ଦେଖିବା

ଉଇକିଅଭିଧାନ‌ରୁ

ଦେଖିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

(ଦେଖାଯିବା—କର୍ମବାଚ୍ୟ ରୂପ)

(ଦେଖା(ଖେ)ଇବା—ଣିଜନ୍ତ ରୂପ)

ଦେଶଜ - କ୍ରି. (ସଂସ୍କୃତ - ଦୃଶ୍ ଧାତୁ; ପ୍ରା—ଦେଖ ଧାତୁ)[ସମ୍ପାଦନା]

୧. ଦର୍ଶନ କରିବା —୧. To see.

ଦେଖିଲଇଁ ନାନା ସ୍ଥାନ ଭୂଭାରତେ ରାଧାନାଥ; ଚିଲିକା

୨. ସାକ୍ଷାତ କରିବା — ୨. To meet; to visit.

ଦେଖିଲେ କଥା ନ କହେ, ନ ଦେଖିଲେ ପାଣି ନ ପିଏ—ଢଗ

୩. ବିବେଚନା କରିବା; ବିଚାର କରିବା; ଚିନ୍ତା କରିବା — ୩. To think; to consider.

ଦେଖ ଏ ସଂସାର ସାଗର ଅତି ଉତ୍କଟ ଭୟଙ୍କର ରାଧାନାଥ,ଭାଗବତ

୪. ବୋଧ କରିବା; ଇନ୍ଦ୍ରିୟଦ୍ୱାରା ଜାଣିବା — ୪. To feel; to perceive.
୫. ଉପଲବ୍ଧି କରିବା; ଅନୁଭବ କରିବା — ୫. To experience; to realise.
୬. ଜାଣିବା —୬. To know; to come to know.

ଦେଖୁଛି ଚନ୍ଦନ, ପୋଛୁଚି କାଠ—ଢଗ

୭. ପରୀକ୍ଷା କରିବା; ପରିଦର୍ଶନ କରିବା — ୭. To examine; to inpect; to see eritically; to test.

(ଯଥା—ମାଷ୍ଟର ପିଲାଙ୍କ ଖାତା ଦେଖୁଛନ୍ତି)

୮. ଅନ୍ୱେଷଣ କରିବା — ୮. To search after; to seek after.

ହାଟକୁ ଗଲେ କନ୍ୟା ଦେଖିବି ବାଇଗଣ ବିକିବି ଦି କାମ କରିବି—ଢଗ

୯. ମନଃ ସଂଯୋଗ କରିବା —୯. To attend.
୧. ସଂଶୋଧନ କରିବା (ପ୍ରୁଫ୍) — ୧୦. To correct (proof).
୧୧. ହୁସିଆର ହେବା; ସାବଧାନ ହେବା — ୧୧. To be careful; to beware.
୧୨. ଯତ୍ନ ନେବା; ତତ୍ତ୍ୱାବଧାରଣ କରିବା — ୧୨. To take care; to manage.

(ଯଥା—ବିଦେଶୀ ଜମିଦାରଙ୍କ ଜମିଦାରୀକୁ ମେନେଜର ବାବୁ ଦେଖନ୍ତି)

୧୩. ପାଳିବା; ଖୋଜଖବର ନେବା; ତତ୍ତ୍ୱନେବା — ୧୩. To enquire.

ରାଜା ତାହାର ବଶ ହୋଇ କ୍ଷଣେ ନ ଦେଖେ ପାଞ୍ଚଭାଇ ଜଗନ୍ନାଥ. ଭାଗବତ

୧୪. ପୂର୍ବରୁ ଜାଣି ପାରିବା ବା ଅନୁମାନ କରିବା — ୧୪. To infer or realise beforehand.

(ଯଥା—ଉଭୟ ପକ୍ଷର ସାକ୍ଷୀମାନଙ୍କ ଜବାନବନ୍ଦିରୁ ମୁଁ ଦେଖୁଛି ଯେ ହାକିମବାଦୀର ଦାବି ଡ଼ିସ୍ମିସ୍ କରିବେ)

୧୫. ଜବ୍ଦ କରିବା; ଶିକ୍ଷା ଦେବା —୧୫. To reduce to submission; to bring one under control; to teach a lesson.

(ଯଥା—ଆଚ୍ଛା, ତୁ ଯାହା କରିବାର କରୁଥା, ମୁଁ ଫେର୍ ତତେ ଦେଖିବି ଯେ !)

୧୬. ପ୍ରମାଣ ବା ଶେଷଫଳଦ୍ୱାରା ଜାଣି ପାରିବା — ୧୬. To know by the result.
୧୭. ନିକଟରେ ଉପସ୍ଥିତ ହେବା; ପହଞ୍ଚିବା — ୧୭. To reach.

ନଈ ନ ଦେଖୁ ଲଙ୍ଗଳା ଢଗ

୧୮. ସେବା କରିବା; ଶୁଶ୍ରୁଷା କରିବା — ୧୮. To tend.
୧୯. ଚିକିତ୍ସା କରିବା —୧୯. To treat.

(ଯଥା—ବାଲୁଙ୍କେଶ୍ୱର କବିରାଜ ୩ ଦିନ ହେଲା ମଳୁଙ୍କୁ ଦେଖୁ ଅଛନ୍ତି)

୨. କୃପା ଦୃଷ୍ଟି କରିବା —୨୦. To cast a kind glance on; to be kind to have a kind eye on.

(ଯଥା—ପ୍ରଭୁ ଦେଖିବେ ମୋ ଦୁଃଖ ଯିବ)

୨୧. ପର୍ଯ୍ୟବେକ୍ଷଣ କରିବା — ୨୧. To observe; to regard attentively.
୨୨. ମନୋଯୋଗ ଦେବା — ୨୨. To mind; to attend to.

[ଦ୍ରଷ୍ଟବ୍ୟ —ଦେଖିବା କ୍ରିୟା ସଙ୍ଗେ ସହଚର ରୂପେ ଚାହିଁବା, ଶୁଣିବା କ୍ରିୟାମାନ ବ୍ୟବହୃତ ହୁଏ

ଦେଖିବାର ଅସମାପିକା ରୂପ ସଙ୍ଗେ, ଦେବା, ନେବା, ପକାଇବା, ଯିବା, ଆସିବା, ପାରିବା, ବସିବା ଇତ୍ୟାଦି କ୍ରିୟାମାନ ବ୍ୟବହୃତ ହୁଏ]