ଦୂଷଣ

ଉଇକିଅଭିଧାନ‌ରୁ

ଦୂଷଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ଦୂଷ୍ ଧାତୁ+ ଭାବ ଅନ)[ସମ୍ପାଦନା]

୧. ଦୋଷ; ଅପରାଧ — ୧. Fault; blemish; guilt.
୨. ପାପ —୨. Sin.
୩. ନିନ୍ଦା —୩. Blame.

ଜଗତେ ତାଙ୍କର ଦୂଷଣ ହେଉଛି ମନେ ନ ଭାଳନ୍ତି ସେହି । - ଟୀକା ଗୋବିନ୍ଦ ଚନ୍ଦ୍ର, ଯୋଗୀନ୍ଦ୍ର ବିପ୍ର

୪. କଳଙ୍କ; ଅପବାଦ; ଦୋଷାରୋପ — ୪. Accusation; charge; stigma.

ବଧ ବୋଇଲେ ମୁଁ ନ ଜାଣି ତା ଗାଇଲି ତୁମ୍ଭ କୂଳେ ଆଣି ଦୂଷଁ ଲଗାଇଲି—କୃଷ୍ଣସିଂହ, ମହାଭାରତ ବନ

୫. ନଷ୍ଟ କରିବା —୫. Spoiling; ruining.
୬. ମାରା କରିବା; ଅଶୁଚି କରିବା — ୬. Defilement; contaminating.
୭. ଧର୍ଷଣ —୭. Rebuke; insulting.
୮. ସ୍ତ୍ରୀକୁ ଅବୈଧଭାବରେ ହରଣ —୮. Rape; violation; deflowering; ravishing.
୯. (+କର୍ତ୍ତୃ. ଅନ) ରାବଣର ମାଉସୀପୁଅ ଭାଇ; ଖରର ଭାଇ; ରାକ୍ଷସବିଶେଷ —୯. Name of a demon, causin of Rābaṇa.

[ଦ୍ରଷ୍ଟବ୍ୟ —ଏ ପଞ୍ଚବଟୀରେ ସର୍ପଣଖାର ରକ୍ଷା ପାଇଁ ରାବଣଦ୍ୱାରା ଖର ସଙ୍ଗେ ନିଯୁକ୍ତ ହୋଇଥିଲା ସୂର୍ପଣଖାର ନାକକାନ କଟା ହେବା ପରେ ଏ ରାମଚନ୍ଦ୍ର ସହିତ ଦଣ୍ଡକାରଣ୍ୟରେ ଯୁଦ୍ଧ କରି ନିହିତ ହୋଇଥିଲା]

ବିଶେଷଣ -[ସମ୍ପାଦନା]

୧. (+ କର୍ତ୍ତୃ. ଅନ) ଦୋଷଦନକ — ୧. Blameworthy.
୨. ଦୂଷକ —୨. Censorious; fault-finding.
୩. ଯେ ମାରା କରେ —୩. Defiling.
୪. ଦୋଷଯୁକ୍ତ —୪. Faulty.