ଦୀନାର

ଉଇକିଅଭିଧାନ‌ରୁ

ଦୀନାର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ତୁଳ. ଗ୍ରୀକ୍ ଦୀନାରିୟସ୍ ଆରବୀ - ଦୀନର୍= ଆରବ ଦେଶୀୟ ସ୍ୱର୍ଣ୍ଣମୁଦ୍ରା; ସଂସ୍କୃତ - ଦୀନ+ଋ ଧାତୁ=ଯାହା ଦରିଦ୍ରକୁ ଦିଆଯାଏ; ଗମନ କରିବା+କର୍ମ. ଅ)[ସମ୍ପାଦନା]

୧. ସ୍ୱର୍ଣ୍ଣମଦ୍ରା; ମଉଡ଼ା —୧. A gold cion.
୨. ସ୍ୱର୍ଣ୍ଣଭୁଷା —୨. Gold ornament.
୩. ପ୍ରାଚୀନ ଭାରତର ସ୍ୱର୍ଣ୍ଣହାର ବା ଶିରୋଭୂଷଣବିଶେଷ (ଅମରକୋଷ) —୩. A kind of necklace used in the ancient times in India.
୪. ନିଷ୍କ ବା ୩୨: ରତି ପରିମିତ ସ୍ୱର୍ଣ୍ଣ — ୪. A weight of ୩୨ ratis.

[ଦ୍ରଷ୍ଟବ୍ୟ — ଦୀନାର ନାମକ ସ୍ୱର୍ଣ୍ଣ ଓ ରୌପ୍ୟ ମୁଦ୍ରା ଇଉରୋପ ଓ ଆସିଆ ଖଣ୍ଡରେ ବିଶେଷଭାବରେ ଚଳୁଥିଲା ମୂଷଳମାନମାନେ ଭାରତକୁ ଆସିବା ପୂର୍ବରୁ ଦୀନାର ନାମକ ସ୍ୱର୍ଣ୍ମମୁଦ୍ରା ଭାରତରେ ଚଳୁଥିଲା ହରିବଂଶ, ମହାବୀରରଚିତରେ ଏବଂ ଚନ୍ଦ୍ରଗୁପ୍ତଙ୍କ ସମୟର ଶିଳାଲିପିରେ ଦୀନାର ସ୍ୱର୍ଣ୍ଣମୁଦ୍ରାର ଉଲ୍ଲେଖ ଅଛି ଏଥିରେ ଓଜନ ଥିଲା ୩୨: ରତି ଅମରକୋଷରେ ଦୀନାରର ଓଜନ ଏକ ନିଷ୍କ ବା ୨ ତୋଳା, ଆକବରଙ୍କ ସମୟରେ ଭାରତରେ ଚଳୁଥିବା ଦୀନାର ସ୍ୱର୍ଣ୍ଣମୁଦ୍ରା ଅନ୍ଦାଜ ଅଧତୋଳା ଓଜନର ଥିଲା ଆରବ ଓ ପାରସ୍ୟରେ ମଧ୍ୟ ପ୍ରାଚୀନ କାଳରେ ଦୀନାର ନାମକ ମୁଦ୍ରା ଚଳୁଥିଲା ଆରବୀ ଓ ଫାରସୀ କୋଷାକାରମାନେ ଦିନାର୍ ଶବ୍ଦ ଆରବୀ ଥିବାର ଲେଖି ଅଛନ୍ତି ପ୍ରାଚୀନ ରୋମକମାନେ ଦିନାରିୟସ୍ ନାମରେ ଏକ ସ୍ୱର୍ଣ୍ଣମୁଦ୍ରା ଚଳାଉଥିଲେ କିନ୍ତୁ ହରିବଂଶର ପ୍ରାଚୀନତା ସ୍ୱୀକାର କଲେ ଦୀନାର ପ୍ରଥମେ ଭାରତେ ଚଳାଉଥିବାର ବୋଲାଯିବ ହିନ୍ଦୀ - ଶବ୍ଦସାଗର ]