ଧର୍ମବ୍ୟାଧ

ଉଇକିଅଭିଧାନ‌ରୁ

ଧର୍ମବ୍ୟାଧ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

=== ସଂସ୍କୃତ - ବିଶେଷ୍ୟ - (ନାମ)

ପରଦ୍ୱାର ହତ ପଶୁର ମାଂସ ବିକ୍ରେତା ବ୍ୟାଧ କୁଳରେ ଜାତ, ମିତା, ପିତା, ଓ ଅତିଥିଙ୍କ ସେବାକାରୀ ମିଥିଳାପୁରବାସୀ ମହାଭାରତୋକ୍ତ ଜଣେ ବ୍ୟାଧ ବା ମାଂସ ବିକ୍ରେତା — (name)-Name of a seller of meat who was very pious and hospitable and was followingh his family profession.

[ଦ୍ରଷ୍ଟବ୍ୟ — କୌଶିକ ନାମରେ ଜଣେ ଋଷି ଦିନେ ଗୋଟିଏ ଗଛ ମୂଳେ ନିଦ୍ରା ଯାଇଥିଲେ, ଏପରି ଅବସ୍ଥାରେ ତାଙ୍କ ଉପରେ ଗୋଟିଏ ବଗ ମଳୋତ୍ସର୍ଗ କରିଦେଲା ଋଷି କ୍ରୃଦ୍ଧ ହୋଇ ବଗ ଆଡ଼କୁ ଦୃଷ୍ଟି କରିବାରୁ ବଗ ତତ୍ତ୍ କ୍ଷଣାତ୍ ମରିଗଲ ଋଷି ବଗର ମୃତ୍ୟୁରେ ଦୁଃଖିତ ହୋଇ ସେଠାରୁ ଗଲେ ଓ ଭିକ୍ଷା କରିବା ଉଦ୍ଦେଶ୍ୟରେ ଜଣେ ଗୃହସ୍ଥର ଘରେ ଯାଇ ପହଞ୍ଚିଲେ ଏହି ସମୟରେ ଗୃହସ୍ଥ

କେଉଁ ଆଡ଼େ ବାହାରକୁ ଯାଇଥିଲେ, ତେଣୁ ଅତି ତୃଷ୍ଣାର୍ତ୍ତ ହୋଇ ଫେରି ଘରେ ପହଞ୍ଚିବାରୁ ଗୃହିଣୀ ପତିଙ୍କ ସେବାରେ ଲାଗିଗଲେ ଓ ଋଷିଙ୍କୁ ଭିକ୍ଷା ଦେବାର ବିଳମ୍ୱ ଘଟିଲା ସ୍ୱାମୀଙ୍କ ସେବା ସାରି ଗୃହିଣୀ ଋଷିଙ୍କୁ ଭିକ୍ଷା ଦେବା ପାଇଁ ଦାଣ୍ଡଦୁଆରକୁ ଆସି ବିଳମ୍ୱ ନିମନ୍ତେ ଋଷିଙ୍କଠାରେ କ୍ଷମା ପ୍ରାର୍ଥନା କଲେ ଋଷି ଗୃହିଣୀଙ୍କ ଉପରେ ବିଳମ୍ୱ ଯୋଗୁଁ କ୍ରୁଦ୍ଧ ହୋଇ ବ୍ରାହ୍ମଣର କ୍ରୋଧର ଭୟଙ୍କର ଫଳ ବିଷୟ କହି ଗୃହିଣୀଙ୍କୁ ଡରାଇବାକୁ ଲାଗିଲେ ଗୃହିଣୀ ଏହା ଶୁଣି ଋଷିଙ୍କୁ କହିଲେ 'ମୁଁ ବଗ ନୁହେଁ ଯେ ଆପଣଙ୍କ କ୍ରୋଧରେ ମରିଯିବି ମୁଁ ମୋ ପତିଦେବତାଙ୍କ ସେବାରେ ଲାଗିଥିଲି ଆପଣ କ୍ରୋଧ ସଂବରଣ କରନ୍ତୁ କ୍ରୋଧ ବଡ଼ ମନ୍ଦ ଯେବେ ଆପଣଙ୍କର ଧର୍ମର ଯଥାର୍ଥ ତତ୍ତ୍ୱ ଜାଣିବାକୁ ଇଚ୍ଛା ଥାଏ ତେବେ ମିଥିଳାର ଧର୍ମବ୍ୟାଧ ନିକଟକୁ ଯାଆନ୍ତୁ' ଋଷି ଗୃହିଣୀଙ୍କ କଥା ଶୁଣି ଆଶ୍ଚର୍ଯ୍ୟାନ୍ୱିତ ହୋଇ ମିଥିଲାକୁ ଗଲେ ଓ ସେଠାରେ ଧର୍ମ ବ୍ୟାଧିଙ୍କୁ ଭେଟିଲେ ଧର୍ମବ୍ୟାଧ ପଶୁ— ମାଂସ ବିକ୍ରି କରୁଥିଲେ; ଋଷିଙ୍କୁ ଦେଖି ଧର୍ମବ୍ୟାଧ କହିଲେ "ଆପଣଙ୍କୁ ଜଣେ ବ୍ରାହ୍ମଣୀ ମୋଠକୁ ପଠାଇଅଛନ୍ତି"ଋଷି ଧର୍ମବ୍ୟାଧିଙ୍କୁ ପଚାରିଲେ 'ଆପଣ ଏପରି ଜ୍ଞାନସମ୍ପନ୍ନ ହୋଇ ଏପରି ନିକୃଷ୍ଟ କର୍ମ କିଆଁ କରୁଅଛନ୍ତି'? ଧର୍ମ ବ୍ୟାଧ ଉତ୍ତର କଲେ—'ମୋର ପିତୃ ପରମ୍ପରାକୁ ଏହି କୁଳବୃତ୍ତି ଚଳି ଆସିଥିବାରୁ ମୁଁ ମୋ କୁଳଧର୍ମ ଅନୁଧାବନ କରୁଅଛି ମୁଁ ମାତା, ପିତା, ଅତିଥି ଓ ଦେବତାଙ୍କ ସେବା କରେଁ, ଯଥାଶକ୍ତି ଦାନ କରେଁ, ମିଥ୍ୟା କହେ ନାହିଁ କି ବିଶ୍ୱାସଘାତକତା କରେ ନାହିଁ, ଅନ୍ୟ ବ୍ୟକ୍ତିଦ୍ୱାରା ହତ ପଶୁର ମାଂସ ମୁଁ ବିକ୍ରୟ କରେଁ ନିଜର କୁଳ ଧର୍ମ ତ୍ୟାଗ କରିବା ଉଚିତ ନୁହେ କିନ୍ତୁ ସଙ୍ଗେ ସଙ୍ଗେ ମୁଁ ସଦାଚାର ରତ ହୋଇଥିବାରୁ ଧର୍ମ ଦୃଷ୍ଟିରେ ଏଥିରେ କିଛି ବାଧା ନାହିଁ ପୂର୍ବ ଜନ୍ମରେ ମୁଁ ଦେଦାଧ୍ୟାୟୀ ବ୍ରାହ୍ମଣ ଥିଲି; ଜଣେ ମିତ୍ର ରାଜାଙ୍କ ସଙ୍ଗେ ମୃଗ କରିବାକୁ ଯାଇ ଗୋଟିଏ ମୃଗୀ ଉପରେ ଶର ନିକ୍ଷେପ କଲି ସେ ପ୍ରକୃତରେ ମୃଗରୂପଧାରୀ ଜଣେ ଋଷି ଥିଲେ ତାଙ୍କରି ଶାପରେ ମୁଁ ଶୁଦ୍ର ଯୋନି ପ୍ରାପ୍ତ ହୋଇ ବ୍ୟାଧି କୂଳରେ ଜନ୍ମିଅଛି' କୌଶିକ ଧର୍ମବ୍ୟାଧଠାରୁ ଧର୍ମତତ୍ତ୍ୱ ଶୁଣି ଆଶ୍ରମକୁ ଫେରିଗଲେ—ହିନ୍ଦୀ - ଶବ୍ଦସାଗର]