ଦେବତା

ଉଇକିଅଭିଧାନ‌ରୁ

ଦେବତା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଦେବ+ସ୍ୱାର୍ଥେ ତା; କିମ୍ୱା ଦେବ=କ୍ରୀଡ଼ା+ ତନ୍ ଧାତୁ=ବିସ୍ତାର କରିବା ବା ବିହାର କରିନ୍ତି; ତୁଳ. ଇଂରାଜୀ - ଡେଇଟୀ; ପ୍ରେଂ. ଡେଇଟେ; ସ୍ପେ. ଡେଇ— ଡାଡ୍; ଲା. ଡେଇଟାସ୍; ଜର୍ମାନ; ଡେଇଡେଡ୍; ଲିଥୁନିୟ. ଡେବସ—ଜ୍ଞାନେନ୍ଦ୍ର)[ସମ୍ପାଦନା]

ଠାକୁର; ଦେବ; ସ୍ୱର —Deity.

[ଦ୍ରଷ୍ଟବ୍ୟ —ଋଗ୍ୱେଦରେ ଇନ୍ଦ୍ର, ଅଗ୍ନି, ବରୁଣ, ଅଦିତି, ବାୟୁ, ପ୍ରଜା— ପତି, ଜଳ, ବିଷ୍ଣୁ, ସବିତା ପ୍ରଭୃତି ୩୩: ଦେବତାଙ୍କର ନାମ ଅଛି ଅନ୍ୟ ବେଦରେ ମଧ୍ୟ ସେମାନଙ୍କ ନାମ ଅଛି ଅର୍ଥବ ବେଦରେ ଯମ, ମୃତ, କାଳ ପ୍ରଭୃତି ଅନ୍ୟ କେତେକ ଦେବତାଙ୍କର ନାମ ଅଛି ବୈଦିକ ଦେବତାମାନେ ପ୍ରଧାନତଃ ଦୁଇ ଶ୍ରେଣୀରେ ବିଭକ୍ତ ଯଥା—୧—ସ୍ରୋତ୍ରାଙ୍ଗ ଦେବତା, ଅର୍ଥାତ୍ ଯେଉଁମାନଙ୍କ ମହିମା ବର୍ଣ୍ଣନା କରି ସ୍ରୋତ ପାଠ କରାଯାଏ; ଏବଂ ୨—ଯାଗାଙ୍ଗ ଦେବତା ଅର୍ଥାତ୍ ଯେଉଁମାନଙ୍କ ଉଦ୍ଦେଶ୍ୟରେ ଘୃତାଦି ଆହୁତି ପ୍ରଦାନ କରାଯାଏ ପୁରାଣରେ ଦେବତାମାନଙ୍କ ସଂଖ୍ୟା ୩୩: କୋଟି ବୋଲି ପ୍ରସିଦ୍ଧ ଏମାନେ ସ୍ୱର୍ଗରେ ଥାଆନ୍ତି ଇନ୍ଦ୍ର ଦେବତାମାନଙ୍କ ମଧ୍ୟରେ ରାଜା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ପନିଅରି ବ୍ରାହ୍ମଣମାନଙ୍କ ବଂଶୋପାଧି — family the of vegetable-growing Brāhmaṇas.

[ଦ୍ରଷ୍ଟବ୍ୟ —ଏହି ଉପାଧିବିଶିଷ୍ଟ କେତେକ ବ୍ରାହ୍ମଣ ପରିବାର କଟକର ଦକ୍ଷିଣ ପୂର୍ବ ଝିଙ୍କିରିଆ ଗ୍ରାମରେ ଅଛନ୍ତି ଏମାନଙ୍କୁ ଲକ୍ଷ୍ୟ କରି ସେ ଅଞ୍ଚଳରେ ଗୋଟିଏ ଢଗ ପ୍ରଚଳିତ ଅଛି—"ଘଣ୍ଟ ନାହିଁ ମାଦଳ ନାହିଁ ଝିଙ୍କିରିଆ ଦେବତା" ଆହୁରି ମଧ୍ୟ ପ୍ରବାଦ ଅଛି ଯେ ଏମାନଙ୍କର ପୂର୍ବ ବଂଶଧରମାନେ ଆଗେ ଘର ଛପର କରୁଥିଲେ ସେମାନେ 'ଦେ—ବତା' ବୋଲି କହୁ ଥିବାରୁ ସେମାନଙ୍କର ଉପାଧି ଦେବତା ହୋଇ ଯାଇଅଛି ]