ଦେବକୀ

ଉଇକିଅଭିଧାନ‌ରୁ

ଦେବକୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଦେବକ+ଅପତ୍ୟାର୍ଥେ ଅ+ସ୍ତ୍ରୀ+ଈ)[ସମ୍ପାଦନା]

ଶ୍ରୀକୃଷ୍ଣଙ୍କ ଜନନୀ —Mother of Ṡrīkṛushṇa.

[ଦ୍ରଷ୍ଟବ୍ୟ —ଏ ବସୁଦେବଙ୍କ ସ୍ତ୍ରୀ ଓ କଂସର ଭଗିନୀ ଥିଲେ ଏହାଙ୍କ ଗର୍ଭଜାତ ଶିଶୁଦ୍ୱାରା ନିଜର ମୃତ୍ୟୁ ହେବ ବୋଲି କଂସ ନାରଦଙ୍କ ଠାରୁ ଅବଗତ ହୋଇ ଦେବକୀ ବସୁଦେବଙ୍କୁ କାରାଗାରରେ ବନ୍ଦୀ କରି ରଖି ଦେବକୀଙ୍କ ଗର୍ଭଜାତ ୭ଗୋଟି ଶିଶୁଙ୍କୁ ହତ୍ୟାକଲା ଅଷ୍ଟମ ଗର୍ଭରେ ଶ୍ରୀକୃଷ୍ଣ ଜାତ ହେଲେ ଓ ଯୋଗମାୟା ବଳରେ ବସୁଦେବ ସେହି ରାତି ମଧ୍ୟରେ ତାଙ୍କୁ ଗୋପପୁରକୁ ନେଇ ନନ୍ଦଙ୍କ ଭାର୍ଯ୍ୟା ଯଶୋଦାଙ୍କ କୋଳରେ ରଖି ଯଶୋଦାଙ୍କ ଗର୍ଭଜାତା ବାଳିକାକୁ ଆଣି ଶ୍ରୀକୃଷ୍ଣଙ୍କ ଅରିଷ୍ଟ ଶଯ୍ୟାରେ ରଖିଲେ ଉକ୍ତ ବାଳିକାକୁ କଂସ ଧରି କଚାଡିବା ବେଳେ ସେ (ଶିଶୁ ରୂପ ଧାରିଣୀ ଦୁର୍ଗା) କଂସ ହସ୍ତରୁ ଖସି ଯାଇ ଶୂନ୍ୟରେ ମିଶି ଗଲେ ଓ ଶ୍ରୀକୃଷ୍ଣ ଗୋପପୁରରେ ବଢ଼ିଲେ ]

ଦେଶଜ - ବିଶେଷ୍ୟ - ସ୍ତ୍ରୀ[ସମ୍ପାଦନା]

ଲୋକମାନଙ୍କୁ ଦିଆଯିବା ନାମ — Name given to females.