ଧରିବା
ଧରିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା][ ଧରା(ରେ)ଇବା—ଣିଜନ୍ତରୂପ]
ଦେଶଜ - କ୍ରି. (ସଂସ୍କୃତ - ଧୃ ଧାତୁ)
[ସମ୍ପାଦନା]- ୧. (ସକର୍ମକ) କୌଣସି ବସ୍ତୁକୁ ହସ୍ତରେ ଧାରଣ କରିବା ବା ଗ୍ରହଣ କରିବା — ୧. To take hold of a thing;to take with the hand.
ଚଣ୍ଡ ମୂରତି ଧଇଲା କା ବୋଲେ ଚରଣ ପଙ୍କନ ଧଇଲେ ହେଲେ କବିସୂର୍ଯ୍ୟ ସଙ୍ଗୀତ
- ୨. (ସକର୍ମକ) ଉପରକୁ ଟେକିବା; ଟେକି ରଖିବା — ୨. To lift up; to support.
(ଯଥା—ଛତା ଧରିବା)
- ୩. (ସକର୍ମକ) ବହନ କରିବା — ୩. To carry
ସାପ ହାର ମଶାର ମଣି ପରି ଧରି ବକ୍ଷଃସ୍ଥଳେ ନିରନ୍ତରେ କବିସୂର୍ଯ୍ୟ ସଙ୍ଗୀତ
- ୪. (ସକର୍ମକ) ଅଣ୍ଡିରା ବାଛୁରୀର ମୁଷ୍କ ଛେଦନ କରିବା; ଖାସୁ କରିବା —୪. To castrate a calf; to geld.
- ୫. (ସକର୍ମକ) ଚାଷ କରିବା; ହଳ କରିବା — ୫. To plough; to till.
(ଯଥା—ଧାନ ବୁଣା ହେବା ପୂର୍ବରୁ ବିଲକୁ ମୁଁ ତିନିଓଡ଼ ଧରି ସାରିଲିଣି)
- ୬. (ଅକର୍ମକ) ପୀଡ଼ାଯୁକ୍ତ ହେବା; ବଥାଇବା; ବେଦନା ଯୁକ୍ତ ହେବା —୬. To ache.
(ଯଥା—ଅଣ୍ଟା ଧରିବା; ଆଖି ଧରିବା; ଗାଲପାଟି ଧରିବା)
- ୭. (ସକର୍ମକ) ମନ୍ତ୍ରାଦି ପ୍ରୟୋଗଦ୍ୱାରା ଘାଆ ପ୍ରଭ଼ୃତିକୁ ପ୍ରକୁପିତ କରାଇବା —୭. To cause a wound to fester by evil incantations or spells.
- ୮. (ସକର୍ମକ) ନବପ୍ରସୂତା ଗାଭୀର ଜନନେନ୍ଦ୍ରିୟ ଫୁଙ୍କିବା — ୮. To blow wind into the abdomen of a recently delivered cow with one's mouth (so that the cow wil not give any trouble while being milked).
- ୯. (ସକର୍ମକ) ଉଚ୍ଚାରଣ କରିବା —୯. To utter.
ହନୁ ତୁ କାହୁଁ ଅଇଲୁ ଶ୍ରାରାମ ନାମ ଧଇଲୁ—ବିଶ୍ୱନାଥ. ବିଚତ୍ରରାମାୟଣ
- ୧. (ଅକର୍ମକ ଓ ସକର୍ମକ) ଫଲବତ୍ ହେବା; କାଫିବା; କାଟୁ କରିବା —୧୦. To be effective; to take effect; to affect.
(ଯଥା—ଔଷଧ ତିନି ପାନଯାକ ଧଇଲା ନାହିଁ; ମଳୁକୁ ଔଷଧ ଧରିବ ନାହିଁ)
- ୧୧. (ସକର୍ମକ) ଅବଲମ୍ୱନ କରିବା; ଆଶ୍ରାନେବା; ଆଶ୍ରୟ କରିବା —୧୧. To have recoures to; to take shelter under.
ଫଳୁ ଯା ଫଳିବ କର୍ମେ. ରହି ଧର୍ମ ଧରି—ରାଧାନାଥ. ମହାଯାତ୍ରା
- ୧୨. (ସକର୍ମକ) ଆୟତ୍ତ କରିବା; ଧୃତ କରିବା — ୧୨. To catch; to bring under one's control.
ନାଗ ଚୁଚୁନ୍ଦ୍ରାକୁ ଧରିବା ନ୍ୟାୟ—ଢ଼ଗ
- ୧୩. (ସକର୍ମକ) ଅନୁସରଣ କରିବା; ସାହାଯ୍ୟ ପ୍ରାର୍ଥନା କରିବା — ୧୩. To cling for help; to approach for help.
(ଯଥା—ଜଣେ ବଡ଼ମୁଣ୍ଡିଆ ମୁରବୀଙ୍କୁ ନ ଧଇଲେ ମୋ କାମ ହାସଲ ହେବା ନାହିଁ)
- ୧୪. (ସକର୍ମକ) ନିକଟରେ ପହଞ୍ଚିବା — ୧୪. To approach; to reach near.
(ଯଥା-ନଈବଢ଼ି ପାଣି ୧୭: ଫୁଟକୁ ଟପି ୧୮: ଫୁଟ୍ ଧଇଲାଣି)
- ୧୫. (ସକର୍ମକ) ଛୁଇଁବା —୧୫. To touch.
(ଯଥା-ବୁଢ଼ିଆଣୀକି ଯେ ଆଗକରି ଧରିବା, ସେ ଖେଳରେ ଜିଣିବ)
- ୧୬. (ସକର୍ମକ) କୌଣସି ବିଷୟରେ ଜିଦି କରିବା — ୧୬. To insist on something.
(ଯଥା—ପିଲାଟା ସକାଳୁଁ ଏକରାହା ଧରିଛି, ଯେତେ ବୁଝାଇଲେ ବୁଝୁ ନାହିଁ)
- ୧୭. (ସକର୍ମକ) (ଶୁଆ, ଶାରୀ, ବଣି ଚଢ଼େଇ) ଶିକ୍ଷା ଦିଆଯିବା ପଦକୁ ବୋଲି ପାରିବା ବା ଉଚ୍ଚାରଣ କରିବା — ୧୭. To be able to utter (said of a parrot etc) the words taught; to learn by rote.
(ଯଥା—ମୋ ଶୁଆଟି ଗୀତଗୋବିନ୍ଦର ପ୍ରଥମ ଛାନ୍ଦଟି ଧଇଲାଣି)
- ୧୮. (ଅକର୍ମକ) ଫଳିବା; ଜନ୍ନିବା — ୧୮. To grow (said of fruits, flowers buds).
(ଯଥା—ଗଛରେ ଫୁଲ ଧରିଲାଣି, ଚଞ୍ଚଳ ଫଳ ଧରିବ)
- ୧୯. (ସକର୍ମକ) ବିବେଚନା କରିବା; ଗଣନା କରିବା; ହିସାବ କରିବା —୧୯. To consider; to calculate; to count.
(ଯଥା—ଗୋଟିଏ ଫଳକୁ ଚାରି ପଇସା ଧରିଲେ କୋଡ଼ି ଏଟି ଫଳର କେତେ ଦାମ ହେବ ?)
- ୨. (ଅକର୍ମକ) ଅବଶ ହେବା — ୨୦. To be benumbed.
(ଯଥା—ବସି ବସି ମୋ ଗୋଡ଼ ଧରିଲାଣି; ଅଣ୍ଟାପିଠି ଧରିଲାଣି)
- ୨୧. (ସକର୍ମକ) ଗିରଫଦାର୍ କରିବା — ୨୧. To arrest; to seize; to capture.
(ଯଥା—ପୁଲିସ୍ ସାହେବ ନିଜେ ଯାଇ ଫେରାର୍ ଆସାମୀକୁ ଧରିଲେ)
- ୨୨. (ସକର୍ମକ) ତଥ୍ୟ ପାଇବା; ଠଉରାଇବା; ଦୋଷ ଆଦି ଜାଣିବାକୁ କ୍ଷମ ହେବା — ୨୨. To detect; to succeed in ascertaining.
(ଯଥା—ତୋ ବିଦ୍ୟା କେତେ ଯେ, ତୁ ମୋ ଭୁଲ ଧରିବୁ ?
ଚୋରି ଧରିବ ଗଣ୍ଠିରେ, ନାରୀ ଧରିବ ଖଟରେ—ଢ଼ଗ
- ୨୩. (ଅକର୍ମକ) ଯଥେଷ୍ଟ ହେବା; ସମ୍ଭେଇବା — To be held by; to contain; to suffice; to be enough for.
(ଯଥା—ଏ ଢାଳରେ ସେରେ ଦୁଧ ଧରିବ ନାହିଁ)
- ୨୪. (ସକର୍ମକ) ରଖିଦେବା; ଉପସ୍ଥାପିତ କରିବା — ୨୪. To place; to produce before.
(ଯଥା—ମୋ ଆଗରେ ଭାତ ଥାଳୀକ ଧରିଲେ ମୁଁ ସେତକର ଶ୍ରୀଘ୍ର ସଦ୍ୱ୍ୟବହାର କରିଦେବି)
- ୨୫. (ସକର୍ମକ) ପହଞ୍ଚିବା —୨୫. To reach.
(ଯଥା—ନିଆ ଆମ ପଡ଼ିଶା ଚାଳକୁ ଧରିଲାଣି)
- ୨୬. (ସକର୍ମକ) ସମାଲୋଚନା କରିବା — ୨୬. To criticise.
(ଯଥା—ମୋ କଥାକୁ ଏପରି ଧରିଲେ ମୁଁ ଆଉ ପାଟି ଫିଟେଇବି ନାହିଁ)
- ୨୭. (ସକର୍ମକ) (ପଥ) ଅବଲମ୍ୱନ କରିବା — ୨୭. To take (a route),
(ଯଥା—ସଡ଼କ ବାଟ ଧଇଲେ ମୁଁ ଆଖି ବୁଜି ପୁରୀରେ ପହଞ୍ଚିଯିବି)
- ୨୮. (ସକର୍ମକ) କୌଣସି କାର୍ଯ୍ୟ କରିବାକୁ ବାଧ୍ୟ କରିବା — ୨୮. To oblige or force a person to do something.
(ଯଥା—ସେ ମୋତେ ଧରି ଧର୍ମ କରଉଛି)
- ୨୯. (ସକର୍ମକ) (ଅମୃକର) ସାହାର୍ଯ୍ୟ ନେବା — ୨୯. To take the help of.
କାନ୍ଥ ଧଇଲି କି ବାଡ଼ ଧଇଲି କପାଳେ ଥିଲାକୁ ପୁଅ ବେଇଲି—ତଗ
- ୨୯. (ସକର୍ମକ) ବ୍ୟାପିବା; ବିସ୍ତୃତ ହେବା — ୨୯. To extend over; to pervade.
ସେ ଆତ୍ମା ସର୍ବ ଘଟେ ଧରି ଦୁଶ୍ୟେ ଅଦ଼ୃଶ୍ୟେ ଛନ୍ତି ପୁରି ଜଗନ୍ନାଥ, ଭାଗବତ ବେଢ଼ାର ବାହାରେ ବହୁ ଧରି ଆଉ ଯେ ସବୁ ମନ୍ଦିର ଅଛି କୃପାସିନ୍ଧୁ. ଇତିହାସ
- ୩. (ସକର୍ମକ) ଘୋଟିବା; ଆକ୍ରାନ୍ତ କରିବା — ୩୦. To pervade; to overpower.
(ଯଥା—ତାକୁ ନିଶା ଧରିଲାଣି)
- ୩୧. (ସକର୍ମକ) ଆକ୍ରମଣ କରିବା — ୩୧. To attack; to set upon.
(ଯଥା—ଡାହାଳ କୁତୀ ବିଲୁଆକୁ ଧରିବାକୁ ଗୋଡ଼େଇଛି)
- ୩୨. (ସକର୍ମକ) ନିମନ୍ତ୍ରଣ କରି ସଙ୍ଗରେ ନେବା — ୩୨. To take the invited person with one's self.
(ଯଥା—ବର ଧରିବାକୁ କାଲି ସନ୍ଧ୍ୟାବେଳଠାରୁ ଲୋକ ଗଲାଣି, ଏତେ ବେଳଯାକେ ଫେରି ନାହିଁ)
- ୩୩. (ଅକର୍ମକ) (ନିଆଁ) ଲାଗିବା — ୩୩. To be ignited; to catch (fire).
(ଯଥା—ଓଦା ଶୋହ୍ଲରେ ନିଆଁ ଧରୁ ନାହିଁ)
- ୩୪. (ସକର୍ମକ) ବନ୍ଦ କରି ରଖିବା; ଅଟକାଇବା — ୩୪. To restrain.
(ଯଥା—୨୪: ବର୍ଷର ପୁଅକୁ କିଏ ସବୁବେଳେ ଘରେ ଧରି ରଖି ପାରିବ?)
- ୩୫. (ସକର୍ମକ) ସମ୍ଭାଳିବା — ୩୫. To keep intact; to maintain.
(ଯଥା—ମୁଁ ଆଉ ଧୈର୍ଯ୍ୟ ଧରି ପାରିବି ନାହିଁ)
- ୩୬. (ସକର୍ମକ) ଆକାର ଧାରଣ କରିବା — ୩୬. To assume the form of.
ଚଣ୍ଡ ମୂରତି ଧଇଲା କା ବୋଲେ କବିସୂର୍ଯ୍ୟ. ସଙ୍ଗୀତ
- ୩୭. (ସକର୍ମକ) ସଂଗ୍ରହ କରିବା; ସଞ୍ଚୟ କରିବା — ୩୭. To collect; to gather up; to store up.
କାକଚ ଧରିଲେ କି ଘଡ଼ା ଭର୍ତ୍ତି ହୁଏ? ତଗ
(ଯଥା—ଆମ ମାଳି ମଞ୍ଜିଯାକ ଧରି ରଖି ସାରିଲାଣି)
- ୩୮. (ସକର୍ମକ) ବିବେଚନା କରିବା; ବୁଝିବା — ୩୮. To consider; to notice.
ନ ଧର ଦୋଷ ଥିଲେ ସାଧୂ ଜନ କୃଷ୍ଣସିଂହ, ମହାଭାରତ. ଆଦି.
- ୩୯. (ସକର୍ମକ) ଗ୍ରହଣ କରିବା; ଧାରଣ କରିବା — ୩୯. To hold.
ତଳେ ବସନ ପ୍ରସାରି ତୃଣା ଦଶନାନ୍ତେ ଧରି କବିସୂର୍ଯ୍ୟ. କିଶୋରୀଚମ୍ପୁ ତ ଗୀତ
- ୪. (ସକର୍ମକ) ଆଲିଙ୍ଗନ କରିବା — ୪୦. To embrace.
[ ଦ୍ର—ମାତା ପୁତ୍ରକୁ ଛାତିରେ ଧରିଛନ୍ତି]
୪୧: (ଅକର୍ମକ) ପରିଣତ ହେବା — ୪୧. To turn into.
(ଯଥା—ପଇଡ଼ଯାକ ନାଳି ଧଇଲାଣି; ଆମ୍ୱ ଚାଞ୍ଚି ଧରିଲାଣି)
୪୨: (ସକର୍ମକ) (ତାରିଖ) ସ୍ଥିର କରିବା — ୪୨. To fix; to settle (a date).
(ଯଥା—ମାଘ ଶୁକ୍ଳପଞ୍ଚମୀ ଦିନ ୫ ଦଣ୍ଡକୁ ପଣ୍ଡିତେ ବିବାହର ଲଗ୍ନ ଧରିଛନ୍ତି)
୪୩: (ସକର୍ମକ) ହୃଦୟରେ ବହିବା; ଅନୁଭବ କରିବା — ୪୩. To feel; to experience.
କାଟିଲେ ବେକକୁ ଟିକି ବିକଳ ନ ଧରି କୃଷ୍ଣସିଂହ. ମହାଭାରତ. ବିରାଟ
୪୪: (ସକର୍ମକ) (ଆଜ୍ଞା ପାଳନ କରିବା) — ୪୪. To obey (an order)
କେବଳ ତୁମ୍ଭ ଆଜ୍ଞା ଧରି ମୁଁ ଯାଉଛି ନକର ମାନସରେ ନୃପ ଦୁଃଖ କିଛି କୃଷ୍ଣସିଂହ. ମହାଭାରତ. ଦ୍ରୋଣ
୪୫: (ସକର୍ମକ) (ମନକୁ) ଏକାଗ୍ର କରିବା — ୪୫. To concentrate (one's mind).
ପୋଗେ ନ ପାରି ଚିତ୍ତ ଧରି ଚଞ୍ଚଳେ ଏମନ୍ତ ବିଚାରି ଜହନ୍ନାଥ, ଭାଗବତା
୪୬: (ମନକୁ) ସଂଲଗ୍ନ କରିବା; ମଜ୍ଜାଇବା; ଲଗାଇବା; ସଂଯୋଗ କରିବା —୪୬. To fix (one's mind) on
ଏବେ ହୋ ଶୁଣ ମୁନିବର ହରି ଚରଣେ ମନ ଧରି ଜଗନ୍ନାଥ. ଭାଗବତ
୪୭: (ସକର୍ମକ) (ଗଛ ଫୁଲ ଫଳ ଆଦି)—ଉତ୍ପାଦନ କରିବା — ୪୭. To bear (fruits, flowers etc)
କିମ୍ପା କାମତରୁ କୁସୁମ ନଧରୁ ନିରାଶ କୁଠାରେ କାଟିଲ ଦୀନକୃଷ୍ଣ. ରସକଲ୍ଲୋଳ
୪୮: (ସକର୍ମକ) କୌଣସି ନୂତନ ଖାଦ୍ୟାଦିରେ ଅଭ୍ୟସ୍ତ ହେବା ୪୮. To be habituated to (any kind of new thing).
(ଯଥା—ଏ ବାଛୁରୀ ଘାସ ଧରିଲାଣି; ଏବକୁ ଇସ୍କୁଲିଆ ପିଲା— ମାନେ ଚୁରଟ ଧଇଲେଣି)
୪୯: (ସକର୍ମକ) ଅସ୍ତ୍ର ଶସ୍ତ୍ରାଦିକୁ ପଜାଇବା — ୪୯. To sharpen; to whet.
(ଯଥା—ଖୁର୍ ଧରିବା)
- ୫. (ସକର୍ମକ) ନିଲାମରେ ଡାକି ସମ୍ପତ୍ତି କିଣିବା — ୫୦. To purchase a property by bidding at an auction-sale.
୫୧: (କର୍ମକର୍ତ୍ତୃବାଚ୍ୟ ପ୍ରୟୋଗ) (ରୋଗ ଆଦି) ଆକ୍ରମଣ କରିବା —୫୧. To attack (said of a disease).
(ଯଥା—ତାକୁ ବାଇ ଧରିଛି; ତାକୁ ଚାଳିଶା ଧରିଲାଣି; ହିଇଜା ଧରିବା)
୫୨: (ସକର୍ମକ) (କଥାର ବା ଲେଖାର) ଦୋଷ ବାଛିବା — ୫୨. To find fault with (another's speech or writing).
(ଯଥା—ମୁଁ ତ ବ୍ୟାକରଣ ପିଢ଼ି ନାହିଁ, ଆପଣ ବ୍ୟାକରଣର ନିୟମଅନୁସାରେ ମୋ ଲେଖାକୁ ଧରିଲେ ମୁଁ ଧାଡ଼ିଏ ସୁଦ୍ଧା ଶୁଦ୍ଧ ଭାଷା ଲେଖି ପାରିବି ନାହିଁ)
୫୩: ସଙ୍ଗେରେ ନେବା —୫୩. To take with.
କେଶିନୀ ତାହା ଶୁଣି ଧରି ସେ ପିଲାକୁ; ଚଳିଲା ସେ ବାହୁକ ଥିବାର ସ୍ଥାନକୁ କୃଷ୍ଣସିଂହ. ମହାଭରତ. ବନ
୫୪: ଯଥାକାଳରେ ଷ୍ଟେସନ ଆଦିରେ ରେଳ ବା ଜାହାଜରେ ଆରୋହଣ କରିବା —୫୪. To catch a train or ship.
(ଯଥା—ବାଟରେ ଡେରି ହେବାରୁ ମୁଁ ଡାକଗାଡ଼ି ଧରି ପାରିଲି ନାହିଁ)
୫୫: (ସକର୍ମକ) କୌଣସି ବିଷୟକୁ ନ ଛାଡ଼ିବା — ୫୫. To stick to; never to give up.
ହରିନାମଟି ଧରି ଥବୁଟି—ଢଗ
୫୬: ଆରମ୍ଭ କରିବା —୫୬. To begin.
(ଯଥା—ବ୍ୟାକରଣ ପଢ଼ା ଶେଷ କରି ମୁଁ ଏବେ କାବ୍ୟ ଧରିଛି)
୫୭: (ସକର୍ମକ ଓ ଅକର୍ମକ) (କଳଙ୍କି ଆଦି) ଲାଗିବା;(ମୁରୁଚା) ମାରିବା —୫୭. To be spread over with (rust); to rust.
[ ଯଥା—ବହୁଦିନ ବ୍ୟବହୃତ ନ ହେବାରୁ ଏ ଖଣ୍ଡାରେ କଳଙ୍କି (ମୁରୁଚା) ଧରିଲାଣି ବା ଖଣ୍ଡା କଳଙ୍କି ଧରିଲାଣି]
୫୮: (ସକର୍ମକ ଓ ଅକର୍ମକ) ନଷ୍ଟ କରିବାକୁ ଆରମ୍ଭ କରିବା — ୫୮. To begin to spoil.
(ଯଥା—କାଠରେ ଉଇ ଧରିଲେଣି; ପୁରୁଣା ବହି ଯାକ ପୋକ ଧରିଲେଣି)
୫୯: ଅନୁସରଣ କରିବା; ଅନୁସାରେ ଚଳିବା — ୫୯. To follow; to act according to.
(ଯଥା—କଚିରୀରେ ଘଣ୍ଟା ଧରି ଲୋକେ କାମ କରନ୍ତି)
[ ଦ୍ର—'ଧରିବା କ୍ରିୟାର ଅତୀତ କାଳରେ 'ଧଇଲି, ଧଇଲ, ଧଇଲା, ଧଇଲେ ଇତ୍ୟାଦି ରୂପ ମଧ୍ୟ ହୁଏ
ଧରିବା କ୍ରିୟାର ଅସମାପିକା ରୂପ ପରେ ଆଣିବା, ନେବା, ପକା(କେ)ଇବା, ଦେବା, ବାନ୍ଧିବା, ମାରିବା, ରଖିବା, ଆଦି କ୍ରିୟାର ସମାପିକା ରୂପ ବ୍ୟବହୃତ ହେଇ ମିଶ୍ରିତ କ୍ରିୟାମାନ ସମ୍ପନ୍ନ ହୁଏ
ଧରିବା କ୍ରିୟାର ସମାପିକା ରୂପ ସଙ୍ଗେ ବାନ୍ଧିବା ଓ ମାରିବା, କ୍ରିୟା ସମାର୍ଥସୂଚକ ସହଚରରୂପେ ବ୍ୟବହୃତ ହୁଏ
କାମୁଡ଼ିବା, ଚିପିବା, ଟେକିବା, ଟାଣିବା, ଓଟାରିବା, ଉଠା(ଠେ) ଇବା, ମାଡ଼ିବା, ଭିଡ଼ିବା ଆଦି କ୍ରିୟାର ଅସମାପିକା ରୂପ ପରେ ଧରିବା କ୍ରିୟାର ସମାପିକା ରୂପ ଯୁକ୍ତ ହୁଏ ]