ଦ୍ରୌପଦୀ

ଉଇକିଅଭିଧାନ‌ରୁ

ଦ୍ରୌପଦୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଦ୍ରୁପଦ+ଅପତ୍ୟାର୍ଥେ ସ୍ତ୍ରୀ. ଈ)[ସମ୍ପାଦନା]

ପଞ୍ଚପାଣ୍ଡବଙ୍କ ପତ୍ନୀ —The common wife of the five Pāṇḍaba brothers.

[ଦ୍ରଷ୍ଟବ୍ୟ —ଏ ପଞ୍ଚାଳରାଜ ଦ୍ରୁପଦଙ୍କର କନ୍ୟା ଥିଲେ ପଞ୍ଚ— ପାଣ୍ଡବଙ୍କ ଅଜ୍ଞାତବାସକାଳରେ ବ୍ରାହ୍ମଣବେଶଧାରୀ ଅର୍ଜୁନ ସ୍ୱୟଂବର ସଭାରେ ଲକ୍ଷ୍ୟଭେଦ କରି ଏହାଙ୍କୁ ପାଇଥିଲେ କିନ୍ତୁ ବିଦେଶକୁ ଯାଇ ପାଞ୍ଚ ଭାଇ ମଧ୍ୟରୁ ଜଣେ ଭାଇ ଯାହା ଅର୍ଜନ କରିଛି ତାକୁ କିଏ ଭୋଗ କରିବ ବୋଲି ମାତାଙ୍କୁ ପଚାରିବାରୁ ମାତା ଏ ପ୍ରଶ୍ନର ଅନ୍ତର୍ନିହିତ ଉଦ୍ଦେଶ୍ୟ ଜାଣି ନ ଥିବାରୁ ତାହା ପାଞ୍ଚ ଭାଇଯାକ ବାଣ୍ଟିକରି ଭୋଗ କରିବେ ବୋଲି କହିବାରୁ ମାତୃବାକ୍ୟ ପାଳି ଏହାଙ୍କୁ ପଞ୍ଚପାଣ୍ଡବ ବିବାହ କଲେ ଯୁଧିଷ୍ଠିର କପଟପଶା— ଖେଳରେ ଦୁର୍ଯ୍ୟୋଧନଙ୍କଦ୍ୱାରା ପରାସ୍ତ ହୋଇ ରାଜ୍ୟ ସହିତ ଦ୍ରୌପଦୀଙ୍କୁ ହାରିବାରୁ ଦୁର୍ଯ୍ୟୋଧନ ଦୁଃଶାସନଦ୍ୱାରା ଦ୍ରୌପଦୀଙ୍କୁ ଅନ୍ତଃପୁରରୁ ବଳପୂର୍ବକ ଚୁଟିଧରି ଝିଙ୍କାଇ ଆଣି ରାଜସଭାରେ ବିବସ୍ତ୍ରା କଲେ ଓ ଭଗବାନ୍ ଶ୍ରୀକୃଷ୍ଣ ଦ୍ରୌପଦୀଙ୍କ କାତର ପ୍ରାର୍ଥନା ଶୁଣି ଅପ୍ରମେୟ ବସ୍ତ୍ର ଦାନପୂର୍ବକ ତାଙ୍କ ଲଜ୍ଜା ନିବାରଣ କଲେ ଅବଶେଷରେ ଭୀମ ଏ ଅପମାନର ପ୍ରତିଶୋଧରେ ଦୁର୍ଯ୍ୟୋଧନଙ୍କୁ ମାଇଲେ ଓ ଦୁଃଶାସନଙ୍କୁ ମାରି ତାହାଙ୍କ ରକ୍ତ ଦ୍ରୌପଦୀଙ୍କୁ ଦେବାରୁ ଦ୍ରୌପଦୀ ସେହି ରକ୍ତ ବୋଳି ନିଜର କୁରୁସଭାରେ ଘଟିଥିବା ଅପମାନ ସମୟରୁ ମୁକୁଳା ହୋଇଥିବା କେଶକୁ ବାନ୍ଧିଲେ ]