Jump to content

ଦେଶୀ

ଉଇକିଅଭିଧାନ‌ରୁ

ଦେଶୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷଣ - (ଦେଶ+ସମ୍ୱନ୍ଧାର୍ଥେ. ଇନ୍; ୧ମା.୧ବ)[ସମ୍ପାଦନା]

୧. ଦେଶୀୟ —୧. Pertaining to a country.
୨. ସ୍ୱଦେଶୀୟ; ସ୍ୱଦେଶ ଜାତ; ସ୍ୱଦେଶ ପ୍ରସ୍ତୁତ — ୨. Country-made; pertaining to, made in or born in one's native country.

(ଯଥା—ଦେଶୀ ଲୁଗା, ଦେଶୀ ଚିନି, ଦେଶୀ ହାକିମ, ଦେଶୀ ଘୋଡ଼ା ଇତ୍ୟାଦି)

୩. (ହନୁମାନଙ୍କ ମତରେ) ଦୀପକ ରାଗର ଭାର୍ଯ୍ୟା, ରାଗିଣୀ— ବିଶେଷ —୩. Name of a secondary musical air.

[ଦ୍ରଷ୍ଟବ୍ୟ —ଏଥିରେ ପଞ୍ଚମ ସ୍ୱର ନାହିଁ ଗ୍ରୀଷ୍ଣକାଳର ମଧ୍ୟାହ୍ନରେ ଏହା ଗେୟ—ହିନ୍ଦୀ - ଶବ୍ଦସାଗର]

୪. ସଙ୍ଗୀତର ଦୁଇ ପ୍ରକାରରୁ ଏକତର — ୪. One of the ୨ varieties of music.

[ଦ୍ରଷ୍ଟବ୍ୟ —ସଙ୍ଗୀତ ଦାମୋଦର ମତରେ ନୃତ୍ୟ, ଗୀତ ଓ ବାଦ୍ୟକୁ ସଙ୍ଗୀତ ବୋଲାଯାଏ; ଏହା ୨ ପ୍ରକାର, ଦେଶୀ ଓ ମାର୍ଗ— ହିନ୍ଦୀ - ଶବ୍ଦସାଗର]

୫. ତାଣ୍ଡବନୃତ୍ୟର ଏକ ଭେଦ — ୫. A kind of male dance.

[ଦ୍ରଷ୍ଟବ୍ୟ —ଏଥିରେ ଅଙ୍ଗନିକ୍ଷେପ ଅଧିକ ଓ ଅଭିନୟ କମ ହୁଏ— ହିନ୍ଦୀ - ଶବ୍ଦସାଗର]