ଦ୍ୱାର
ଦେଖଣା
ଦ୍ୱାର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଦ୍ୱ ଧାତୁ+ଣିଚ୍=ଦ୍ୱାରି ଧାତୁ=ଆଚ୍ଛାଦନ ବା ରୋଧ କରିବା+ କରଣ. ଅ)
[ସମ୍ପାଦନା]- ୧. ଦୁଆର; ଦରୋଜା; କବାଟ — ୧. Door; entrance; door-way; ingress.
[ ଦ୍ର—ଦ୍ୱାରମାନଙ୍କର ଭିନ୍ନ ଭିନ୍ନ ଅଂଶର ନାମ; ଯଥା— ଚଉକାଠ, ଏରୁଣ୍ଡିବନ୍ଧ, ସରଦଳ ପଟା, କବାଟ, ଜାଉଁଳି କବାଟ, ନାଗବନ୍ଧ, କିଳିଣୀ, ଜୁଳୁକି, ଡ଼ମଣୀ, କବିଜା, ଶିକୁଳୀ, ଅରାମୁଣ୍ଡ (ଘୁଙ୍ଗୁଡ଼ି), କୁହୁଣ୍ଡା ଓ ଦଶି]
- ୨. ଗମନାଗମନର ବାଟ —୨. Passage way.
- ୩. ଉପାୟ —୩. Means.
- ୪. ସମ୍ମୁଖ —୪. Front.
- ୫. କୌଣସି ସ୍ଥାନରେ ମେଲା ଥିବା ଅଂଶ; ଛେଦ; ଛିଦ୍ର — ୫. Opening (Apte); hole.
- ୬. ଯାହାଦ୍ୱାରା କୌଣସି କର୍ମ ସମ୍ପାଦିତ ହୁଏ; କର୍ମ— ସାଧନୋପାୟ — ୬. Medium; expedient (Apte).
- ୭. ଶରୀରର ନଅଗୋଟି ଛିଦ୍ର —୭. The nine apertures of the human body (Apte).
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ମୂଳକାରଣ —Root cause.
ଏ ରୋଷ ଘୋର ତମ ହାର, ଏ ନୋହେ ଉତ୍ତମ ବେଭାର— ଜଗନ୍ନାଥ. ଭାଗବତ