ଦେବଦାରୁ

ଉଇକିଅଭିଧାନ‌ରୁ

ଦେବଦାରୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ. କର୍ମଧା; ଦେବପ୍ରିୟ ଦାରୁ)[ସମ୍ପାଦନା]

ସ୍ୱନାମ ପ୍ରସିଦ୍ଧ ଦୀର୍ଘ ବୃକ୍ଷ —The Deodar; the Cedar; Cedrus Deodara; Pinus Deodara; Gnaterja Longifolia; the Mast tree; Pinus Longifolia (Haines); Pinus Deodara or Cedrus Lebani, Polyanthea Longifolia.

[ଦ୍ରଷ୍ଟବ୍ୟ —ଏହା ଭାରତର ସର୍ବତ୍ର ଜନ୍ମେ ଗଛ ଅତି ସୁନ୍ଦର ଓ ଦୀର୍ଘ, ଉଚ୍ଚରେ ୧୫: ହାତ ପର୍ଯ୍ୟନ୍ତ ବଢ଼େ ପତ୍ର ସରୁ ଓ ଲମ୍ୱ, ଡାଳଗୁଡ଼ିକ ମଧ୍ୟ ଲମ୍ୱା ବକଳା ଖୁବ୍ ମୋଟା କାଠ ଈଷତ୍ ହଳଦିଆ ପତ୍ରଗୁଡ଼ିକ ୬ ଇଞ୍ଚରୁ ୯ ଇଞ୍ଚ ପର୍ଯ୍ୟନ୍ତ ଲମ୍ୱ ହୁଏ ଫୁଲ ନେଳି ଓ ହଳଦିଆ ମିଶା ଓ ଫଳ ନେଳିଆ, ପାଚିଲେ କଳା ଦେଖା ଯାଏ ଏହା ଦୁଇ ପ୍ରକାର; ଯଥା— ସ୍ନିଗ୍ଧ ଦେବଦାରୁ ଓ କାଷ୍ଠ ଦେବଦାରୁ ବୈଦ୍ୟଶାସ୍ତ୍ର ମତରେ ଏହା ଲଘୁ, ସ୍ନିଗ୍ଧ, ତିକ୍ତ, ଉଷ୍ଣବୀର୍ଯ୍ୟ ଓ କଟୁ— ବିପାକ ଏହା ବିବନ୍ଧ, ଆଧ୍ମାନ, ଶୋଥ, ଆମଦୋଷ, ଚନ୍ଦ୍ରା, ହିକ୍କା, ଜ୍ୱର, ରକ୍ତଦୋଷ, ପ୍ରମେହ, ପୀନସ, ଶ୍ଲେଷ୍ମା, କାଶ, କଣ୍ଡୂ ଓ ବାତନାଶକ ଏ ବୃକ୍ଷ ସାଧାରଣତଃ ଛାୟାପ୍ରଦ ହେବାରୁ ରାସ୍ତାକଡ଼ରେ ଲଗାଯାଏ ପତ୍ରରେ ଘର ଆଦି ସଜ୍ଜିତ କରାଯାଏ ମଞ଼୍ଜି ଗୋଲମରିଚ ସହିତ ଘୋରି ବଥ ଉଠୁଥିବା ସମୟରେ ଲଗାଇଲେ ତାହା ବସିଯାଏ ପୃଥିବୀର ଭିନ୍ନ ଭିନ୍ନ ଅଞ୍ଚଳରେ ଅନେକ ଜାତିର ଦେବଦାରୁ ଗଛ ଜନ୍ମେ ପୁରୁଣା ଗଛର କାଠ କୋଠା ଆଦିରେ ଲାଗେ ଓ ୪, ୫: ବର୍ଷ ପର୍ଯ୍ୟନ୍ତ ସ୍ଥାୟୀ ହୁଏ ]