ଦୃଷ୍ଟି

ଉଇକିଅଭିଧାନ‌ରୁ

ଦୃଷ୍ଟି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଦୃଶ ଧାତୁ+କରଣ ତି)[ସମ୍ପାଦନା]

୧. ଚକ୍ଷୁଃ — ୧. Eye.
୨. ଦେଖିବାର ଶକ୍ତି —୨. Eye-sight.
୩. (+ଭାବ .ତି) ଅବଲୋକନ; ଦର୍ଶନ —୩. Seeing; observation; looking; beholding.
୪. ନିଘା; ମନୋଯୋଗ —୪. Attention.
୫. ଜ୍ଞାନ —୫. Knowledge; notice.
୬. ଲକ୍ଷ୍ୟ —୬. Aim.
୭. ଦୃଶ୍ୟ ବସ୍ତୁଚୟ —୭. A scene; a prospect; a sight; a view.
୮. ଆଖି ପକାଇବା —୮. Glance.

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ପର ନିମନ୍ତେ ଅଭିପ୍ରେତ କୌଣସି ଖାଦ୍ୟ ବା ଅନ୍ୟ ଦ୍ରବ୍ୟର ଲୋଲୁପ ଦୃଷ୍ଟିଚ ଖାଦ୍ୟଦ୍ରବ୍ୟ ପ୍ରତି ସତୃଷ୍ଣ ଦୃଷ୍ଟି —୧. The casting of a longing and sinister glance on some food or other article intended for another.
୨. ବିଷଦୃଷ୍ଟି; ସୁକୁମାର ଶିଶୁମାନଙ୍କ ଉପରେ ଡ଼ହାଣୀମାନଙ୍କ ଦୃଷ୍ଟି; ଡ଼ାହାଣିଆଁ ଦୃଷ୍ଟି —୨. The casting of sinister eye by a witch on delicate infants.

ଏ ଘେନି ଦୃଷ୍ଟି ଭୟ ତାକୁ ତିଆରି କହିଲୁ ତୁମ୍ଭଙ୍କୁ ଭୁପତି. ପ୍ରେମପଞ୍ଚାମୃତ

[ଦ୍ରଷ୍ଟବ୍ୟ —ଏହା ଗୋଟିଏ ଲୌକିକ ବିଶ୍ୱାସ ଯେ ଡ଼ାହାଣୀ ଓ ଡାହାଣିମାନେ ଅନ୍ୟ ବ୍ୟକ୍ତି ପାଇଁ ଅଭିପ୍ରେତ ଯେଉଁ ଖାଦ୍ୟରେ ଲୋଲୁପ ଦୃଷ୍ଟି ପକାନ୍ତି ଓ ସେ ଖାଦ୍ୟ ଦ୍ରବ୍ୟକୁ ଯେ ଖାଏ ତାହାର ପେଟ ଟାଣେ ଡ଼ହାଣୀମାନେ ସୁକୁମାର ଶିଶୁମାନଙ୍କ ଉପରେ ଦୃଷ୍ଟି ପକାଇଲେ ସେମାନେ ହଗି ମରି ଯାଆନ୍ତି ଡାହାଣୀ ଶବ୍ଦ ତଳେ ନୋଟ୍ ଦେଖ)

ଏହିନ୍ଦୀ - ସଂସ୍କୃତ - ଶବ୍ଦ ଅନ୍ୟ ଶବ୍ଦମାନଙ୍କ ପରେ ଲାଗେ ଯଥା—ଶୁଭଦୃଷ୍ଟି, ସୁଦୃଷ୍ଟି, କୁଦୃଷ୍ଟି, ଲୋଭଦୃଷ୍ଟି, ଶନିଦୃଷ୍ଟି, ବକ୍ରଦୃଷ୍ଟି, କୃପାଦୃଷ୍ଟି, ଖରଦୃଷ୍ଟି, ଅନୁଗ୍ରଦୃଷ୍ଟି ଇତ୍ୟାଦି]