ଦୁର୍ଗା

ଉଇକିଅଭିଧାନ‌ରୁ

ଦୁର୍ଗା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଦୁରକ+ଗମ୍ ଧାତୁ=ଜାଣିବା+କର୍ମ ଅ+ସ୍ତ୍ରୀ. ଆ; ଯାହାଙ୍କୁ ଜାଣିବା କଠିନ ବା ଯେ ଦୁର୍ଗ ବା ସଂକଟରୁ ଉଦ୍ଧାର କରନ୍ତି; କିମ୍ୱା ଯେ ଦୁର୍ଗନାମକ ଅସୁରକୁ ବଧ କରିଥିଲେ)[ସମ୍ପାଦନା]

୧. ଭଗବତୀ; ମହାଦେବୀଙ୍କ ସ୍ତ୍ରୀ; ପରମା ପ୍ରକୃତି; ଆଦ୍ୟା ଶକ୍ତି —୧. Goddess Durgā the wife of Mahādeba.

[ଦ୍ରଷ୍ଟବ୍ୟ —ମାର୍କାଣ୍ଡେୟ ପୁରାଣାନ୍ତାର୍ଗତ ଦେବୀମହାତ୍ମ୍ୟ ବା ଚଣ୍ଡୀ ପୁରାଣରେ ଦୁର୍ଗାଙ୍କର ଉତ୍ପତ୍ତି ଓ ଅସୁର ବିନାଶାର୍ଥ ଭିନ୍ନ ଭିନ୍ନ ଅବତାରର ବିଷୟ ବର୍ଣ୍ଣିତ ହୋଇଅଛି ସେ ବିଷ୍ଣୁ, ବ୍ରହ୍ମା ଓ ଶିବ ଆଦି ଦେବତାମାନଙ୍କ ତେଜରୁ ସମ୍ଭୁତା ଏବଂ ବିଷ୍ଣୁଙ୍କର ମାୟା ଅଟନ୍ତି ଏହି ବିଷ୍ଣୁମାୟା ସଂସାରକୁ ଚଳାଉଛନ୍ତି

ଚଣ୍ଡୀ ପୁରାଣ ଏକାଦଶ ଅଧ୍ୟାୟରେ ଦେବୀଙ୍କର ନିଜ ଭକ୍ତ ଲେଖା ଅଛି ଯେ ପୃଥିବୀରେ ଶତ ବର୍ଷ ଅନାବବୃଷ୍ଟି ହେବା ସମୟରେ ଆମ୍ଭେ ଜନ୍ମ ଗ୍ରହଣ କରି ଶତାକ୍ଷୀ ନାମ ଧାରମ କରିବୁଁ ଓ ନିଜ ଦେହ ସମ୍ଭୁତ ପ୍ରାଣାଧାରକ ଶାକ ଉତ୍ପାଦନ କରି ସମୁଦାୟ ଲୋକଙ୍କୁ ଭରଣ କରିବୁଁ ଓ ଦୁର୍ଗ ନାମକ ମହାସୁରକୁ ବଧ କରି ଆମ୍ଭେ ଦୁର୍ଗା ଦେବୀ ନାମକରେ ବିଖ୍ୟାତ ହେବୁଁ ଚଣ୍ଡୀ ୧୧: ୪୬: -୫; ଦୁର୍ଗାଙ୍କର ଭିନ୍ନ ଭିନ୍ନ ରୂପ ଯଥା ===

ଧୂମାବତୀ, ବଗଳା, ଅନ୍ନପୂର୍ଣ୍ଣା, କପାଳେଶ୍ୱରୀ, ପାର୍ବତୀ, କାଳୀ, ଚଣ୍ଡୀ, କାଳିକା, କରାଳୀ, ବିମଳା, ଭଗବତୀ, ଜଗବତୀ, ଜଗଦ୍ଧାତ୍ରୀ, ଶ୍ୟାମା ଦୁର୍ଗାବତାରେ ଏ ମହିଷାସୁର, ରକ୍ତବୀକ, ଶୁମ୍ଭ, ନୁଶୁମ୍ଭ ଆଦି ଅଲୁରମାନଙ୍କୁ ବଧ କରିଥିଲେ ପ୍ରଥମେ ସୁରଥ ରାଜା ଓ ପରେ ରାମଚନ୍ଦ୍ର ପୃଥିବୀରେ ଦୁର୍ଗାଙ୍କର ପୂଜା କରିଥିଲେ]

[ଦୁର୍ଗାଙ୍କର ଅନ୍ୟ ନାମ—ଆଦ୍ୟାଶକ୍ତି, ଉମା, କାତ୍ୟାୟନୀ, ଗୌରୀ, କାଳୀ, ହୈମବତୀ, ଈଶ୍ୱରୀସ ଶିବା, ଭବାନୀ, ରୁଦ୍ରାଣୀ, ଶର୍ବାଣୀ, କଲ୍ୟାଣୀ, ଅପର୍ଣ୍ଣା, ପାର୍ବତୀ, ମୁଡ଼ାନୀ, ଚଣ୍ଡିକା, ଅମ୍ୱିକା, ଚଣ୍ଡୀ, ଶାରଦା, ଗିରିଜା, ମଙ୍ଗଳା, ନାରାୟଣୀ, ମହାମାୟା, ବୌଷ୍ଣବୀ, ଗିରିଜା, ଗିରିକନ୍ୟକା, ହିଣ୍ଡୀ, କୋଟ୍ଟବୀ, ଷଷ୍ଠୀ, ମାଧବୀ, ଜୟନ୍ତି, ଭାର୍ଗବୀ, ଭା, ସତୀ, ଭାଦ୍ରରୀ, ଦକ୍ଷକନ୍ୟା, ମହିଷମର୍ଦ୍ଦିନୀ, ହେରମ୍ୱଜନନୀ, ସାବିତ୍ରୀ, କୃଷ୍ଣପିଙ୍ଗଳା, ଶୂଳଧରା, ଭଗବତୀ, ଈଶାନୀ, ସନାତନୀ, ମହାକାଳୀ, ଶିବାନୀ, ଚାମୁଣ୍ଡା, ବିଧାତ୍ରୀ, ଆନନ୍ଦା ମହାମାତ୍ରା, ଭୌମୀ, କୁଷ୍ଣା, ଗର୍ବଙ୍ଗୀ, ବାଣୀ, ଫୁଲନୀ, ମାତୃକା, ତାରା, କକିକା, କାମେଶ୍ୱରୀ, ଭୈରକୀ, ଭୂବେନଶ୍ୱରୀ, ତ୍ୱରିତା, ମହାଲକ୍ଷୀ, ବାଗୀଶ୍ୱରୀ, ତ୍ରିପୁରା, ଜ୍ୱାଳାମୁଖୀ, ବଗଳାମୃଖୀ, ଅନ୍ନପୂର୍ଣ୍ଣା ଅନ୍ନଦା, ବିଶାଳାକ୍ଷୀ, ସୁଭଗା, ଧବଳା, ଘୋରା, ପ୍ରେମା, ବଟେଶ୍ୱରୀ କୀର୍ତ୍ତୀଦା, କୁମୂଳା, କାମରୂପା, ଜୃମ୍ଭିଣୀ, ମୋହିନୀ, ଶାନ୍ତା,

ବେଦମାତା, ତ୍ରିପୁରସୁନ୍ଦରୀ, ତାପିନୀ, ତାପିନୀ, ଚିତ୍ରା, ଅନନ୍ତା ଇତ୍ୟାଦି ହିନ୍ଦୀ - ଶବ୍ଦସାଗର] 

୨. ନୀଳ; ନୀଳ ଗୁଳ୍ମ (ହିନ୍ଦୀ - ଶବ୍ଦସାଗର) — ୨. The Indigo plant.
୩. ଶ୍ୟାମା ପକ୍ଷୀ (ହିନ୍ଦୀ - ଶବ୍ଦସାଗର) (ଦେଖ) - ୩. Ṡyāmā bird (See)
୪. ଅପରାଜିତା ହିନ୍ଦୀ - ଶବ୍ଦସାଗର (ଦେଖ) - ୪. Aparājitā (See)
୫. ନଅ ବର୍ଷ ବୟସ୍କା କନ୍ୟା (ହିନ୍ଦୀ - ଶବ୍ଦସାଗର) — ୫. A girl in her ninth year.
୬. ରାଗୀଣୀବିଶେଷ (ହିନ୍ଦୀ - ଶବ୍ଦସାଗର) — ୬. Name of a musical tune.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ସ୍ତ୍ରୀ ଲୋକଙ୍କୁ ଦିଆଯିବା ନାମ — A name given to females.

[ଦ୍ରଷ୍ଟବ୍ୟ —ପୁରୁଷକୁ ଦୁର୍ଗା ପ୍ରସାଦ, ଦୁର୍ଗା ପ୍ରସନ୍ନ, ଦୁର୍ଗା ଦାସ, ଦୁର୍ଗା ପଦ, ଦୁର୍ଗା ତରଣ ଆଦି ନାମ ଦିଆଯାଏ ଓ ସ୍ତ୍ରୀମାନଙ୍କୁ ଦୁର୍ଗା, ଦୁର୍ଗାବତୀ, ଦୁର୍ଗେଶ ନନ୍ଦିନୀ ଆଦଦି ନାମ ଦିଆଯାଏ ଏହି ନାମଧାରୀ ପୁରୁଷଙ୍କୁ, ଦୁରୁଗା, ଦୁରୁଗୁ, ଦୁର୍ଗା ଓ ସ୍ତ୍ରୀଙ୍କୁ ଦୁରୁଗା, ଦୁରୁଗୀ, ଦୁର୍ଗୀ, ଦୁରୀ ବୋଲି ଡକାଯାଏ]