେକ ଥର ଏ ନଗରୀ ବସିଥିଲା ଓ ଭାଙ୍ଗୀ ଯାଇଥିଲା ଇନ୍ଦ୍ରପ୍ରସ୍ଥିର ମୟୂରବଂଶୀ ରାଜ ଦିଲୁ ଏ ନଗର ବସାଇଥିବାରୁ ଏ ନାମ ହୋଇଥିବାର କେହି କେହି କହନ୍ତି ଏହା ମଧ୍ୟ ପ୍ରବାଦ ଅଛି ଯେ ପୃଥୀରାଜଙ୍କ ପିତାମହ ଅନଙ୍ଗପାଳ ଏଠାରେ ରାଜଧାନୀ କରିବାର ସଂକଳ୍ପ କରିବାରୁ ଏହାଙ୍କ ପୁରୋହିତ ନିଅଁ ପକାଇବା ପାଇଁ ଗୋଟିଏ ସ୍ଥାନ ସ୍ଥିର କରି ଗୋଟିଏ ଲୁହା କିଳା ପୋତିଦେଲେ ଓ ରାଜଙ୍କୁ କହିଲେ ଯେ ଏ କୀଳା ଶେଷ ନାଗଙ୍କ ମସ୍ତକ ଛୁଇଁଛି, ଅତଏବ ଆପଣଙ୍କ ରାଜବଂଶ ଚିରସ୍ଥାୟୀ ହେବା ରାଜ ଏ କଥାରେ ବିଶ୍ୱାସ ନ କରି ସେ କୀଳାକୁ ଉପାଡି ଦେବାରୁ ସେ ସ୍ଥାନରୁ ଭୁଗର୍ଭରୁ ରକ୍ତଧାର ବହିବାର ଦେଖାଗଲା ରାଜ ପୁଣି ଉକ୍ତ କୀଳାକୁ ପୋତାଇଲେ. କିନ୍ତୁ ତାହା ଠିକ ହୋଇ ନ ବସି 'ଢିଲା' ହେଲା ଏହି କାରଣରୁ ଏ ସ୍ଥାନର ନାମ 'ଡିଲ୍ଲି' ହେଲା ଏହା ହିନ୍ଦୁରାଜା ଅନଙ୍ଗପାଳଙ୍କ ରାଜଧାନୀ ଥିଲା ଓ ତାଙ୍କଦ୍ୱାରା ଏଠାରେ ବସା ଯାଇଥିବା ସ୍ତମ୍ଭ ଉପରେ ଶିଳାଲେଖ ଅଛି ଖ୍ରୀଷ୍ଟାଦ୍ଦ ୧୧୬୩:ରେ ମାହାମୁଦ୍ ଘୋରୀ ଏ ନଗର ହିନ୍ଦୁ ରାଜଙ୍କ ଠାରୁ ଅଧିକାର କରିବା ପରେ ଏ ମୁସଲମାନଙ୍କ ରାଜଧାନୀ ହେଲା ୧୩୬୮: ସାଲରେ ତୈମୁର ଏହାକୁ ଆକ୍ରମଣ କରି ଧ୍ୱଂସ କଲେ ୧୫୨୬:ରେ ବାବର ଏହା ଅଧିକାର କରିବା ପରେ ଏହା ମୋଗଲ ରାଜଧାନୀ ହେଲା ୧୮୩:ରେ ଏହା ଇଂରାଜଙ୍କ ହସ୍ତଗତ ହେଲା ଓ ୧୯୧୨: ସାଲଠାରୁ ଏହା ବ୍ରିଟିଶ୍ ଭାରତର ରାଜଧାନୀ ହୋଇଅଛି ହିନ୍ଦୀ - ଶବ୍ଦସାଗର ]