ଧନଞ୍ଜୟ

ଉଇକିଅଭିଧାନ‌ରୁ

ଧନଞ୍ଜୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଧନଞ୍ଜୟ—ଅନ୍ୟରୂପ)

  • (file)

ସଂସ୍କୃତ - ବିଶେଷ୍ୟ - (ଧନଂ=ଧନକୁ ଅର୍ଥାତ୍ ଧନାଧିପତି କୁବେରଙ୍କୁ+ ଜି ଧାତୁ=ଜୟ କରିବା+କର୍ତ୍ତୃ. ଅ; ଅର୍ଜୁନ କୁବବେରଙ୍କୁ ଜୟ କରି ନିଜ ମାତା କୁନ୍ତୀଙ୍କ ପାଇଁ କୁବେରଙ୍କ ଭଣ୍ଡାରରୁ ସହସ୍ର ସୁବର୍ଣ୍ଣ ଚମ୍ପକ ଆହରଣ କରିଥିଲେ)[ସମ୍ପାଦନା]

୧. ଅର୍ଜୁନ —୧. Arjuna.
୨. (ଅଗ୍ନିକୁ ପୂଜା କଲେ ଧନପ୍ରାପ୍ତି ହୁଏ; ହୁ. ଶବ୍ଦସାଗର) ଅଗ୍ନି —୨. Fire.
୩. ସର୍ପବିଶେଷ —୩. Name of a mythological serpent.

[ ଦ୍ର—ଏ ଜଳାଶୟମାନଙ୍କର ଅଧିପତି ଥିବା ବିଷୟ ପୁରାଣରେ ଲିଖିତ; ହିନ୍ଦୀ - ଶବ୍ଦସାଗର]

୪. ଶରୀରସ୍ଥ ପ୍ରାଣବାୟୂ ମଧ୍ୟରେ ଏକତମ (ଏହି ବାୟୂଦ୍ୱାରା ଶରୀର ପୁଷ୍ଟ ହୁଏ) —୪. One of the n essential winds in the human body (which is said to fatten the body).
୫. ଧଳାଚିତା ଗଛ —୫. The Leadwort plants.
୬. କକୁଭ ବୃକ୍ଷ; ଅର୍ଜୁନ ଗଛ — ୬. Terminalia Arjuna (tree).

[ଦ୍ରଷ୍ଟବ୍ୟ —ଏହା ଅସନ ଗଛ ପରି ଗଛ; କିନ୍ତୁ ଏଥିରେ ମଞ୍ଜ କାଠ ଖଇର ପରି ରଙ୍ଗ ନ ହୋଇ ଶ୍ୱେତବର୍ଣ୍ଣ]

=== ଦେଶଜ - ବିଶେଷ୍ୟ -

(ବ୍ୟଙ୍ଗ୍ୟ) ନିସ୍ତୁକ ପ୍ରହାର; ତଇତନ; ଜ୍ଞାନ ଦାସ — A sound thrashing or beating.

[ଦ୍ରଷ୍ଟବ୍ୟ —ଜଣେ ବ୍ରହ୍ମଣ ତାହାର ଘରେ ବହୁକାଳ ଅଯାଚିତରୂପ ରହିଥିବା ତିନି ଜାମାତାଙ୍କୁ ଘରୁ ତଡ଼ି ଦେବା ଉଦ୍ଦଶ୍ୟରେ ସେମାନଙ୍କ ପ୍ରତି ପ୍ରଥମେ ଅପମାନସୂଚକ ବ୍ୟବହାର କଲା ସେହି ବ୍ୟବହାରରେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ଶ୍ୱଶୁର ଘରୁ ବାହାରି ଚାଲି ଗଲେ, କିନ୍ତୁ ଧନଞ୍ଜୟ ନାମକ କନିଷ୍ଠ ଜାମାତା ନ ଯିବାରୁ ବ୍ରାହ୍ମଣ ତାକୁ ଶେଷରେ ଗୁଡ଼ାଏ ପ୍ରହାର ଦେଇ ଘରୁ ବିତାଡ଼ିତ କଲା ଏହି ଗଳ୍ପରୁ ପ୍ରହାରେଣ ଧନଞ୍ଜୟ ପ୍ରବଚନ ଅଛି ଅହି ପ୍ରବଚନରେ ଥିବା 'ଧନଞ୍ଜୟ' ଶବ୍ଦକୁ ଲକ୍ଷ କରି 'ଧନଞ୍ଜୟ'ର ଅହି ଅର୍ଥ ଚଳି ଆସୁଅଛି]